www.samajalive.in
Monday, December 8, 2025
24.1 C
Bhubaneswar

ଗ୍ରାମୀଣ ବିକାଶ ପୁରସ୍କାର ପ୍ରାପ୍ତ କଣ୍ଟାମାଳ ବ୍ଲକରେ ବର୍ଷ ବର୍ଷ ଧରି ଜଳୁନି ଷ୍ଟ୍ରିଟ ଲାଇଟ

କଣ୍ଟାମାଳ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମୀଣ ବିକଶ ଯୋଜନାରେ ଆଲୋକକରଣରେ ଗ୍ରାମ ପଞ୍ଚାୟତ ଗୁଡିକୁ ସ୍ୱତନ୍ତ୍ର ଅନୁଦାନ ଦେଉଥିଲେ ହେଁ ପଞ୍ଚାୟତ ଗୁଡିକର ଲାଭଖୋର ମନୋବୃତ୍ତି ଯୋଗୁଁ ଏହି ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହୋଇ ଯାଉଥିବା ହେତୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଅଧିକାଂଶ ପଞ୍ଚାୟତର ରାଜସ୍ୱ ଗ୍ରାମଗୁଡିକ ଅନ୍ଧକାର ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି। ଖୋଦ୍‍ କଣ୍ଟାମାଳ ବ୍ଲକ ସଦର ମହକୁମା ପଞ୍ଚାୟତ ଏହାରି ଏକ ଜ୍ୱଳନ୍ତ ଉଦାହରଣ, ଏହି ପଞ୍ଚାୟତର ସମସ୍ତ ଗ୍ରାମର ଶତକଡା ୮୦ ଭାଗ ଷ୍ଟ୍ରିଟ ଲାଇଟ ଅକାମୀ ହୋଇ ପଡିଥିବା ବେଳେ ବ୍ଲକ ଛକ ଠାରୁ କଲରାକୋଠା ପର୍ଯ୍ୟନ୍ତ ଯାଇଥିବା ମୂଖ୍ୟ ରାସ୍ତାରେ ଲାଗି ଥିବା ଷ୍ଟ୍ରିଟ ଲାଇଟ ଓ ହାଇମାକ୍ସ ଲାଇଟ ଗୁଡିକୁ ସଂପୂର୍ଣ୍ଣ ଅଚଳ ହୋଇ ପଡିଥିବା ହେତୁ ରାସ୍ତାରେ ଅନ୍ଧାର ରାଜୁତି କରୁଛି।

ଏପରିକି ଖୋଦ୍‍ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ହାଇ ମାକ୍ସ ଲାଇଟ ମଧ୍ୟ ବର୍ଷେ ହେଲା ଆଦୌ ଜଳୁନଥିଲେ ହେଁ କୌଣସି ସ୍ତରରେ ପ୍ରତିକାର ହୋଇ ପାରୁନଥିବା ଦେଖିବାକୁ ମିଳୁଛି। ଷ୍ଟ୍ରିଟ ଲାଇଟ ଗୁଡିକ ଅଚଳ ହୋଇ ପଡିଥିବା ହେତୁ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବୃଦ୍ଧି ସହ ଦୁର୍ଘଟଣା ଘଟୁଥିଲେ ହେଁ ଏଥି ପ୍ରତି ଗ୍ରାମ ପଞ୍ଚାୟତ କି ବ୍ଲକ ଆଦୌ କର୍ଣ୍ଣପାତ କରୁନଥିବା ଜଣାଯାଇଛି। କଣ୍ଟାମାଳ ସଦର ବ୍ଳକ ମହକୁମାରେ ଏଭଳି ଷ୍ଟ୍ରିଟ ଲାଇଟ ସମସ୍ୟା ଗତ ବର୍ଷେ ହେଲା ଲାଗିରହିଥିଲେ ହେଁ ଏଥିପାଇଁ ଆସିଥିବା ଅନୁଦାନ ଅର୍ଥ ପଞ୍ଚାୟତ ପାଖରେ ଗଚ୍ଛିତ ନଥିବା ନେଇ ଅଭିଯୋଗ ହେଉଛି। କଣ୍ଟାମାଳ ଭଳି ବ୍ଲକର ଅନ୍ୟ ସବୁ ପଞ୍ଚାୟତରେ ମଧ୍ୟ ଆଲୋକକରଣ ଯେଭଳିଭାବେ ଆରମ୍ଭ ହୋଇଥିଲା ସେହିଭଳିଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି। କେନ୍ଦ୍ର ଓ ରାଜ୍ୟ ଆୟୋଗରୁ ଆସୁଥିବା ଅର୍ଥର ଦରୁପଯୋଗ ହେତୁ ଏହି ସମସ୍ୟା ଲାଗି ରହିଥିଲେ ହେଁ ପଞ୍ଚାୟତ ଗୁଡିକ ଲଗାମହୀନଭାବେ କାର୍ଯ୍ୟକୁ ଜିଲ୍ଲା କିମ୍ବା ବ୍ଳକ ସ୍ତରରେ ନିୟନ୍ତ୍ରଣ କରାଯାଇ ପାରୁନି ତଥାପି କଣ୍ଟାମାଳ ବ୍ଳକ ଜାତୀୟ ସ୍ତରରେ ମର୍ଯ୍ୟାଦାଜନକ ଗ୍ରାମୀଣ ବିକାଶ ପୁରସ୍କାରର ଅଧିକାରୀ ହୋଇ ପାରିଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories