www.samajalive.in
Thursday, December 11, 2025
16.1 C
Bhubaneswar

ପ୍ରେମିକାଙ୍କୁ ବି ଠକିଥିଲେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି ଓ ତାଙ୍କ ପ୍ରେମିକା ବରବରା ଜାରାବିକାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ସୋମବାର ଚୋକ୍ଷି ତାଙ୍କ ପ୍ରେମିକାଙ୍କ ସମ୍ପର୍କରେ ଗଣମାଧ୍ୟମକୁ ବୟାନ ଦେଇଥିବା ବେଳେ ମଙ୍ଗଳବାର ଚୋକ୍ଷିଙ୍କ ସମ୍ପର୍କରେ ବରବରା କିଛି ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି। ପ୍ରଥମେ ବରବରା କହିଛନ୍ତି ଯେ ଚୋକ୍ଷିଙ୍କ ଅପହରଣ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଚୋକ୍ଷି ଆଣ୍ଟିଗୁଆରେ ରହିବା ସମୟରେ ବରବରାଙ୍କ ସହିତ ନିଜଆଡୁ ନିଜକୁ ପରିଚିତ କରାଇଥିଲେ। ଚୋକ୍ଷି ନିଜକୁ ‘ରାଜ୍’ ନାମରେ ପରିଚିତ କରାଇଥିଲେ। ପରେ ଉଭୟଙ୍କ ବନ୍ଧୁତା ବଢିଥିଲା। ତେବେ ବନ୍ଧୁତା ପରିବର୍ତ୍ତେ ଚୋକ୍ଷି ତାଙ୍କୁ ପ୍ରେମ କରିବାକୁ ଲାଗିଥିଲେ। ଏହି ସମୟରେ ବରବରାଙ୍କୁ ଚୋକ୍ଷି ଏକ ହୀରା ମୁଦି ଓ ବ୍ରେସଲେଟ୍‌ ଉପହାର ଦେଇଥିଲେ। ପରବର୍ତ୍ତୀ ସମୟରେ ବରବରା ଜାଣିବାକୁ ପାଇଥିଲେ ଯେ ଏହି ହୀରା ମୁଦିଟି ନକଲି।

ବରବରା କହିଛନ୍ତି ଚୋକ୍ଷିଙ୍କ ପରିବାର ଓ ଓକିଲ ତାଙ୍କ ନାମକୁ ଅପହରଣ ମାମଲାରେ ଯୋଡିଛନ୍ତି। ବାସ୍ତବରେ ଅପହରଣ ଘଟଣାରେ ତାଙ୍କର କୌଣସି ସମ୍ପର୍କ ନାହିଁ। ବରବରା କହିଛନ୍ତି ଯେ ଚୋକ୍ଷିଙ୍କ ସହିତ ସେ ବ୍ୟାବସାୟିକ ବୁଝାମଣା କରିଥିଲେ। ତେବେ ବରବରାଙ୍କୁ ଏକ କାରବିୟ ଦ୍ବୀପରେ ରଖାଇବା ଲାଗି ଚୋକ୍ଷି ଯୋଜନା କରିଥିଲେ। ବରବରା କହିଛନ୍ତି ଯେ ପ୍ରେମ ନାମରେ ଚୋକ୍ଷି ତାଙ୍କ ପ୍ରତି ଅସଦାଚରଣ କରିବା ଉଦ୍ୟମ କରିଥିଲେ। ଏପରିକି ଅନେକ ଥର ଅଶ୍ଳୀଳ ବାର୍ତ୍ତାଳପ କରିଥିବା ବରବରା ଅଭିଯୋଗ କରିଛନ୍ତି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories