www.samajalive.in
Saturday, December 6, 2025
26.1 C
Bhubaneswar

ବନବିଭାଗ ମୁହଁରେ କଳା ବୋଳିଲେ ମହିଳା ବନରକ୍ଷୀ

ପାଟଣା : ବନ ସୁରକ୍ଷା ପାଇଁ ସରକାରଙ୍କ ଏକ ଛାମୁଆ ବିଭାଗ ମଧ୍ୟରେ ବନବିଭାଗକୁ ଗଣାଯାଉଥିବା ବେଳେ ଖୋଦ ରକ୍ଷକ ହୋଇ ଭକ୍ଷକ ହେବା ଭଳି ଘଟଣା ଘଟାଇ ପାଟଣା ବନାଞ୍ଚଳର ସାହାରପଡା ମହିଳା ବନରକ୍ଷୀ ଖୋଦ ନିଜ ବିଭାଗ ମୁହଁରେ କଳା ବୋଳିଥିବା ଚର୍ଚ୍ଚା ହେଉଛି। ବୁଧବାର ବୁଢ଼ାବଣ ନିକଟରୁ ମୂଲ୍ୟବାନ ଶାଗୁଆନ କାଠ ଚାଲାଣ ହେଉଥିବା ଖବର ପାଇବା ପରେ ବନପାଳ ମୋହିନୀ ମହାନ୍ତ ନିଜ ବନବିଭାଗର ବନରକ୍ଷୀଙ୍କ କାର୍ୟ୍ୟରେ ସନ୍ଦେହ କରି ସାହାରପଡ଼ା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚଙ୍କ ସହଯୋଗ ଲୋଡ଼ିଥିଲେ। ଖବର ପାଇବା ପରେ ଫାଣ୍ଡି ଅଧିକାରୀଙ୍କ ଦଳ କାଠ ଚାଲାଣ କରିଥିବା ଗାଡ଼ିଟିକୁ ଧରିବା ବେଳକୁ ଗାଡିରେ କାଠ ନଥିବା ଜଣାପଡିଥିଲା। ଚାଳକ ଓ ଗାଡିରେ ଥିବା ଲୋକମାନଙ୍କୁ ପଚରା ଉଚରା କରିବାରୁ ମହିଳା ବନରକ୍ଷୀ ରୁପଶ୍ରୀ ସାହୁଙ୍କ ଉପସ୍ଥିତିରେ ଶାଗୁଆନ କାଠ ଲଦାଯାଇ ଆସିଥିବା ଓ ଗାଡ଼ିକୁ ବନରକ୍ଷୀ ସୁରକ୍ଷା ଦେଇଥିବା ସେହି ଲୋକମାନେ ପ୍ରକାଶ କରିବା ସହ ବନରକ୍ଷୀଙ୍କ ନିର୍ଦ୍ଦେଶରେ ଭୋଳପଡାର ଜନୈକ ବ୍ୟକ୍ତିଙ୍କ ଘରେ କାଠ ରଖାଯାଇଥିବା ସୂଚନା ଦେଇଥିଲେ। ଏହାପରେ ଆରକ୍ଷୀଙ୍କ ଦ୍ଵାରା ଭୋଳପଡ଼ାର ସଂପୃକ୍ତ ବ୍ୟକ୍ତିଙ୍କ ଘରୁ କାଠ ଜବତ ହୋଇଥିଲା। ଜବତ ସମୟରେ ବନପାଳ ମଧ୍ୟ ଉପସ୍ଥିତ ଥିଲେ। ଏହି ଖବର ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଡିଏଫଓ ଘଟଣାର ତଦନ୍ତ ଦାୟିତ୍ୱ ପାଟଣା ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତଙ୍କୁ ଦେଇଛନ୍ତି। ଆଜି ଟିକେଶ୍ୱର ମହାନ୍ତ କାଠ ପରିବହନ କରୁଥିବା ଲୋକ ଓ ସାହାରପଡା ଫାଣ୍ଡି ଅଧିକାରୀଙ୍କ ମତାମତ ନେବା ପରେ ମହିଳା ବନରକ୍ଷୀଙ୍କ ବିରୋଧରେ ସମସ୍ତ ମତ ରହିଥିବାରୁ ମହିଳା ବନରକ୍ଷୀଜଣକ ଅଡ଼ୁଆରେ ପଡିଯାଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories