www.samajalive.in
Sunday, December 7, 2025
14.1 C
Bhubaneswar

ମଣ୍ଡିରେ ଟୋକନ ସମସ୍ୟା ଚାଷୀଙ୍କ ଉତ୍ତେଜନା

ବରପାଲି: ବରପାଲି ନିୟନ୍ତ୍ରିତ ବଜାର ଧାନମଣ୍ଡି କାର୍ଯ୍ୟାଳୟରେ ଅଞ୍ଚଳର ଚାଷୀ ମହଲ ପକ୍ଷରୁ ମୁଖ୍ୟଗେଟରେ ତାଲା ପକାଇ ପ୍ରତିବାଦ ଜଣାଇଥିବା ଦେଖାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ କର୍ମକର୍ତ୍ତାଙ୍କ ପୂର୍ବ ପ୍ରତିଶୃତିରେ ଅବହେଳା ଓ ସଠିକ ଟୋକନ ପ୍ରଦାନରେ ସମସ୍ୟା ସୃଷ୍ଟି କରିବାରୁ ମଣ୍ଡିରେ ଉତ୍ତେଜନା ପ୍ରକାଶ ପାଇବା ସହ ଚାଷୀମାନେ ମଣ୍ଡିକୁ ବନ୍ଦ କରିବା ସହ ମୂଖ୍ୟଦ୍ୱାରରେ ତାଲା ପକାଇ ଦେଇଥିଲେ। ହେଲେ ପ୍ରସାସନିକ କୌଣଷି କର୍ମକର୍ତ୍ତାଙ୍କ ଦେଖା ନମିଳିବାରୁ ଏକ ଅସ୍ୱାଭାବିକ ସ୍ଥିତି ଉତ୍ପର୍ଣ୍ଣ ହୋଇଥିଲା. ଟୋକନ ସମସ୍ୟାର ସମାଧାନ ଦିଗରେ ସରଳିକରଣ ପାଇଁ ଅଞ୍ଚଳର ଚାଷୀକୂଳ ଗତ ୪ତାରିଖ ପ୍ରତିବାଦ ଜଣାଇଥିଲେ। ଆଗାମି ବର୍ଷା ଓ କାଳବୈଶାଖିର ଶିକାରରୁ ବଞ୍ଚିତ ଚାଷୀମାନେ ଟ୍ରାକ୍ଟର ମାଧ୍ୟମରେ ଧାନବସ୍ତା ମାନ ବିକ୍ରି ପାଇଁ ମାର୍କେଟ ପରିସରକୁ ଆଣିଥିଲେ। ହେଲେ ଯଥା ପୁର୍ବଂ ତଥା ପରଂ ନୀତିରେ ପେକ୍ସବାଲା ଚାଷୀଙ୍କୁ ଧାନବିକିବା ନିମନ୍ତେ କହିଥିଲେ। ପୁର୍ବରୁ ଗତ ଶୁକ୍ରବାର ପେକ୍ସ ଓ ଯୋଗାଣ ବିଭାଗିୟ ପକ୍ଷରୁ ଉପୁଜୁଥିବା ଟୋକନ ସମସ୍ୟା ସମ୍ପର୍କରେ ଉପରିସ୍ଥ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ ମାଧ୍ୟମରେ ୪/୫ ଦିନ ମଧ୍ୟରେ ସମାଧାନର ବାଟ ନିଶ୍ଚିତ ଖୋଲାଯିବ ବୋଲି ପ୍ରତିଶୃତି ଦେଇଥିଲ। କୁଆଡ଼େ ଗଲା ସେସମାଧାନର ବାଟ ନୋଲି ଓଲଟା ପ୍ରଶ୍ନ କରିବା ସହ ହୋହଲ୍ଲା ଆରମ୍ଭ ହୋଇଯାଇଥିଲା। ଦିର୍ଘ ସମୟ ପର୍ଯ୍ୟନ୍ତ ମଣ୍ଡିରେ କିଣାବିକା କାର୍ଯ୍ୟରେ ବ୍ୟଘାତ ସଋଷ୍ଟି ହୋଇଥିଲା।

 

- Advertisement -

ଯାହାକି ଆଜି ତାରିଖରେ ଧାନ ବିକିବା ପାଇଁ ମଣ୍ଡରେ ପହଞ୍ଚିଥିବା ଚାଷୀ ମଧ୍ୟ ବିକି ପାରିନଥିôବା ଜଣାପଡ଼ିଥିଲା। ସୂଚନାନୁଯାୟୀ ବର୍ତ୍ତମାନ ବିପର୍ଯ୍ୟୟ ପାଗ ଚାଷୀ ଉପରେ ଦାଉ ସାଧୁଥିବା ସମୟରେ ବିଚରା ଚାଷୀ ରାତିଦିନ ଖଟି ବହୁ କଷ୍ଟରେ ନିଜ ଉପାର୍ଜିତ ଧାନ ଗଣ୍ଡାକ ବିକିବା ପାଇଁ ମଣ୍ଡିର ସହାୟତା ନେଇଥିଲା। ହେଲେ ଯୋଗାଣ ବିଭାଗ ପାଞ୍ଚ ଏକଡ଼ର ଚାଷୀକୁ ଏକ ଏକଡ଼ ଜମିରେ ଉପାର୍ଜିତ ଧାନ ବିକିବା ପାଇଁ ଟୋକନ ଦେଇଥିଲେ। ଧାନ ୫୦ବସ୍ତା ନେଇ ଯାଇଥିବା ଚାଷୀ ଜଦି ୧୦ବସ୍ତା ଧାନ ବିକିବାର ସୁଯୋଗ ପାଏ ତାହେଲେ ବଳକା ୪୦ବସ୍ତା ଧାନ କେବେ ଏବଂ କେଉଁଠି ବିକିବ ବୋଲି ବଜାର ବାଲାଙ୍କୁ ପ୍ରଶ୍ନ ପ·ରିଥିଲେ। ବଜାର ଓ ସମବାୟ କର୍ମଚାରୀ ମାନେ ଆମେ କଣକରିିବୁ ସରାକାରୀ ବିଭାଗିୟଙ୍କ ନିର୍ଦେଶ ଅନୁଶାରେ ଆମେ କାମ କରୁଛୁ ବୋଲି ପ୍ରତିଉତ୍ତର ଦେଇଥିଲେ। ବାରାମ୍ବାର ଧାନ ବିକିବା ପାଇଁ ଜାଣିଶୁଣି ହଇରାଣ କରୁଥିବାରୁ ଚାଷୀକୂଳ ଉତ୍ତେଜିତ ହେବା ସହିତ ପ୍ରତିବାଦ ଜଣାଇବିଭାଗିୟ କର୍ମକର୍ତ୍ତା ମାନଙ୍କୁ ଡ଼ାକ ବୋଲି ଅଡ଼ି ବସିଥିଲେ। ସମୟ ବିତିଯାଇଥିଲେ ସୁଦ୍ଧା କୌଣଷି କାର୍ଯ୍ୟକର୍ତ୍ତାଙ୍କ ଦେଖା ମିଳିନଥିଲା କିନ୍ତୁ ଚାଷୀକୂଳ ପ୍ରତିବାଦ ଜଣାଇବା ସହ ମଣ୍ଡି ପରିସରରେ ଧାରଣାରେ ବସିଥିଲେ।

 

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories