www.samajalive.in
Monday, December 8, 2025
14.1 C
Bhubaneswar

କଣ୍ଟାମାଳ ଡାକଘରେ ହୋଇପାରୁନି ଟଙ୍କା ଜମା ଓ ଉଠାଣ

କଣ୍ଟାମାଳ: ଗତ ୨୦ ଦିନରୁ ଊର୍ଦ୍ଧ୍ବ ହେଲା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଉପ ଡାକଘରେ ଲିଙ୍କ ଫେଲ ଯୋଗୁଁ ଟଙ୍କା ଜମା କି ଉଠାଣ ହୋଇ ପାରୁନଥିବା ହେତୁ ଟଙ୍କା ଜମା ଦେଇଥିବା ଗ୍ରାହାକ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଉଥିଲେ ହେଁ ଏହି ଅବ୍ୟବସ୍ଥାର କୌଣସି ପ୍ରତିକାର ଏଯାବତ ହୋଇ ପାରୁନଥିବା ଦେଖିବାକୁ ମିଳିଛି। କଣ୍ଟାମାଳ ସଦର ବ୍ଳକ ମହକୁମାରେ ସ୍ଥାପିତ ଏହି ଉପ ଡାକଘରେ ୫ଗୋଟି ଶାଖା ଡାକଘର ସହିତ ସଦର ବ୍ଳକ ଏବଂ ଆଖପାଖର ହଜାର ହଜାର ଗ୍ରାହାକ ଆର୍ଥୀକ ଦେଣ ନେଣ ପାଇଁ ଜମା ଖାତା ଖୋଲିବା ସହ ଆର.ଡି ଜମାଖାତା ସହିତ ଫିକ୍ସ ଡିପୋଜିଟ ଏବଂ ବିଭିନ୍ନ ଯୋଜନାରେ ଖାତା ଖୋଲିଥିଲେ ହେଁ ବର୍ତ୍ତମାନର ଏହି ଲିଙ୍କ ଫେଲ ଯୋଗୁଁ ସେମାନେ ସେମାନଙ୍କ ପ୍ରାପ୍ୟ ପାଇ ନପାରି ବେଶ ହଇରାଣ ହେଉଥିବା ବେଳେ ଏଭଳି ଏକ ନିର୍ଭର ଏବଂ ବିଶ୍ୱାସଯୋଗ୍ୟ ଅନୁଷ୍ଠାନ ଠାରୁ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳୁଛି।

ଲିଙ୍କ ଫେଲ ନେଇ ସ୍ଥାନୀୟ ଡାକଘର ସହିତ ଯୋଗଯୋଗ କରିବାରୁ ଗତ ମେ ୧୭ ତାରିଖ ଠାରୁ ଏଭଳି ସମସ୍ୟା ଲାଗି ରହିଛି ଯଦ୍ୱାରା ନିୟମିତଭାବେ ଗ୍ରାହାକ ହଇରାଣ ହେଉଥିବା ନେଇ ବିଭାଗ ପକ୍ଷରୁ ସଫେଇ ଦିଆଯାଉଥିବା ବେଳେ ଅନ୍ୟ ପକ୍ଷରେ ବିଏସଏନଏଲର ସିଗନାଲ ଯୋଗୁଁ ଏଭଳି ଲିଙ୍କ ଫେଲ ଜାରୀ ରହିଛି ବୋଳି କୁହାଯାଇଛି। ସିଗନାଲ ନେଇ ବିଏସଏନଏଲର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ହେଁ କୌଣସି ମରାମତି ଏଯାବତ ହୋଇ ନଥିବା ଜଣାଯାଇଛି। ସେହିପରି ବିଏସଏନଏଲର ଦେବାଳିଆ ଅବସ୍ଥା ହେତୁ କଣ୍ଟାମାଳ କର୍ମଚାରୀ ଶୂନ୍ୟ ହୋଇ ପଡିଥିବାରୁ ମାସ ମାସ ଧରି ସିଗନାଲ ଫେଲ ରହୁଥିଲେ ହେଁ ଏହାରି ମରାମତି ପ୍ରତି ବିଭାଗ ସଂପୂର୍ଣ୍ଣ ନୀରବ ରହୁଥିବା ଦେଖିବାକୁ ମିଳିଛି। କଣ୍ଟାମାଳ ଡାକଘରର ଏଭଳି ଦୁରବସ୍ଥା ନେଇ ବିକଳ୍ପ ବ୍ୟବସ୍ଥା ତୁରନ୍ତ କରାନଗଲେ ଗ୍ରାହାକମାନେ ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ତ ହେବେ ବୋଲି ଖୁଲମଖୁଲା କହିବା ଆରମ୍ଭ କଲେଣି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories