www.samajalive.in
Saturday, December 6, 2025
19.1 C
Bhubaneswar

ନବରଙ୍ଗପୁରରେ ଆରଟି-ପିସିଆର ପରୀକ୍ଷାଗାର ଉଦ୍‍ଘାଟନ ଓ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟା୫.୩୦ରେ ଅଭାଷୀ ସମ୍ମିଳନୀ (ଭିଡିଓ କନଫରେନ୍ସିଂ) ମାଧ୍ୟମରେ ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଆରଟି-ପିସିଆର ପରୀକ୍ଷାଗାର ଉଦ୍‍ଘାଟନ ଓ ଅକ୍ସିଜେନ ପ୍ଲାଣ୍ଟ(ଏଲଏମଓ)ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ ସାରା ରାଜ୍ୟରେ କରୋନା ମହାମାରୀ କମୁଥିଲେ ହେଁ ସମସ୍ତେ ସତର୍କ ରହିବାକୁ କହିଥିଲେ। ନବରଙ୍ଗପୁରରେ ଆରଟି-ପିସିଆର ପରୀକ୍ଷାଗାର ଆଜିଠାରୁଆରମ୍ଭ ହେବା ସହ ଏଠାରେ ଦିନକୁ ୩୦୦ କରୋନା ସ୍ୱାବ ପରୀକ୍ଷା କରାଯିବ ବୋଲି କହିଥିଲେ। ଫଳରେପରୀକ୍ଷାପାଇଁ ବାହାରକୁ ନିର୍ଭର କରିବାକୁ ପଡିବନି। ସେହିପରି ରାଜ୍ୟରେ ଅକ୍ସଜେନର ଅଭାବ ନଥିବା କହିଥିଲେ। ଏଠାରେ ନୂତନ ଅକ୍ସିଜେନ ପ୍ଲାଣ୍ଟର କାର୍ଯ୍ୟକ୍ଷମ କରିବ। ଏହା ଦ୍ୱାରା ଜିଲାର ରୋଗୀ ମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ ବୋଲି କହିଥିଲେ। ପରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲାବାସୀଙ୍କୁ ଦୁଇଟି ଉପହାର ହେଇଛନ୍ତି।କୋଭିଡ ପରୀକ୍ଷାପାଇଁ ସ୍ୱାବ ପରୀକ୍ଷା ପାଇଁ ପ୍ରଥମେ ଭୂବନେଶ୍ୱର ,ପରେ ବ୍ରହ୍ମପୁର ଓ ଏବେ କୋରାପୁଟ କୁ ଯାଉଥିଲା। ଆଜିଠାରୁ ଏଠାରେ ପରୀକ୍ଷା ହେବ। ପୂର୍ବରୁ ପରୀକ୍ଷା ରିପୋର୍ଟ ବିଳମ୍ବରେ ଆସୁଥିଲା। ଏଣିକି ତୁରନ୍ତ ରିପୋର୍ଟ ମିଳିବ , ଯାହାକି ଜିଲାରେ ସଂକ୍ରମଣ କମାଇବାରେ ସହାୟକ ହୋଇ ପାରିବ। ଅକ୍ସିଜେନ ପ୍ଲାଣ୍ଟ ନଥିବାରୁ ଜୁନାଗଡ ଓ କେସିଙ୍ଗା ଉପରେ ନିର୍ଭର କରିବାକୁ ପଡୁଥିଲା। ଆସନ୍ତା ଦୁଇ ମାସ ମଧ୍ୟରେ ଏହା ଏଠାରେ କାର୍ଯ୍ୟକ୍ଷମ ହେବ ।

ଏହା ଜିଲାର ଅକ୍ସିଜେନ ଯୋଗାଣରେ ସହାୟକ ହେବ ବୋଲି କହିଥିଲେ। ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟମନ୍ତ୍ରୀ ପରୀକ୍ଷାଗାର ଓ ପ୍ଲାଣ୍ଟ ପାଇଁ ପଦକ୍ଷେପ ନେଇଥିବାରୁ ସେ ଧନ୍ୟବାଦ ଦେଇଥିଲେ। ନବରଙ୍ଗପୁର ବିଧାୟକ ସଦିଶିବ ପ୍ରଧାନୀ ଆଜିର ଦିନ ଜିଲାପାଇଁ ଖୁସିରଦିନ। ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଆହୁରି ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିଥିବାରୁ ଜିଲାବାସୀ ଉପକୃତ ହେବେ। ତେଣୁ ସେ ଜିଲାବାସୀଙ୍କର ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଉଥିବା କହିଥିଲେ। ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟମନ୍ତ୍ରୀ ଏହି ଜିଲାକୁ ବିଶେଷ ଦୃଷ୍ଟି ଦେଇ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ କରିଥିବାରୁ ଜିଲାବାସୀ ମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ।ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଞତା ଜଣାଉଥିବା କହିଥିଲେ। ଅନ୍ୟମାନଙ୍କର ମଧ୍ୟରେ ସିଡିଏମଓ ଡଃ.ଚୈାଧୂରୀ ଶୋଭାରାଣୀ ମିଶ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଅତିରିକ୍ତ ଜିଲାପାଳ ରତ୍ନାକର ସାହୁ, ଉପଜିଲାପାଳ ଭାସ୍କର ରଇତ, ଅତିରିକ୍ତ ଏସପି ଓ ଡିପିଏମ ସୁଶାନ୍ତ କୁମାର ପ୍ରହରାଜ ଙ୍କର ସମେତ ବହୁ ଅଧିକାରୀ ଯୋଗଦେଇଥିଲେ।

- Advertisement -

 

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories