www.samajalive.in
Saturday, December 13, 2025
21.1 C
Bhubaneswar

ମୁକ୍ତାକାଶ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଓହରିଲା ରୁଷ

ମସ୍କୋ: ମୁକ୍ତାକାଶ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ରୁଷିଆ ଓହରି ଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ଏ ସଂମ୍ପର୍କିତ ଏକ ଆଇନରେ ସ୍ୱାକ୍ଷର କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଚୁକ୍ତି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇନଥିବା ସତର୍କ ଦୃଷ୍ଟି ନିରୀକ୍ଷଣକାରୀ ବିମାନଗୁଡିକୁ ସଦସ୍ୟ ରାଷ୍ଟ୍ରଗୁଡିକ ଉପରେ ଉଡାଣ କରିବାକୁ ଅନୁମତି ପ୍ରଦାନ କରିଥାଏ। ରୁଷ ଏହି ଚୁକ୍ତିରୁ ଓହରି ଯାଇଥିବାରୁ ଏହା ଆଉ ସେହିଭଳି ବିମାନକୁ ନିଜ ଆକାଶ ସୀମା ମଧ୍ୟରେ ପ୍ରବେଶ ପାଇଁ ଅନୁମତି ଦେବନାହିଁ। ପୂର୍ବରୁ ଗତ ମଇ ମାସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମସ୍କୋକୁ ସୂଚନା ଦେଇ କହିଥିଲେ ଯେ ତାଙ୍କ ପୂର୍ବର ଟ୍ରମ୍ପ ପ୍ରଶାସନ ଗତବର୍ଷ ଏହି ଚୁକ୍ତିରୁ ଓହରି ଯାଇଥିବାରୁ ସେ ଆଉ ଏହି ଚୁକ୍ତିରେ ସାମିଲ ହେବେନାହିଁ। ଚଳିତ ମାସ ଶେଷଭାଗରେ ପୁଟିନ ଏବଂ ବାଇଡେନ ପରସ୍ପରକୁ ଭେଟିବା କାର୍ଯ୍ୟକ୍ରମ ରହିଥିବାବେଳେ ଉକ୍ତ ଚୁକ୍ତି ସମ୍ପର୍କରେ ବାଇଡେନଙ୍କ ସହିତ ଆଲୋଚନା କରିବାକୁ ପୁଟିନ ଆଶା ରଖିଥିଲେ। କିନ୍ତୁ ବାଇଡେନ ତାଙ୍କ ମନୋଭାବ ସ୍ପଷ୍ଟ କରିବା ପରେ ରୁଷ ମଧ୍ୟ ଚୁକ୍ତିରୁ ଓହରି ଯାଇଛି। ଆମେରିକା ପ୍ରଥମେ ଏହି ଚୁକ୍ତିରୁ ଓହରିଯିବା ଏବଂ ଏଥିରେ ପୁନଃ ଯୋଗ ନଦେବାକୁ ନିଷ୍ପତ୍ତି ନେବା ଏକ ରାଜନୈତିକ ଭୁଲ୍‍ ବୋଲି ରୁଷର ଅଧିକାରୀମାନେ କହିଛନ୍ତି। ସେମାନେ କହିଛନ୍ତି, ଚଳିତ ମାସ ଶେଷଆଡକୁ ଜେନେଭା ଶିଖର ସମ୍ମିଳନୀରେ ହେବାକୁ ଥିବା ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ସମ୍ପର୍କିତ ଆଲୋଚନା ପାଇଁ ଏହା ଅନୁକୂଳ ପରିବେଶ ସୃଷ୍ଟି କରିବନାହିଁ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories