www.samajalive.in
Saturday, December 6, 2025
19.1 C
Bhubaneswar

କରୋନାକୁ ହରାଇବା ପାଇଁ ଧୁରୁଷିଆ ପଞ୍ଚାୟତର ଘରେ ଘରେ ଅଭିଯାନ ଆରମ୍ଭ

ଗୁରୁଡିଝାଟିଆ: ପ୍ରତ୍ୟେକ ଘରଘର ବୁଲି କରୋନାକୁ ଠାବ କରି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ସହିତ ଏହାକୁ ଦମନ କରିବାର ସଚେତନତା ବାର୍ତ୍ତା ପ୍ରେରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଧୁରୁଷିଆ ପଞ୍ଚାୟତରେ ଆରମ୍ଭ ହୋଇଛି ଅନୁଧ୍ୟାନ। ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଆଶା ଓ ଗାଁ କଲ୍ୟାଣ ସମିତିର ସଦସ୍ୟ ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଘରଘର ବୁଲି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଘରର ସଦସ୍ୟଙ୍କ ଉତ୍ତାପ ମାପିବା, କରୋନା ଲକ୍ଷଣକୁ ଠାବ କରିବା ସହିତ ଗୁରୁତର ସ୍ୱାସ୍ଥ୍ୟଗତ ସମାସ୍ୟାରେ ଜଡିତ ଥିବା ଜନସାଧାରଣଙ୍କ ତାଲିକା ପ୍ରସ୍ତୁତ କରାଯିବା ନିମନ୍ତେ ଉଦ୍ୟମ ଜାରିରହିଛି। ଆଜି ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦିଲ୍ଲିପ ଦାସଙ୍କ ଉପସ୍ଥିତିରେ ସ୍ଥାନୀୟ ସରପଞ୍ଚ ଯୋଗୀନାଥ ବେହେରା, ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ବିପିଓ ପୁଷ୍ପମିତ୍ରା ଦାସ, ସ୍ୱାସ୍ଥ୍ୟ ପରିଦର୍ଶକ ସୁମିତ୍ରା ସ୍ୱାଇଁ, ମହିଳା ସ୍ୱାସ୍ଥ୍ୟକର୍ମୀ ସରସ୍ୱତୀ ପରିଡା, ପୁରୁଷ ସ୍ୱାସ୍ଥ୍ୟକର୍ମୀ ରାକେଶ ନାୟକ ଓ ଅଙ୍ଗନୱାର୍ଡି ଆଶା ଓ ଗାଁ କଲ୍ୟାଣ ସଦସ୍ୟମାନେ ଉପସ୍ଥିତ ରହି ଘରକୁ ଘର କରୋନା ମହାମାରୀକୁ ଦମନ କରିବା ନିମନ୍ତେ କାର୍ଯ୍ୟାରମ୍ଭ କରିଛନ୍ତି। ଏହା ୩ମାସ ଧରି ଅନୁଷ୍ଠିତ ହେବ। ଧୁରୁଷିଆ ପଞ୍ଚାୟର ଜେନାପୁର, ଗୋପାଳପ୍ରସାଦ, କେଉଟପଡା, ଜଗମୋହନପୁରଶାସନ, ଗଜାମ୍ବ,ବୌଦ୍ଧପୁର, ଧୁରୁଷିଆ, ବାଲସିଗିରି ପ୍ରଭୃତିଗାଁର ଘରେ ଘରେ ଚିହ୍ନଟ ପ୍ରକ୍ରିୟା ଅନୁଷ୍ଠିତ ହେବ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories