ଦ୍ରୁତ ଗତିକୁ ଅନୁମତି

0

ନୂଆଦିଲ୍ଲୀ : ଦେଶର ସମସ୍ତ ସହର ଓ ରାଜପଥରେ ଗାଡ଼ି ଚଳାଚଳ ବେଗ୍‌ ସୀମା ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ନୂତନ ବେଗ୍‌ ସୀମା ଅନୁସାରେ ସହରରେ କାର ଘଣ୍ଟାପ୍ରତି ୭୦ କିଲୋମିଟର, ବାଇକ୍‌ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ଚାଲିପାରିବ । ତେବେ ରାଜ୍ୟ ସରକାରଙ୍କୁ ବେଗର ନିମ୍ନ ସୀମା ସ୍ଥିର କରିବାକୁ ଅଧିକାର ଦିଆଯାଇଛି ।

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ବୁଧବାର ଏହି ଦ୍ରୁତ ଗତି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ପ୍ରସ୍ତାବକୁ ଏବେ ଆଇନ ମନ୍ତ୍ରଣାଳୟ ନିକଟକୁ ପୁନଃସମୀକ୍ଷା ପାଇଁ ପଠାଯାଇଛି । ଆଇନ ମନ୍ତ୍ରଣାଳୟରୁ ସବୁଜ ସଂକେତ ମିଳିବା ପରେ ଆନୁଷ୍ଠାନିକ ଭାବେ ଏହା ଲାଗୁ ହେବ ଓ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।

ଏହାପୂର୍ବରୁ ସହରରେ ଘଣ୍ଟାପ୍ରତି ୫୦ କିମି ବେଗରେ ଓ ରାଜପଥରେ ୧୦୦ କିମି ବେଗରେ କାର ଚଳାଇବାକୁ ଅନୁମତି ରହିଥିଲା। ନୂତନ ନିୟମ ଅନୁସାରେ ସହରରେ ଘଣ୍ଟାପ୍ରତି ୭୦ ଓ ରାଜପଥରେ ୧୨୦ କିମି ବେଗରେ କାର ଚଳାଇ ହେବ । ଅର୍ଥାତ ସହରରେ ବେଗ୍‌ ସୀମା ଘଣ୍ଟା ପ୍ରତି ୨୦ ଓ ରାଜପଥରେ ୨୦ କିମି ବୃଦ୍ଧି ପାଇଛି । ପ୍ରକାଶ ଯେ ଜାତୀୟ ରାଜପଥରେ ୧୦୦ କିମି ବେଗରେ ଗାଡ଼ି ଚଳାଇବାକୁ ଅନୁମିତି ରହିଛି ।

Leave A Reply