www.samajalive.in
Saturday, December 13, 2025
26.1 C
Bhubaneswar

ବାଗଜାନ ଅଗ୍ନିକାଣ୍ଡରେ କ୍ଷତି ୨୫,୦୦୦ କୋଟି ; ଅଞ୍ଚଳର ୫୫% ଜୈବ ବିବିଧତା ନଷ୍ଟ

ଗୁଆହାଟି: ଆସାମର ତିନିସୁକିଆ ଜିଲା ଅନ୍ତର୍ଗତ ବାଗଜାନଠାରେ ଥିବା ଅଏଲ ଇଣ୍ଡିଆ ଲିମିଟେଡର ତୈଳ କ୍ଷେତ୍ରରେ ଗତବର୍ଷ ନିଆଁ ଲାଗିଯିବା ଫଳରେ ପ୍ରାୟ ୨୫,୦୦୦ କୋଟି ଟଙ୍କାର କ୍ଷତି ଘଟିଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି। ଅଗ୍ନିକାଣ୍ଡ ଯୋଗୁ ଉକ୍ତ ଅଞ୍ଚଳର ପ୍ରାୟ ୫୫% ଜୈବ ବିବିଧତା ନଷ୍ଟ ହୋଇଥିବା ଏକ ତଦନ୍ତ ରିପୋର୍ଟରେ କୁହାଯାଇଛି। ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ବୁଧବାର ଦିନ ପ୍ରକାଶ କରାଯାଇଛି। ‘ପରିବେଶ ଏବଂ ଅର୍ଥନୀତି: ବାଗଜାନ ଅଗ୍ନିକାଣ୍ଡରୁ ଶିକ୍ଷା’ ଶୀର୍ଷକ ଏହି ରିପୋର୍ଟକୁ ଆସାମର ଜଙ୍ଗଲ ବିଭାଗର ଅତିରିକ୍ତ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଏମ କେ ଯାଦବ ପ୍ରସ୍ତୁତ କରିଛନ୍ତି। ଏହି ବିପର୍ଯ୍ୟୟରେ ୪୧ ପ୍ରଜାତିର ୨୫,୮୨୫ ସଂଖ୍ୟକ ପ୍ରାଣୀ ଏବଂ ବନ୍ୟପ୍ରାଣୀ (ସୁରକ୍ଷା) ଆଇନରେ ସୂଚିତ ୯୧ ପ୍ରାଣୀ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରେ ଗଙ୍ଗା ନଦୀରେ ଦେଖାଯାଉଥିବା ଡଲଫିନ ଏବଂ ଦୁଇଟି ହୁଲକ ଗିବନଙ୍କର ମୃତ୍ୟୁ ଘଟିଛି। ବାଗଜାନ ଏକ ପରିବେଶ ବିପର୍ଯ୍ୟୟର ଉଦାହରଣ ଏବଂ ଏହାର ଆର୍ଥିକ ପ୍ରଭାବ ଜନିତ କ୍ଷୟକ୍ଷତିକୁ ଯଦି ହିସାବକୁ ନିଆଯାଏ ତେବେ ତାହାକୁ କମ୍‍ କରି ଦର୍ଶାଯାଇଥିବା ସେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଏଥିରେ କ୍ଷତି ପରିମାଣ ୨୫,୦୫୦.୬୧ କୋଟି ଟଙ୍କା ହୋଇଥିବା ଦର୍ଶାଯାଇଛି। ଶ୍ରୀ ଯାଦବ କହିଛନ୍ତି ଯେ ଏହି ଅଗ୍ନିକାଣ୍ଡ ଗତବର୍ଷ ମେ ୨୭ରେ ଘଟିଥିଲା ଏବଂ ଜୁନ ୯ ତାରିଖରେ ସେଥିରେ ବିସ୍ଫୋରଣ ଘଟିବା ପରେ ଶେଷରେ ନଭେମ୍ବର ୧୫ରେ ତାହାକୁ ନିର୍ବାପିତ କରାଯାଇଥିଲା। ସେହି ଦୁର୍ଘଟଣାରେ ତିନିଜଣ ପ୍ରାଣ ହରାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories