www.samajalive.in
Monday, December 8, 2025
27.1 C
Bhubaneswar

ଚୀନରେ ଠାବ ହେଲା ଡାଇନୋସର୍‍ ପୂର୍ଣ୍ଣାଙ୍ଗ କଙ୍କାଳ

ବେଜିଂ: ଜୀବାଶ୍ମବିଜ୍ଞାନୀମାନେ ଚୀନର ଦକ୍ଷିଣ ପଶ୍ଚିମରେ ଜୁରାସିକ ସମୟର ଏକ ଜୀବାଶ୍ମ ଠାବ କରିଛନ୍ତି, ଯାହାର ପ୍ରାୟ ୭୦% ଅକ୍ଷତ ରହିଛି ଏବଂ ଏହା ଏକ ଡାଇନୋସରର ଜୀବାଶ୍ମ ଏବଂ ତାହାର ଲମ୍ବ ପ୍ରାୟ ୮ ମିଟର ବୋଲି ଜଣାଯାଇଛି। ଏହି ଜୀବାଶ୍ମ ପ୍ରାୟ ୧୮୦ ନିୟୁତ ବର୍ଷ ପୁରାତନ ବୋଲି ଜୀବାଶ୍ମବିଜ୍ଞାନୀ ମତ ଦେଇଛନ୍ତି। ଚୀନର ଦକ୍ଷିଣକୁ ୟୁନାନ ପ୍ରଦେଶର ଲୁଫେଙ୍ଗ ସହରରୁ ଏହି ଜୀବାଶ୍ମ ଉଦ୍ଧାର କରାଯାଇଛି।
ଲୁଫେଙ୍ଗ ସହରରେ ଏକ ଡାଇନୋସର ଜୀବାଶ୍ମ ମାଟିତଳେ ରହିଥିବା ଆବିଷ୍କାର କରାଯିବା ପରେ ଡାଇନୋସର ଜୀବାଶ୍ମ ସଂରକ୍ଷଣ ଓ ଗବେଷଣା କେନ୍ଦ୍ରର କର୍ମଚାରୀମାନେ ଉକ୍ତ ସ୍ଥାନକୁ ଜରୁରୀକାଳନ ଭିତ୍ତିରେ ଖନନ କରିଥିଲେ। କାରଣ ଉକ୍ତ ଅଞ୍ଚଳ ମୃତ୍ତିକାକ୍ଷୟ ପ୍ରବଣ ହୋଇଥିବାରୁ ଜୀବାଶ୍ମର ଅବଶିଷ୍ଟ ଅସ୍ଥିଗୁଡିକ କାଳେ ନଷ୍ଟ ହୋଇଯିବ, ସେହି ଆଶଙ୍କାରେ ସେମାନେ ସେଠାରେ ଜରୁରୀକାଳୀନ ଖନନ କରିଥିଲେ। ଉକ୍ତ କେନ୍ଦ୍ରର ମୁଖ୍ୟ ୱାଙ୍ଗ ତାଓ କହିଛନ୍ତି, ଏକ ପ୍ରାୟତଃ ପୂର୍ଣ୍ଣାଙ୍ଗ ଡାଇନୋସର ଜୀବାଶ୍ମ ମିଳିବା ଏକ ବିରଳ ଘଟଣା। ଏହି ଆବିଷ୍କାର ଏକ ଜାତୀୟ ସଂପତ୍ତି ହୋଇଛି। ଏହା ଏକ ବିଶାଳକାୟ ଡାଇନୋସର ବୋଲି ବିଶ୍ୱାସ କରାଯାଉଛି ଏବଂ ଏହା ଜୁରାସିକ ସମୟର ଆଦ୍ୟ ଭାଗରେ ବଞ୍ଚିରହିଥିଲା। ଗବେଷକମାନେ ଏହା ଉପରେ ଅଧିକ ବିଶ୍ଳେଷଣ କରିବା ପରେ ଏହା ‘ଉଲଙ୍ଗ ବୋହେନସିସ’ ପ୍ରଜାତି ବୋଲି କହିଛନ୍ତି, ଯାହାର ଅର୍ଥ ହେଉଛି ‘ଡ୍ୟାନସିଂ ଡ୍ରାଗନ’। ଏହା ଏକ ପକ୍ଷୀ ଏବଂ ଡାଇନୋସରର ଏକ ଆଶ୍ଚର୍ଯ୍ୟଜନକ ମିଶ୍ରଣ। ଏହାର ଲାଞ୍ଜ ମଧ୍ୟ ଯଥେଷ୍ଟ ଲମ୍ବା ଏବଂ ଶରୀର ପରରେ ଆଚ୍ଛାଦିତ ଥିଲା ବୋଲି ଜୀବାଶ୍ମବିଜ୍ଞାନୀମାନେ କହିଛନ୍ତି।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories