www.samajalive.in
Friday, December 5, 2025
20.1 C
Bhubaneswar

ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ମିଳିବ ତାଜା ସେଓ, କମଳା, ଲେମ୍ବୁ ଓ ପିଆଜ

ଫ୍ଲୋରିଡା: ଆଜି ମହାକାଶ ଅଭିମୁଖେ ଯାତ୍ରା କରିଛି ସ୍ପେଶଏକ୍ସର ପଣ୍ୟବାହୀ ମହାକାଶ ଯାନ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ପାଇଁ ଆବଶ୍ୟକ ସାମଗ୍ରୀ ଧରି ଏହି ମହାମାଶ ଯାନ ଯାତ୍ରାରମ୍ଭ କରିଛି। ଚଳିତଥର ଏହା ୨୨ତମ ପଣ୍ୟ ଯୋଗାଣ ଅଭିଯାନ ହୋଇଥିବାବେଳେ ଏଥିରେ ମୋଟ ୩୩୦୦ କିଲୋଗ୍ରାମ ଓଜନର ସାମଗ୍ରୀ ପଠାଯାଇଛି। ସେଥିମଧ୍ୟରେ ବିଜ୍ଞାନ, ଗବେଷଣା, ମହାକାଶଚାରୀଙ୍କ ପାଇଁ ଆବଶ୍ୟକ ସାମଗ୍ରୀ, ଉଡନ୍ତା ଗବେଷଣାଗାର ପାଇଁ ଆବଶକ ଯନ୍ତ୍ରାଂଶ ଆଦି ରହିଛି। ଫ୍ଲୋରିଡାସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ଏକ ରକେଟ ସାହାଯ୍ୟରେ ସ୍ପେଶଏକ୍ସର ମହାକାଶ ଯାନକୁ ଅନ୍ତରୀକ୍ଷକୁ ପଠାଯାଇଛି। ଏଥିପାଇଁ ସଂପୂର୍ଣ୍ଣ ନୂଆ ଫାଲକନ-୯ ରକେଟ ବ୍ୟବହାର କରାଯାଇଥିବା ଜଣାଯାଇଛି। ବୁଷ୍ଟର ରକେଟ ପୁନଃବ୍ୟବହାର କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ସ୍ଥାନ ଅଧିକାର କରିଥିବା ଘରୋଇ ମହାକାଶ କମ୍ପାନୀ ସ୍ପେଶଏକ୍ସ ନୂଆ ଫାଲକନ-୯କୁ ଚଳିତ ବର୍ଷ ପରବର୍ତ୍ତୀ ସମୟରେ ମଧ୍ୟ କ୍ରିୟୁ-୩ ଅଭିଯାନ ପାଇଁ ପୁନଃ ବ୍ୟବହାର କରିବ ବୋଲି ଜଣାଯାଇଛି। ଏହି ମହାକାଶ ଯାନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ସହିତ ସଂଯୁକ୍ତ ହୋଇ ସାମଗ୍ରୀଗୁଡିକୁ ସ୍ଥାନାନ୍ତର କରିବା ପରେ ଜୁଲାଇ ମାସରେ ପୁନର୍ବାର ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବ ଏବଂ ଫ୍ଲୋରିଡାର ପୂର୍ବ ତଟରେ ଆଟଲାଣ୍ଟିକ ମହାସାଗର ଉପରେ ଏହା ଖସିବ। ଫେରିବା ସମୟରେ ଏହା ୨୪୦୪ କିଲୋଗ୍ରାମ ଓଜନର ପରୀକ୍ଷାମୂଳକ ନମୁନା ଏବଂ ପଣ୍ୟ ଧରି ଆସିବ। ତେବେ ଚଳିତ ଥର ଏହି ଅଭିଯାନରେ ମହାକାଶଚାରୀଙ୍କ ନିମନ୍ତେ ପଠାଯାଇଥିବା ୩୪୧ କିଲୋଗ୍ରାମ ଓଜନର ସାମଗ୍ରୀ ମଧ୍ୟରେ ତାଜା ସେଓ, କମଳା, ପିଆଜ, ଲେମ୍ବୁ, ଆଭୋକାଡୋ ଆଦି ରହିଛି। ଏହା ଆନ୍ତର୍ଜାଜିକ ମହାକାଶଚାରୀଙ୍କ ପାଇଁ ଖାଦ୍ୟ ଭାବରେ ବ୍ୟବହାର କରାଯିବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories