www.samajalive.in
Sunday, December 14, 2025
15.1 C
Bhubaneswar

କଲକାତାରେ ଦେବାଶିଷଙ୍କ ଚିକିତ୍ସା ଆରମ୍ଭ

ଭୁବନେଶ୍ୱର/କଲକାତା: କଲକାତାରେ ଆରମ୍ଭ ହୋଇଛି ଓଡ଼ିଶା ଭିଜିଲାନ୍ସ (ଦୁର୍ନୀତି ନିବାରଣ ବିଭାଗ) ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଏକ୍‌ମୋ ଚିକିତ୍ସା। ମଙ୍ଗଳବାର କଲକାତା ବିମାନ ବନ୍ଦରରୁ ସବୁଜ ବଳୟ ମଧ୍ୟରେ ମେଡିକା ହାସ୍‌ପାତାଳକୁ ଶ୍ରୀ ପାଣିଗ୍ରାହୀଙ୍କୁ ନିଆଯାଇ ଏକ୍‌ମୋ ଦ୍ବାରା ସ୍ବତନ୍ତ୍ର ଆଇସିୟୁରେ ରଖାଯାଇଛି।

ଡାକ୍ତରଖାନାର ଚେୟାରମ୍ୟାନ୍‌ ଡା. ଆଲୋକ ରାୟ କହିଛନ୍ତି ଯେ ଶ୍ରୀ ପାଣିଗ୍ରାହୀ କୋଭିଡ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି। ଅମ୍ଳଜାନ ମାତ୍ରା ଯଥେଷ୍ଟ କମ୍‌। ଏହି ହାଇପ୍ରୋକ୍ସିଆ ଚିକିତ୍ସା ଚାରିଜଣିଆ ଡାକ୍ତରୀଦଳ ଡା. ଦ୍ବିପାଞ୍ଜନ, ଡା. ଅର୍ପଣ, ଡା. ତନ୍ମୟ ବାନାର୍ଜୀ ଏବଂ ଡା. ପ୍ରଦୀପ ସେଠୀଙ୍କ ତତ୍ତ୍ବାବଧାରେ ଚାଲିଛି। ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଉଦ୍‌ବେଗଜନକ। ବର୍ତ୍ତମାନ ସେ ଯଥେଷ୍ଟ କମ୍‌ ପରିମାଣର ଅମ୍ଳଜାନ ଗ୍ରହଣ କରୁଛନ୍ତି, ଯାହାକୁ ନେଇ ଡାକ୍ତରଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଡା. ରାୟଙ୍କ କହିବାନୁଯାୟୀ, ଏସିଆ ମହାଦେଶର ସବୁଠାରୁ ଉନ୍ନତମାନର ଏକ୍‌ମୋ ଚିକିତ୍ସା ମେଡ଼ିକାରେ ରହିଛି। ଚିକିତ୍ସା କରୁଥିବା ଡା. ସେଠୀ କହିଛନ୍ତି, ଡାକ୍ତରଖାନା ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ଆଶା କରାଯାଏ ଶ୍ରୀ ପାଣିଗ୍ରାହୀ ସ୍ବାଭାବିକ ସ୍ଥିତିକୁ ଶୀଘ୍ର ଫେରି ଆସିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories