www.samajalive.in
Friday, December 12, 2025
14.1 C
Bhubaneswar

ଟିକାକରଣ ଅଭିଯାନ ଏବଂ କୃଷି ଆଇନ୍‍କୁ ନେଇ କଂଗ୍ରେସ ଦଳ ଅପପ୍ରଚାର ଚଳାଇଛି : ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ : କୋଭିଡ୍‍-୧୯ ନାଇଣ୍ଟିନ୍‍ ଟିକାକରଣ ଅଭିଯାନ ଏବଂ କୃଷି ଆଇନ୍‍କୁ ନେଇ କଂଗ୍ରେସ ଦଳ ଅପପ୍ରଚାର ଚଳାଇଛି ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଅଭିଯୋଗ କରିଛନ୍ତି। ଦେଶର କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ଟିକାକରଣ ପ୍ରକ୍ରିୟାକୁ ଉପଯୁକ୍ତ ଭାବେ ପରିଚାଳନା କରିପାରୁ ନାହାନ୍ତି ବୋଲି ସେ ଦୋଷାରୋପ କରିଛନ୍ତି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପୁରୀ କହିଛନ୍ତି, କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବିନା ମୂଲ୍ୟରେ ୨୪ କୋଟି କୋଭିଡ୍‍ ଟିକା ଯୋଗାଇ ଦେଇଛନ୍ତି।  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟିକା ପ୍ରସଙ୍ଗରେ ପ୍ରାୟତଃ ପ୍ରଶ୍ନ ଉତ୍ଥାପନ କରୁଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି। ମାତ୍ର ରାଜସ୍ଥାନରେ ଅଳିଆଗଦା ମଧ୍ୟରେ ବହୁ ମାତ୍ରାରେ କୋଭିଡ୍‍ ଟିକା ମିଳିଛି ବୋଲି ଶ୍ରୀ ପୁରୀ କହିଛନ୍ତି। ଏହାଛଡ଼ା ପଞ୍ଜାବ ସରକାର ମଧ୍ୟ ଏଥିରୁ ଲାଭବାନ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରି କରାଯାଇଥିବା କୃଷି ଆଇନ୍‍ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଛି ବୋଲି ଶ୍ରୀ ପୁରୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଏହି ଆଇନ୍‍ କାର୍ଯ୍ୟକାରୀ ହେବା ଦ୍ୱାରା ସର୍ବନିମ୍ନ ସହାୟକ ମୂଲ୍ୟ ଆଉ କୃଷକମାନଙ୍କୁ ପ୍ରଦାନ କରାଯିବ ନାହିଁ ଏବଂ ବିଭିନ୍ନ ସ୍ଥାନରେ ଥିବା ମଣ୍ଡିଗୁଡ଼ିକ ମଧ୍ୟ ବନ୍ଦ ହୋଇଯିବ ବୋଲି କଂଗ୍ରେସ ଦଳ ପକ୍ଷରୁ ଅପପ୍ରଚାର କରାଯାଉଛି। ଶ୍ରୀ ପୁରୀ କହିଛନ୍ତି, ଏହି କୃଷି ଆଇନ୍‍ ଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ମଧ୍ୟ ସରକାର ଦେଶର ବିଭିନ୍ନ ସ୍ଥାନରୁ କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ରେକର୍ଡ ପରିମାଣର ଧାନ ଓ ଗହମ ସଂଗ୍ରହ କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ କୃଷକମାନଙ୍କ ବ୍ୟାଙ୍କ୍‍ ଖାତାରେ ସିଧାସଳଖ ଜମା କରାଯାଉଛି ବୋଲି ଶ୍ରୀ ପୁରୀ ସ୍ପଷ୍ଟ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories