www.samajalive.in
Wednesday, December 10, 2025
14.1 C
Bhubaneswar

ବିଭାଗୀୟ କର୍ମଚାରୀ ଓ ଯନ୍ତ୍ରୀଙ୍କ ଦୁର୍ନୀତି ଖୋର ମନୋଭାବ , ରାସ୍ତା ଉନ୍ନତିକରଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ଦେବଗଡ:ବିଭାଗୀୟ କର୍ମଚାରୀ ଓ ଯନ୍ତ୍ରୀଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁଁ ରିଆମାଳ ବ୍ଲକ ନୂଆଁଡିହୀ ଗ୍ରାମ ପଂଚାୟତ ସଦର ମହକୁମାରେ ନିର୍ମାଣାଧିନ ଆର୍ଡି ରାସ୍ତାଠାରୁ ଜରିଜନ ସାହି ରାସ୍ତା ଉନ୍ନତିକରଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ଏହି କାର୍ଯ୍ୟପାଇଁ ୨୦୨୦-୨୧ ଆର୍ଥୀକ ବର୍ଷରେ ସରକାରଙ୍କ ମନରେଗା ଯୋଜନାରୁ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପ୍ରାୟ ଏକମାସ ପୂର୍ବେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଉକ୍ତ ରାସ୍ତାର କଲଭର୍ଟ ଓ ଗାର୍ଡୱାଲର ନିର୍ମାଣ ହେଉଥିବା ବେଳେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଉଥିବା ଅଭୀ୍ୋଗ ହୋଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କଂକ୍ରିଟ କାମ ଚାଲିଥିବା ବେଳେ ସେଥିରେ ବ୍ୟୟ ଅଟକଳ ଅନୁଯାୟୀ ସାମଗ୍ରୀ ବ୍ୟବହାର କରାନଯାଇ ନିମ୍ନ ମାନର ତଥା ଓଭର ସାଇଜ ମେଟାଲ ଓ କମ ପରିମାଣର ସିମେଣ୍ଟ ବ୍ୟବହାର କରାଯାଇଥିଲା। ଏପରିକି ବ୍ୟବହାର କରାଯାଇଥିବା ବାଲି ମଧ୍ୟ ନିମ୍ନ ମାନର ହୋଇଥିବା ସେହି ସମୟରେ ଗ୍ରାମବାସୀ ମାନେ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ମାତ୍ର ନିର୍ମଣ କାର୍ଯ୍ୟରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ନିମ୍ନମାନର କାର୍ଯ୍ୟ ହୋଇଥିଲା।

 

- Advertisement -

ଅନ୍ୟ ପକ୍ଷରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା ଯୋଜନା)ରେ ଚାଲିଥିବାରୁ ଶ୍ରମିକ ମାନଙ୍କ ଦ୍ୱାରା ମୋରମ ବିଛାଇବାର ବ୍ୟବସ୍ଥା ରହିଥିବା ବେଳେ ଏହାର ଖୋଲା ଉଲ୍ଲଙ୍ଘନ କରାଯାଇ ଗତକାଲି ରାତ୍ରୀରେ ମାଟିଖୋଳା ମ୍ୟାସିନ/ଟ୍ରାକ୍ଟର ଯୋଗେ ମୋରମ ବିଛଯାଇଥିବା ଅନେକ ଶ୍ରମିକ ଅଭିଯୋଗ କରିଛନ୍ତି। କରୋନା କାଳରେ କାମଧନ୍ଦା ନପାଇ ଶ୍ରମିକ ମାନେ ହାତବାନ୍ଧି ବସିଥିବା ବେଳେ ସେମାନଙ୍କୁ ନିୟୋଜିତ କରାନଯାଇ କେଉଁ ଉଦ୍ଦେଶ୍ୟରେ ରାତ୍ରୀ ସମୟରେ ମ୍ୟାସିନ/ଟ୍ରାକ୍ଟର ଦ୍ୱାରା ମୋରମ ବିଛାଗଲା ସେନେଇ ମଧ୍ୟ ଶ୍ରମିକ ମାନେ ପ୍ରଶ୍ନ କରିଛନ୍ତି। ନିମ୍ନମାନର ସମ୍ପର୍କରେ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କ ମତାମତ ଲୋଡିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନପାରି ପ୍ରାୟ ଏକମାସ ହେଲା ସେ ନୂଆଁଡିହୀ ଗ୍ରାମକୁ ଯାଇନାହାନ୍ତି ବୋଲି ସଫେଇ ଦେବା ସହ ଉକ୍ତ ରାସ୍ତାରେ କଲଭର୍ଟ ନିର୍ମାଣ ପାଇଁ ବ୍ୟୟ ଅଟକଳ କରାଯାଇନଥିବା ପ୍ରକାଶ କରିଛନ୍ତି। ଫଳରେ କାହା ଉଦ୍ଦେଶ୍ୟରେ ଓ କେମିତି କଲଭର୍ଟ ନିର୍ମାନ କରାଗଲା ସେନେଇ ସାଧାରଣରେ ବିସ୍ମୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ନୂଆଁଡିହୀ ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ଚୈତନ୍ୟଙ୍କ ମତାମତ ଲୋଡିବାରୁ ନିମ୍ନମାନର ନିର୍ମାଣ କାର୍ଯ୍ୟ ଅଭିଯୋଗକୁ ଅସ୍ୱୀକାର କରିଥିଲେ। ତେବେ ମୋରମ ବିଛାଇବା କାର୍ଯ୍ୟରେ ମ୍ୟାସିନ/ ଟ୍ରାକ୍ଟର ବ୍ୟବହାର ହୋଇଛି କି ନାହିଁ ତାହା ଜିଆରଏସଙ୍କୁ ବୁଝିବା ପରେ କହବେ ବୋଲି ପ୍ରକାଶ କରିଛନ୍ତି। ତେବେ ଜିଲାପାଳ ଏଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories