www.samajalive.in
Sunday, December 14, 2025
26.1 C
Bhubaneswar

+୨ ମୂଲ୍ୟାୟନ କମିଟି ଗଠିତ

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ଦେଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରିଚାଳିତ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ପରୀକ୍ଷାକୁ ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଶନିବାର ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏଥିରେ ୧୪ ଜଣ ସଦସ୍ୟ ରହିଛନ୍ତି ଓ କମିଟି ଯୁକ୍ତ ଦୁଇ ନିୟମିତ (ରେଗୁଲାର) ଓ ପୂର୍ବ ନିୟମିତ (ଏକ୍ସ -ରେଗୁଲାର) ପିଲାଙ୍କ ଲାଗି ଏକ ସୁବ୍ୟବସ୍ଥିତ ଢଙ୍ଗରେ ଓ କେଉଁ ଆଧାରରେ ମୂଲ୍ୟାୟନ କରାଯିବ ସେଥିନେଇ ପରିଷଦକୂ ପ୍ରସ୍ତାବ ଦେବ। ଆସନ୍ତା ୧୦ ଦିନ ମଧ୍ୟରେ ତା’ର ପ୍ରସ୍ତାବ ଦେବ। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ)ର ପୂର୍ବତନ ସଭାପତି ସୁଶାନ୍ତ କୁମାର ଦାସ ଏହି ବିଶେଷଜ୍ଞ କମିଟିର ମୁଖ୍ୟ ରହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମଣ ଖସୁଥିଲେ ମଧ୍ୟ ବିପଦ ରହିଛି। ଅଫ୍‌ଲାଇନ୍ ପରୀକ୍ଷା କରାଯିବା ଦ୍ବାରା ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ସଂକ୍ରମିତ ହେବା ଆଶଙ୍କା ଥିବାରୁ ପରୀକ୍ଷାକୁ ବାତିଲ କରାଯାଇଛି। ପିଲାମାନଙ୍କ ଜୀବନର ସୁରକ୍ଷା ପ୍ରଥମ ଓ ଆଉ ସବୁ ପଛ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ସୂଚନା ଦେବା ସହ ପରୀକ୍ଷା ବାତିଲ ଘୋଷଣା କରିଥିଲେ। ତେବେ ଯେଉଁମାନେ ଏହି ମୂଲ୍ୟାୟନରେ ଅସନ୍ତୁଷ୍ଟ ରହିବେ ସେମାନଙ୍କୁ କରୋନା ସ୍ଥିତି ସୁଧୁରିବା ପରେ ପରୀକ୍ଷା ଦେବା ଲାଗି ଅନୁମତି ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories