www.samajalive.in
Sunday, December 14, 2025
15.1 C
Bhubaneswar

୪ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ: ୩ ନିଶା ମାଫିଆ ଗିରଫ, ୫ ଲକ୍ଷ ଟଙ୍କା ଓ କାର ଜବତ

ରେଙ୍ଗାଲି: ରେଙ୍ଗାଲି ପୁଲିସ ଏବଂ ସ୍ପେଶାଲ୍‌ ସ୍କ୍ବାଡ ରବିବାର ସକାଳୁ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ରମ୍ପେଲାକେମ୍ପ ନିକଟରେ ଚଢ଼ଉ କରି କାର ଭିତରୁ ୨ଟି ପ୍ୟାକେଟରେ ଥିବା ୬୨ ଗ୍ରାମ ବ୍ରାଉନ ସୁଗର ଏବଂ ନଗଦ ୫ ଲକ୍ଷ ୪୪୦ ଟଙ୍କା ଜବତ କରିଛନ୍ତି। ଝାରସୁଗୁଡା ଅଭିମୁଖେ ଦୁଇଜଣ ଯାତ୍ରୀ ନେଇ ଧଳାରଙ୍ଗର ଏକ ହୋଣ୍ଡା ସିଟି କାର ଓଡି-୦୨ବିକ୍ୟୁ-୭୭୭୫ ଯାଉଥିଲା। କାରରେ ଯାଉଥିବା ନୟାଗଡ ଜିଲା ଶରଣକୂଳ ଥାନା ଅନ୍ତର୍ଗତ ଗୁଡିପଡାର ତଥା ବର୍ତ୍ତମାନ ଲିଙ୍ଗରାଜ ଥାନା ଗଙ୍ଗୋତ୍ରିନଗରରେ ରହୁଥିବା ତ୍ରିଲୋକନାଥ ପ୍ରଧାନ(୪୦)ଓରଫ ଜଗବନ୍ଧୁ ଓରଫ ଜଗନ୍‌ ଏବଂ ଖୋର୍ଦ୍ଧା ଜିଲା ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡର ଜ୍ୟୋତିରଞ୍ଜନ ମହାନ୍ତି (୩୪)ଙ୍କୁ ଗିରଫ କରାଯାଇଛି। ରେଙ୍ଗାଲି ଥାନା ଆଇଆଇସି ଧବଲେଶ୍ୱର ସାହୁ ଉଭୟଙ୍କୁ ପଚରାଉଚୁରା କଲାପରେ ଏଥିରେ ସମ୍ପୃକ୍ତ ବରଗଡ଼ ଜିଲା ସଦର ଥାନା ସରସରାର ମନିଷ ଅଗ୍ରୱାଲା (୨୬)ଙ୍କୁ ସନ୍ଧ୍ୟାରେ ଗିରଫ କରାଯାଇଛି।

 

- Advertisement -

ଅଭିଯୁକ୍ତ ମାନଙ୍କଠାରୁ ଜବତ ହୋଇଥିବା ବ୍ରାଉନ ସୁଗର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ବ୍ରାଉନ ସୁଗର, ନଗଦ ଟଙ୍କା ଏବଂ ସେମାନେ ବ୍ୟବହାର କରିଥିବା କାର ଜବତ କରାଯିବା ସହିତ ସେମାନଙ୍କଠାରୁ ୪ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ରେଙ୍ଗାଲି ଥାନାରେ ମାମଲା ରୁଜୁ କରାଯାଇ ଆଜି ୩ ଜଣ ଚାଲାଣକାରୀଙ୍କୁ କୋର୍ଟଚାଲାଣ କରାଯାଇଛି। ଥାନାରେ ଅଭିଯୁକ୍ତମାନଙ୍କୁ କରାଯାଇଥିବା ଜେରାକୁ ଅଧାରକରି ବ୍ରାଉନ ସୁଗର କାରବାର ନେଟୱାର୍କ ଲିଙ୍କରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଇଲେକଟ୍ରୋନିକ୍ସ ସର୍ଭିଲାନ୍ସ ମାଧ୍ୟମରେ ତନାଘନା ଜାରିରହିଛି ବୋଲି ଆଇଆଇସି ଶ୍ରୀ ସାହୁ କହିଛନ୍ତି। ଜେରା ସମୟରେ ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ ବ୍ରାଉନ ସୁଗର ଜଳେଶ୍ୱରରୁ ଭୁବନେଶ୍ୱରକୁ ଆସୁଛି ଏବଂ ତା’ପରେ ସେଠାରୁ ସମ୍ବଲପୁର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ ଆଦି ଅଞ୍ଚଳକୁ ପଠାଯାଇଥିବା କହିଛନ୍ତି। ଜଳେଶ୍ୱରକୁ ବାଙ୍ଗଲାଦେଶରୁ ବ୍ରାଉନ୍‌ ସୁଗାର୍‌ ଆସୁଛି ବୋଲି ଅଭିଯୁକ୍ତମାନେ ଜେରା ସମୟରେ ଆଇଆଇସିଙ୍କୁ ସୂଚନା ଦେଇଥିବା ପ୍ରକାଶ। ଏହି ଚଢ଼ଉ ଅଭିଯାନରେ ରେଙ୍ଗାଲି ଆଇଆଇସିଙ୍କ ସହ ସବ-ଇନ୍ସପେକ୍ଟର ସଞ୍ଜୟ ସାହୁ, ଏଏସ୍‌ଆଇ କୈଳାସ ପ୍ରଧାନ, ହାବିଲଦାର ଏସ୍‌କେ ସାହୁ, କନେଷ୍ଟବଳ ପି. ବାଗ, ଏନ୍‌. ମହାନ୍ଦ ଏବଂ ଡ୍ରାଇଭର ୟୁ, ନାୟକ ସାମିଲ ଥିଲେ। ସୂଚିତ ଯେ ବ୍ରାଉନ୍‌ ସୁଗର ଧରିବାରେ ସମ୍ବଲପୁର ପୁଲିସର ଏହା ଦ୍ୱିତୀୟ ବଡ଼ ସଫଳତା। ଏହାପୂର୍ବରୁ ଗତ ଏପ୍ରିଲ ୭ ତାରିଖ ଟାଉନ ଥାନା ପୁଲିସ ୩ ଜଣ ବ୍ରାଉନ୍‌ ସୁଗର ବିକ୍ରେତାଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories