www.samajalive.in
Sunday, December 7, 2025
14.1 C
Bhubaneswar

ଶିକ୍ଷାର ଦରଦୀବନ୍ଧୁ ସ୍ବର୍ଗତ ବ୍ରଜମୋହନ ପଣ୍ଡାଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଲରମ୍ଭା ଗ୍ରାମର ଚିର ସ୍ମରଣୀୟ କବି,ଶିକ୍ଷାବିତ୍,କୃଷିବିତ୍ ତଥା ଲରମ୍ଭା ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବ୍ରଜ ମୋହନ ପଣ୍ଡାଙ୍କ ୧୩୨ତମ ଜନ୍ମ ଦିବସ ସହ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। କୋଭିଡ ନିୟମ ପାଳନ ପୂର୍ବକ ପ୍ରଥମେ ତାଙ୍କ ଷଠୀ ଘରରେ ପୂଜାର୍ଚ୍ଚନା କରାଯାଇଥିଲା। ସେହିପରି ୧୯୦୨ମସିହାରେ ପ୍ରାଥମିକ ବିଦ୍ୟାଳୟ,୧୯୩୮ ମସିହା ରେ ଉଚ୍ଚ ବିଦ୍ୟାଳୟ ଓ ୧୯୬୪ମସିହାରେ ତାଙ୍କ ଦ୍ୱାରା ତିଆରି ଲରମ୍ଭା ମହା ବିଦ୍ୟାଳୟକୁ ଯାଇ ସେଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।
ପରିଶେଷରେ ଲରମ୍ଭା ମହା ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ବର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ ନିମନ୍ତେ ଏକ ସାଧାରଣ ସଭାର  ଆୟୋଜନ ହୋଇ ଥିଲା। ଏହି ସଭାରେ କଲେଜର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ୱରେ ଅଶ୍ୱିନୀ କୁମାର ପ୍ରଧାନ, ବିନୟ କୁମାର ନାୟକ, ଜୟ କୁମାରୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
ସଭା ପୂର୍ବରୁ ସ୍ୱର୍ଗତ ବ୍ରଜ ମୋହନଙ୍କ ଫଟୋ ଚିତ୍ରରେ ଦ୍ବୀପ ପ୍ରଜ୍ଵଳନ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କର ଅବଦାନ ଉପରେ ଆଲୋଚନା ସହ ଯଶ ଗାନକରା ଯାଇଥିଲା। ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା,ଡ଼ଃ ଅଜିତ କୁମାର ନାଥ,ପ୍ରମୋଦ ଚନ୍ଦ୍ର ସେଠ ତାଙ୍କ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ରଖିଥିଲେ। ଉକ୍ତ ସଭାରେ ସରପଞ୍ଚ ବିକାଶ ଚନ୍ଦ୍ର ଭୋଇ,ସୁମନ୍ତ ପାଣିଗ୍ରାହୀ,ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅଧିକାରୀ ରାଜୁ ୟଶ,ତ୍ରିନାଥ ମହାକୁର,ଇନ୍ଦ୍ରଜିତ ନାୟକ ପ୍ରମୁଖ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଥିଲେ।ମହାବିଦ୍ୟାଳୟ ର ପ୍ରଫେସର କିଶୋର ଚନ୍ଦ୍ର ହୋତା,ଡ଼ଃ ଦିଗାମ୍ବର ଚାନ୍ଦ,ସରୋଜ କୁମାର ନାୟକ, ସଂଘମିତ୍ରା ମହାକୁର,ଶିଶିର ସାହୁ,ଗୁରୁଦେବ କୁଶଳ,ସୁନୀଲ ପଧାନ,ଗଣେଶ ସିଂ,ସିଦ୍ଧେସ୍ୱର  ପ୍ରଧାନ,ବିଦେଶୀ ଛନ୍ଦ,ଲିଙ୍ଗରାଜ ପୋଢ଼ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories