www.samajalive.in
Saturday, December 13, 2025
26.1 C
Bhubaneswar

କରୋନାରେ ବରିଷ୍ଠ ଆଇନଜୀବୀଙ୍କ ପରଲୋକ

ଜି.ଉଦୟଗିରି: ଜି.ଉଦୟଗିରି କୋର୍ଟର ବରିଷ୍ଠ ଆଇନଜୀବୀ ତଥା ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ବଡସାହୀ ବାସିନ୍ଦା ଶରତ ଚନ୍ଦ୍ର ଭୋଇ(୭୨)ଙ୍କ ଆଜି କରୋନାରେ କଟକ ଯୋବ୍ରା ସ୍ଥିତ ଷ୍ଟାର ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଥିବା ଜଣାପଡିଛି।

ବିବରଣିରୁ ପ୍ରକାଶ ଯେ, ମେ ମାସ ୨୮ ତାରିଖ ଦିନ କରୋନା ପଜିଟିଭ ଜଣାପଡିବା ଏବଂ ପରେ ଅମ୍ଳଜାନ ସ୍ତର କମିଯିବାରୁ ତାଙ୍କୁ ଫୁଲବାଣୀ,ଓ ସେଠାରୁ କଟକ ଯୋବ୍ରା ସ୍ଥିତ ଷ୍ଟାର ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବାବେଳେ ଆଜି ସକାଳ ପ୍ରାୟ ୬.୫୦ ଘଣ୍ଟା ସମୟରେ ପରଲୋକ ହୋଇଯାଇଥିବା ଜଣାପଡିଛି। ସ୍ବର୍ଗତ ଭୋଇ ସରକାରୀ ଓକିଲ ଭାବେ ପ୍ରଥମେ ଫୁଲବାଣୀ ପରେ ବାଲିଗୁଡ଼ା ସେଠାରୁ ରାୟଗଡା ଠାରେ କାର୍ୟ୍ୟରୁ ଅବସର ଗ୍ରହଣ କରିଥିଲେ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।କଟକ ଯୋବ୍ରା ନିକଟସ୍ଥ ସିଏମସି ସହାୟତାରେ ତାଙ୍କର ଅନ୍ତିମ ସଂସ୍କାର ସତୀଚଉରା ଶ୍ମଶାନରେ ସମ୍ପର୍ଣ୍ଣ ହୋଇଯାଇଛି।ପୁଅ ମିତୁ ମୂଖାଗ୍ନୀ ଦେଇଥିବାବେଳେ ଅନ୍ତିମ ସଂସ୍କାର ବେଳେ ପୁତୁରା ଚିକୁନ୍ ସହ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ଆସନ୍ତାକାଲି ଜି.ଉଦୟଗିରି ଓକିଲ ସଂଘ ତରଫରୁ ଶୋକସଭା ଅନୁଷ୍ଠିତ କରାଯିବା ନେଇ ସଭାପତି ଦୀପକ ଭରଦ୍ବାଜ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ବର୍ତ୍ତମାନ ସୁଧା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ଛୁଇଁଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories