www.samajalive.in
Wednesday, December 10, 2025
14.1 C
Bhubaneswar

କରୋନା ସଚେତନ ରଥ ଏବଂ କରୋନା ମ୍ୟୁଜିକ୍‍ ଭିଡିଓ ଉଦଘାଟିତ

ଭୁବନେଶ୍ୱର : ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଏବଂ ସୂଚନା ଏବଂ ଲୋକସଂପର୍କ ବିଭାଗ ତରଫରୁ କରୋନା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ କରୋନା ସଚେତନ ରଥର ଉଦଘାଟନ କରାଯାଇଛି। ଏହି ରଥ ରାଜ୍ୟର ୧୦ ଟି ଜିଲ୍ଲା ଏବଂ ୨ ଟି ସହରାଞ୍ଚଳରେ ବୁଲି ଲୋକଙ୍କୁ ସଚେତନ କରାଇବ। ଏହି କାର୍ଯ୍ୟକ୍ରମକୁ ୟୁନିସେଫ୍‍ ବୈଷୟିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରୁଛି। ୟୁନିସେଫ ପୂର୍ବରୁ ମଧ୍ୟ ଏହି କାଯ୍ୟକ୍ରମକୁ ପ୍ରଥମ ପର୍ଯ୍ୟାୟରେ ଦଶଟି ଜିଲ୍ଲା ପାଇଁ ଆର୍ଥିକ ଏବଂ ବୈଷୟିକ ସହାୟତା ଯୋଗାଇ ଦେଇଥିଲା।

ଏହି ଉପଲକ୍ଷେ ଆଜି ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସୂଚନା ଏବଂ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର  ରଞ୍ଜନ କୁମାର ଦାସ, ୟୁନିସେଫ୍‍ ତରଫରୁ ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ ଯୋଗ ଦେଇଥିଲେ। ନେହେରୁ ଯୁବ କେନ୍ଦ୍ରର ଅଫିସର ରୀତା ଭଗତ ଏହିଠାରେ ଉପସ୍ଥିତ ଥିଲେ।

- Advertisement -

ଏହି ରଥ କଳାହାଣ୍ଡି, ନୂଆପଡ଼ା, ରାୟଗଡା, ମାଲକାନାଗିରି, କୋରାପୁଟ, ମୟୁରଭଞ୍ଜ, ସୁନ୍ଦରଗଡ, ଗଜପତି, ଖୋର୍ଦ୍ଧା, କଟକ ଏବଂ ଭୂବନେଶ୍ୱର ଏବଂ କଟକ ମୁନସିପାଲ କରପୋରେସନରେ ବୁଲି ଲୋକମାନଙ୍କୁ କରୋନା ସଂପର୍କରେ ସଚେତନ କରାଇବ। ଏହି ଅବସରରେ ଦୁଇଟି ନୂଆ କୋଭିଡ୍‍ ସଚେତନତା ସଂଗୀତ ନାଗର ନାଗରୀ, ଏବଂ ହାତ ଅଟେ ଅମୂଲ୍ୟ ରତ୍ନ ସହ ତିନିଗୋଟି ଅଡିଓ ଭିଜୁଆଲ ର ଲୋକାର୍ପଣ କରାଯାଇଥିଲା। ନାଗର ନାଗରୀର ଗୀତ ଅବନୀ କୁମାର ମିଶ୍ର ଲେଖିଥିବା ବେଳେ ସତ୍ୟଜିତ୍‍ ଏବଂ ସ୍ମୃତିମୟୀ ଦେଇଥିବା ବେଳେ ସଂଗୀତ ପବିତ୍ର ପଚ୍ଚନାୟକ ଦେଇଛନ୍ତି। ସେହିପରି ହାତ ଅଟେ ଅମୂଲ୍ୟ ରତ୍ନକୁ ବାସୁଦେବ ମାଳ ବିଶୋଇ ଗୀତ, ସଂଗୀତ ଏବଂ ସ୍ୱର ସଂଯୋଜନାର ଦାୟିତ୍ୱ ହାତକୁ ନେଇଛନ୍ତି।
ଏହାବ୍ୟତୀତ୍‍ ବିଭିନ୍ନ ସେଲେବ୍ରିଟି ଯଥା ଅର୍ଚ୍ଚିତା, ସବ୍ୟସାଚୀ, କୁନା ତ୍ରିପାଠୀ, ଅରୁଣା ମହାନ୍ତି, ସୁଦର୍ଶନ ପଟ୍ଟନାୟକ ଆଦିଙ୍କ ବାର୍ତା ରହିଛି ଯେଉଁମାନେ ଲୋକଙ୍କୁ କରୋନା ସଂପକୀୟ ବିଭିନ୍ନ ବ୍ୟବହାର ଗ୍ରହଣ କରିବାକୁ ଲୋକମାନଙ୍କୁ ବାର୍ତା ଦେଉଛନ୍ତି।
ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋୟୀ ସଂଯୋଜନା କରିଥିବା ବେଳେ ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ପରିଚାଳନା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories