www.samajalive.in
Saturday, December 6, 2025
16.1 C
Bhubaneswar

ବୌଦ୍ଧ ଜିଲାରେ ଗଞ୍ଜେଇ ମାଫିଆମାନେ ସକ୍ରିୟ

ବୌଦ୍ଧ : କୃଷି ଭିତ୍ତିକ ବୌଦ୍ଧଜିଲାରେ ୮୦ ପ୍ରତିଶତ ଲୋକ ଜୀବନ ଜିବିକା ପାଇଁ କୃଷିକ୍ଷେତ୍ର ଓ ଦିନ ମଜୁରୀ ଉପରେ ନିର୍ଭର କରୁଛନ୍ତି। ଦୀର୍ଘମାସ ହେଲା କରୋନା ଯୋଗୁଁ ତାଲାବନ୍ଦ ରହିଥିବାବେଳେ ଜିଲାରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର କାମଧନ୍ଦା ବନ୍ଦ ହେବା ଯୋଗୁଁ ଯୁବଗୋଷ୍ଠୀ ଏବେ ଅପରାଧ ମୁହାଁ ହେବାକୁ ଲାଗିଲେଣି। ବିଶେଷ ଭାବରେ ବର୍ତମାନ ବେଆଇନ ଗଂଜେଇ ଚାଷ ପାଇଁ ଏହି ଜିଲ୍ଳା ସାରା ରାଜ୍ୟରେ କୁଖ୍ୟାତି ଅର୍ଜନ କରିଥିବାବେଳେ ଜିଲାର ବେକାର ଯୁବଗୋଷ୍ଠୀ ଅର୍ଥମୋହରେ ଏହି କାରବାରରେ ସଂପୃକ୍ତ ହେଉଥିବା ଦେଖିବାକୁ ମିଳୁଛି। ଜିଲାରେ ବୌଦ୍ଧ ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ରହିଥିବା ଜଳଉତ୍ସ ଗୁଡିକ ଗଞ୍ଜେଇ ଚାଷ ପାଇଁ ଭିତ୍ତିଭୂମି ସୃଷ୍ଟି କରୁଅଛି।

 

- Advertisement -

ବିଶେଷ ଭାବରେ ଗ୍ରାମ୍ୟ ଜଙ୍ଗଲ ଓ ସଂରକ୍ଷିତ ଜଙ୍ଗଲ ଗୁଡିକରେ ଏହି ଚାଷ କରାଯାଉଥିବାବେଳେ ସଂପୃକ୍ତ ବ୍ୟକ୍ତିବିଶେଷମାନେ ସହଜରେ ଖସିଯିବାରେ ସଫଳ ହେଉଛନ୍ତି। ଅନେକ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଏହି ବେଆଇନ ଚାଷରେ ଅର୍ଥ ନିୟୋଜିତ କରିଥିବା ଅଭିଯୋଗ ହେଉଅଛି। ସରକାର ବେଆଇନ ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଜିଲାସ୍ତରରେ ଖର୍ଚ୍ଚ କରୁଥିଲେ ମଧ୍ୟ ଲୋକ ଦେଖାଣିଆ ଭାବରେ କାଗଜପତ୍ରରେ ସବୁ ପ୍ରସ୍ତୁତ କରି ଏହି ଟଙ୍କା ମଧ୍ୟ ହଡପ କରିଦିଆଯାଉଥିବା ଅଭିଯୋଗ ହେଉଅଛି। ବର୍ତ୍ତ ମାନ ତାଲାବନ୍ଦର ସୁଯୋଗ ନେଇ ଜିଲାରେ ଗଞ୍ଜେଇ ମାଫିଆମାନେ ସକ୍ରିୟ ହୋଇଛନ୍ତି। ଗ୍ରାମାଞ୍ଚଳର ଅନେକ ଯୁବକ ଗଞ୍ଜେଇ ମାମଲାରେ ଗିରଫ ହୋଇ ଜେଲ ଭିତରେ ରହିଥିବାବେଳେ ବର୍ତ୍ତମାନ ରାଜ୍ୟ ବାହାରର ମାଫିଆମାନେ ଜିଲାରେ ଡେରା ପକାଇଥିବା ଆଲୋଚନା ହେଉଅଛି। ନିକଟରେ ବାଉଁଶୁଣୀ ପୁଲିସ ଦ୍ୱାରା ୫ ଜଣ ଆନ୍ତଃରାଜ୍ୟ ଗଂଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଥିବାବେଳେ କେନ୍ଦ୍ରୀୟ ନିଶା କାରବାର ନିୟନ୍ତ୍ରଣ ସଂସ୍ଥା (ଏନସିବି) ଦ୍ୱାରା ଜିଲାରୁ ଚାଲାଣ ହେଉଥିବା ୬୨୩ କିଲୋ ଗଞ୍ଜେଇ ଜବତ କରିଥିଲା। ତୁରନ୍ତ ଏହି ବେଆଇନ କାରବାର ସମ୍ପୂର୍ଣ୍ଣ ବନ୍ଦ କରାନଗଲେ ଅନେକ ନୀରିହ ଓ ଗରିବ ପରିବାର ଉଜୁଡି ପଡିବା ଆଶଙ୍କା ସୃଷ୍ଟି ହୋଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories