ବିଜେପି ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର ପୁଲୱାମା ଜିଲାରେ ବିଜେପି ନେତା ଅନୱର ଖାନଙ୍କ ଉପରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ଘଟିଛି । ସୁରକ୍ଷା କର୍ମୀଙ୍କ ସାହାସିକତା ଯୋଗୁଁ ଅନୱର ଖାନଙ୍କ ଜୀବନ ବଞ୍ଚିଯାଇଛି । ମାତ୍ର ଏଥିରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଫିସର ଆହତ ହୋଇଛନ୍ତି ।

ଜାମ୍ମୁ କାଶ୍ମୀର ପୁଲିସ୍‌ର ସୂଚନା ଅନୁସାରେ ନିଜ ସୁରକ୍ଷା କର୍ମୀଙ୍କ ସହ ଅନୱାର ଖାନ ବଲହମାଠାରେ ଅର୍ସ ମେଡିକାଲ କଲେଜ ନିକଟରେ ଯାଉଥିବାବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଏହାସହ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ବନ୍ଧୁକ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ । ଗାଡ଼ଙ୍କ ପ୍ରତିରୋଧ ଯୋଗୁ ଆତଙ୍କବାଦୀମାନେ ବନ୍ଧୁକ ଛଡ଼ାଇ ନେବାରେ ବିଫଳ ହୋଇଥିଲେ ।

ଗୁଳି ବିନିମୟ ମଧ୍ୟରେ ଆତଙ୍କବାଦୀମାନେ ଖସିଯିବାରେ ସଫଳ ହୋଇଥିଲେ । ଏଥିରେ ଜଣେ ସୁରକ୍ଷା ଅଧିକାରୀ ଆହତ ହୋଇଛନ୍ତି । ପୁଲିସ୍‌, ସେନା, ସିଆରପିଏଫ ଓ ଏସ୍‌ଓଜି ଘଟଣାସ୍ଥଳରେ ପହଞ୍ଚି ମିଳିତ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି।

Leave A Reply