www.samajalive.in
Wednesday, December 10, 2025
16.1 C
Bhubaneswar

ରାମଦେବଙ୍କୁ ସମନ

ନୂଆଦିଲ୍ଲୀ: ଦିଲ୍ଲୀ ଚିକିତ୍ସକ ସଂଘ (ଡିଏମ୍‌ଏ) ପକ୍ଷରୁ ଦାୟର ଆବେଦନ ଆଧାରରେ ଗୁରୁବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଯୋଗଗୁରୁ ରାମଦେବଙ୍କୁ ସମନ ଜାରି କରିଛନ୍ତି। ରାମଦେବ ଏଲୋପାଥି ଚିକିତ୍ସା ବିଜ୍ଞାନ ବିରୋଧରେ ମନ୍ତବ୍ୟ ଦେବା ସହିତ ଓ ପତଞ୍ଜଳି ଆୟୁର୍ବେଦ ଦ୍ବାରା ପ୍ରସ୍ତୁତ କରୋନା ଭୂତାଣୁ ନିରୋଧୀ କରୋନିଲ୍ କିଟ୍‌କୁ ନେଇ ମିଥ୍ୟା ପ୍ରଚାର କରୁଥିବା ଡିଏମ୍‌ଏ ଏହାର ଆବେଦନରେ ଅଭିଯୋଗ କରିଥିଲା। କରୋନିଲ୍ କିଟ୍‌କୁ ନେଇ ରାମଦେବ କରୁଥିବା ମିଥ୍ୟା ପ୍ରଚାରରୁ ନିବୃତ୍ତ ରଖିବା ଲାଗି ଡିଏମଏ ଉଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଥିଲା। ଡିଏମଏର ଏହି ଆବେଦନ ଉପରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ରାମଦେବଙ୍କୁ ସମନ ଜାରି ପୂର୍ବକ ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଜୁଲାଇ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ସମୟ ମଧ୍ୟରେ କୌଣସି ପ୍ରକାର ଉତ୍ତେଜକ ମନ୍ତବ୍ୟ ନ ଦେବାକୁ ଅଦାଲତ ରାମଦେବଙ୍କୁ ତାଙ୍କ ଓକିଲଙ୍କ ମାଧ୍ୟମରେ ମୌଖିକ ନିର୍ଦେଶ ଦେଇଛନ୍ତି। ଏହି ଆବେଦନରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ବିଟର, ଫେସବୁକ ଏବଂ ଆସ୍ଥା ନ୍ୟୁଜ୍ ଚାନେଲକୁ ପକ୍ଷଭୁକ୍ତ କରାଯାଇଥିବାବେଳେ ସେଗୁଡିକୁ ମଧ୍ୟ ଅଦାଲତ ସମନ ଜାରି କରିଛନ୍ତି।

ଶୁଣାଣି ବେଳେ ବିଚାରପତି ସି ହରି ଶଙ୍କର କହିଥିଲେ, ‘ରାମଦେବଙ୍କ ମନ୍ତବ୍ୟ ସ୍ବାଧୀନ ମତବ୍ୟକ୍ତର ଅଧିକାର ପରିସର। ଜଣେ ବ୍ୟକ୍ତିର ଏପରି ସ୍ବାଧୀନ ମତବ୍ୟକ୍ତର ଅଧିକାର କ’ଣ ରହିବା ଉଚିତ୍ ନୁହେଁ। ମୁଁ ଯଦି ଅନୁଭବ କଲି ଯେ ହୋମିଓପାଥି ଚିକିତ୍ସା ବିଜ୍ଞାନ ଭୁଲ୍। ତେବେ କ’ଣ ହୋମିଓପାଥି ଚିକିତ୍ସା ପଦ୍ଧତି ଆପଣାଇଥିବା ବ୍ୟକ୍ତି ବିଶେଷ ମୋ ବିରୋଧରେ ମାମଲା ରୁଜୁ କରିବେ।’ ତେଣୁ ଦିଲ୍ଲୀ ଚିକିତ୍ସକ ସଂଘ ନିଜର ଗୁରୁତ୍ବପୂର୍ଣ୍ଣ ସମୟକୁ ମାମଲା ଲଢେଇରେ ନଷ୍ଟ ନ କରି କରୋନା ଭୂତାଣୁ ନିରାକରଣ ଦିଗରେ ବିତାଇବା ଠିକ୍ ହେବ। ଅଦାଲତ କହିଥିଲେ କରୋନିଲ୍ କିଟ୍‌ କରୋନା ସଂକ୍ରମିତ ସୁସ୍ଥ କରିପାରୁଛି କି ନାହିଁ ତାହା କହିପାରିବେ ନାହିଁ। ଡାକ୍ତରୀ ବିଶେଷଜ୍ଞମାନେ ହିଁ ଏହି ଠିକ୍ ଭୁଲ୍ କହିପାରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories