www.samajalive.in
Sunday, December 7, 2025
13.1 C
Bhubaneswar

ଚୋରାଚାଲାଣ ବେଳେ ପିକଅପ୍ ଭ୍ୟାନ ସହ ୨୦୦ ବସ୍ତା କେନ୍ଦୁପତ୍ର ଜବତ: ୨ଗିରଫ

ଦେବଗଡ :କେନ୍ଦୁପତ୍ର ଚୋରାଚାଲାଣ ହେଉଥିବା ବେଳେ ଦେବଗଡ ବନ ବିଭାଗ ପକ୍ଷରୁ ଚଢଉ କରାଯାଇ ୨୦୦ବସ୍ତା(୯୬୦ କିଲୋ) ବେଆଇନ କେନ୍ଦୁପତ୍ର ଓ କେନ୍ଦୁପତ୍ର ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଜିଲାର ଜମନକିରାରୁ ଏକ ପିକଅପ୍ ଭ୍ୟାନ(ନଂ-ଡବ୍ଲୁବି-୨୯-ବି-୩୬୪୦) ଯୋଗେ ପଶ୍ଚିମବଂଗକୁ କେନ୍ଦୁପତ୍ର ଚୋରାଚାଲାଣ ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଉକ୍ତ ପିକଅପ୍ ଭ୍ୟାନକୁ ଜବତ କରିବାକୁ ଦେବଗଡ ବନଖଣ୍ଡ ଅଧିକାରୀ ଶ୍ରୀମତି କ୍ଷମା ଷଡଙ୍ଗୀ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ। ନିର୍ଦେଶ ଅନୁଯାୟୀ ଦେବଗଡ ଫରେଷ୍ଟର ପ୍ରଶନ୍ନ କୁମାର ସାହୁ, ତିଲେଇବଣି ଫରେଷ୍ଟର ସୁଧାଂଶୁ ବେହେରା, ଦେବଗଡ ଫରେଷ୍ଟଗାର୍ଡ ଭୋଳେଶ୍ୱର ସାହୁ,ତିଲେଇବଣି ଫରେଷ୍ଟଗାର୍ଡ ଅଶୋକ ପାନ୍ନା ପ୍ରମୁଖ ସ୍କ୍ୱାର୍ଡ ସହ ଉକ୍ତ ପିକଅପ୍ ଭ୍ୟାନକୁ ଜମନକରିରାରୁ ପିଛା କରିଥିଲେ।ଆଜି ସକାଳ ପ୍ରାୟ ୬ଟା ୪୫ ମିନିଟ ସମୟରେ ଉକ୍ତ ପିକଅପ୍ ଭ୍ୟାନଟି ତିଲେଇବଣି ପାରିହୋଇ କୁରଡ ନିକଟରେ ପହଂଚିବା ସମୟରେ ୪୯ ନମ୍ବର ଜାତୀୟ ରାଜପଥରେ ବନ ବିଭାଗ କର୍ମଚାରୀ ମାନେ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ।

 

- Advertisement -

ଯାଞ୍ଚ ସମୟରେ ଚାଳକ ଓ ସେଥିରେ ବସିଥିବା ଅନ୍ୟଜଣେ ବ୍ୟକ୍ତି କେନ୍ଦୁପତ୍ର ଚାଲାଣ ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର ଦେଖାଇ ନପାରିବାରୁ କେନ୍ଦୁପତ୍ର ବୋଝେଇ ପିକଅପ୍ ଭ୍ୟାନ ସହ ଉକ୍ତ ୨ ଜଣଙ୍କୁ ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟକ ଅଣାଯାଇଥିଲା। ଓଜନ କରିବାରୁ ଜବତ ୍ଣଳନ୍ଦୁପତ୍ରର ପରିମାଣ ୨୦୦ବସ୍ତା(୯୬୦ କିଲୋ)ବୋଲି ଜଣାପଡିଥିଲା। ସେହିପରି ବେଆଇନ କେନ୍ଦୁପତ୍ର ପଚରା ଉଚରା ସମୟରେ ଉକ୍ତ ବେଆଇନ ଜକେନ୍ଦୁପତ୍ର ଜମନକିରାରୁ ପଂଚିମବଙ୍ଗକୁ ଯାଉଥିବା ପ୍ରକାଶ କରିବା ସହ ସେମାନଙ୍କ ପରିଚୟ ପଶ୍ଚିମବଂଗ ପୂର୍ବ ମେଦିନିପୁର ଜିଲା କୋଲାଘାଟ ଥାନାଂଚଳର ଶ୍ୟାମଲାଲ ବର୍ମନ(୩୧) ଓ ପଶ୍ଚିମବଂଗ ପୂର୍ବ ମେଦିନିପୁର ଜିଲା ତମଲୁକ ଥାନାଂଚଳର ସୁଶୀଳ ମହାପାତ୍ର(୩୬)ବୋଲି ଜଣାପଡିଥିଲା। ଆଜି ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories