www.samajalive.in
Saturday, December 13, 2025
26.1 C
Bhubaneswar

ଭାରତର ଏମଏସଏମଇ ବିକାଶ ପାଇଁ ବିଶ୍ୱବ୍ୟାଙ୍କ ଦେବ ୫୦୦ ନିୟୁତ ଡଲାର

ୱାଶିଂଟନ ଡିସି: କୋଭିଡ-୧୯ କାରଣରୁ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛି। ଏଭଳି ଜଟିଳ ପରିସ୍ଥିତିରେ ଏହାକୁ ସହାୟତା କରିବ ବିଶ୍ୱବ୍ୟାଙ୍କ। ଦେଶର ଏମଏସଏମଇ କ୍ଷେତ୍ରକୁ ପୁନଃ ସୁଦୃଢ କରିବାକୁ ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାରର ଏକ ଯୋଜନା ପ୍ରସ୍ତୁତ କରିଛି। ବ୍ୟାଙ୍କ ନିର୍ବାହୀ ନିର୍ଦ୍ଦେଶକ ବୋର୍ଡ ଏହାକୁ ଅନୁମୋଦନ କରିଛି। ବିଶ୍ୱବ୍ୟାଙ୍କ ପରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ଦେଶର ୫,୫୫,୦୦୦ ଏମଏସଏମଇର ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଏହି ଯୋଜନା ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ ଯେ ଏମଏସଏମଇ କ୍ଷେତ୍ରରେ ବିଶ୍ୱବ୍ୟାଙ୍କର ଏହା ଦ୍ୱିତୀୟ ସହାୟକ ଯୋଜନା ହେବ। ପୂର୍ବରୁ ଏହା ନିୟୁତାଧିକ ଏମଏସଏମଇ ପାଇଁ ନଗଦ ଅର୍ଥ ଓ ଋଣ ଆବଶ୍ୟକତା ପୂରଣ କରିବାକୁ ୨୦୨୦ ଜୁଲାଇରେ ୭୫୦ ନିୟୁତ ଡଲାର ଜରୁରୀ କ୍ରିୟାଶୀଳ ଯୋଜନାକୁ ଅନୁମୋଦନ କରିଥିଲା। ଏପର୍ଯ୍ୟନ୍ତ ସରକାରଙ୍କର ଏ ଦିଗରେ ଚାଲିଥିବା ଯୋଜନାରୁ ଏପର୍ଯ୍ୟନ୍ତ ୫ ନିୟୁତ ସଂସ୍ଥା ଆର୍ଥିକ ସୁଯୋଗ ନେଇସାରିଛନ୍ତି। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଏମଏସଏମଇ କ୍ଷେତ୍ର ହେଉଛି ଦେଶର ଅର୍ଥନୀତିର ମେରୁଦଣ୍ଡ ଏବଂ ଏହା ଭାରତର ଜିଡିପିରେ ୩୦% ତଥା ଦେଶର ରପ୍ତାନିରେ ୪୦% ଅବଦାନ ରଖୁଛି। ଭାରତରେ ଥିବା ପ୍ରାୟ ୫୮ ନିୟୁତ ଏମଏସଏମଇ ମଧ୍ୟରୁ ୪୦%ରୁ ଅଧିକ ଆନୁଷ୍ଠାନିକ ପାଣ୍ଠି ବ୍ୟବସ୍ଥାର ସୁଯୋଗ ନେବାରୁ ବଂଚିତ ହେଉଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories