ସନ୍ଧ୍ୟା ୭ଟା-ମୁଖ୍ୟ ଖବର ନିଉଜ ଆଲର୍ଟବଡ଼ ଖବର By samajalive Last updated Jun 2, 2021 Share -ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, ୬୮ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି -କରୋନାରୁ ସୁସ୍ଥ ହେବା ପରେ କରୋନା ପରବର୍ତି ଜଟିଳତା ନେଇ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ -ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ହେବ : ନବୀନ ପଟ୍ଟନାୟକ -ଟିକା ସଂକଟ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି -୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଟିକା ଘୋଷଣା ପରେ ଦେଶରେ ଦେଖାଦେଇଥିବା ଚାହିଦା ମେଣ୍ଟାଇବାକୁ କେନ୍ଦ୍ର ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟମାନଙ୍କୁ ଅବଗତ କରାଇଛନ୍ତି -ଦେଶର ବୃହତ ଜନସଂଖ୍ୟାକୁ କୋଭିଡ ପ୍ରତିଷେଧକ ଟିକା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ କେତେକ କୋହଳ ନୀତି ଆପଣେଇଛନ୍ତି ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶାଳୟ(ଡିସିଜିଆଇ) -ଏଣିକି ବିଦେଶରୁ ଆମଦାନୀ ହେଉଥିବା ଟିକାକୁ ପୁଣିଥରେ ପରୀକ୍ଷା କରାଯିବ ନାହିଁ –ଦେଶରେ ଅଧିକ ଟିକା ଉତ୍ପାଦନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ହାପ୍କିନ୍ ବାୟୋଫାର୍ମା କମ୍ପାନୀକୁ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ ଲାଗି ବ୍ୟବସ୍ଥା କରାଯାଇଛି -ଏହି କମ୍ପାନୀ ଭାରତ ବାୟୋଟେକ୍ ସହିତ ମିଳିତ ଭାବେ ବାର୍ଷିକ ୨୨ କୋଟି ୮ଲକ୍ଷ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ କରିବ -ଭାରତ ବାୟୋଟେକ୍ ସଂପୃକ୍ତ ହାପ୍କିନ୍ ବାୟୋଫାର୍ମାକୁ ଟିକା ପ୍ରସ୍ତୁତିର ଜ୍ଞାନକୌଶଳ ଯୋଗାଇଦେବ -ବ୍ରିଟେନରେ କରୋନା ଜନିତ ମୃତ୍ୟୁ ଶୂନ ; ୨୦୨୦ ମାର୍ଚ୍ଚ ପରେ ପ୍ରଥମ ସଫଳତା -ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ହେଲେ ସୁପ୍ରିମକୋଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ର -ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅସ୍ତ୍ରବିରତି ରାଜିନାମା ୧୦୦ ଦିନ -ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ -ଦେଶରେ ଏପର୍ଯ୍ୟନ୍ତ ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି। -ଭୁବନେଶ୍ୱରରେ ଇଣ୍ଡିଆନ ଅଏଲର ‘କୋଭିଡ୍-୧୯ ଟିକାକରଣ ଶିବିର’କୁ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ -୮ ଜୁନ୍ ପର୍ଯ୍ୟନ୍ତ ଚାଲିବ ଏହି ଟିକାକରଣ ଶିବିର -ସ୍ୱିଜରଲାଣ୍ଡ ପରିବର୍ତ୍ତେ ପହଞ୍ଚିଲେ ପାକିସ୍ତାନରେ ; ଚାରିବର୍ଷର ପ୍ରତୀକ୍ଷା ପରେ ଫେରିଲେ ଭାରତୀୟ ଆଇଟି କର୍ମଚାରୀ -ଲଣ୍ଡନରେ ଖୋଲିଲା ଭାସମାନ ସନ୍ତରଣାଗାର; ବିଶ୍ୱରେ ପ୍ରଥମ -ଆତଙ୍କବାଦ ଦମନ ପାଇଁ ବ୍ରାଜିଲ-ରୁଷିଆ-ଭାରତ-ଚୀନ-ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ସମ୍ମିଳନୀରେ ଦୃଢମତ -ଚଳିତ ବର୍ଷ ଆତଙ୍କବାଦ ଦମନ ନିମନ୍ତେ ବ୍ରିକ୍ସ ଗୋଷ୍ଠୀର ସଦସ୍ୟ ରାଷ୍ଟ୍ରସମୂହ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟାନ୍ୱୟନ ଯୋଜନା ଚୂଡାନ୍ତ କରିବାକୁ ହୋଇଛନ୍ତି ପ୍ରତିବଦ୍ଧ Related Posts ଟ୍ରକ୍-ବସ୍ ଧକ୍କା: ଡ୍ରାଇଭର ଓ ହେଲପର ମୃତ Apr 28, 2024 ଟ୍ବିନ୍ ସିଟିକୁ ରେଡ୍ ଆଲର୍ଟ: ସାଢେ ୧୧ ସୁଦ୍ଧା… Apr 28, 2024 -ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ପରେ ୨ଟି ଘର ଭୁଷୁଡି ୮ ଜଣଙ୍କର ମୃତ୍ୟୁ ହେବା ସହ ୭ ଜଣ ଆହତ ହୋଇଛନ୍ତି -ଦେଶରେ ୨୪ ଘଣ୍ଟାରେ ନୂଆ ଆଉ ୧ଲକ୍ଷ ୩୨ ହଜାର ୭୮୮ ନୂଆ ଆକ୍ରାନ୍ତ ଚିହ୍ନଟ -ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୩,୦୭,୮୩୨କୁ ବୃଦ୍ଧି ପାଇଛି -ଚିକିତ୍ସାଧୀନ ଅବସ୍ଥାରେ ୩,୨୦୭ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୦୨ରେ -ଉତ୍ତରପ୍ରଦେଶ ଫିରୋଜାବାଦ ଜିଲା ପ୍ରଶାସନର ନିର୍ଦ୍ଦେଶନାମା ; ଟିକା ନନେଲେ ଦରମା ନାହିଁ -ନେହରୁ ଓ ଜବାହାର ଇନଷ୍ଟିଚ୍ୟୁଟର ଏଭରେଷ୍ଟ ଆରୋହଣ ; ଦୁଇ ପ୍ରତିଷ୍ଠାନ ପକ୍ଷରୁ ପ୍ରଥମ ମିଳିତ ଅଭିଯାନ ଇଲେକଟ୍ରନିକ ଯାନ ପାଇଁ ଲାଗୁ ହେବନାହିଁ ରେଜିଷ୍ଟ୍ରେସନ ଦେୟ -ରାଜଧାନୀକୁ ଟପିଗଲା ମାଲଗାଡି ; ଉତ୍ସର୍ଗୀକୃତ ପଣ୍ୟ କରିଡରରେ ଘଣ୍ଟାକୁ ପ୍ରାୟ ୧୦୦ କିଲୋମିଟର ବେଗରେ ଚାଲିଲା ମାଲବାହୀ ଟ୍ରେନ ଭାରତରେ ନିର୍ମିତ ପ୍ରଥମ ଦଫା ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରୀ (ସିଡିଏଲ) କସଉଲିର ଲାଭ କରିଛି ମଞ୍ଜୁରି -କରୋନା-୨୦୧୯ ଦ୍ବିତୀୟ ଲହରରେ ପ୍ରାୟ ଏକ କୋଟି ଭାରତୀୟ ହରାଇଛନ୍ତି ଚାକିରି -କରୋନା ଆରମ୍ଭରୁ ଏ ପର୍ଯ୍ୟନ୍ତ ଦେଶର ୯୭ ପ୍ରତିଶତ ପରିବାରର ଆୟ ହ୍ରାସ ପାଇଛି ବୋଲି ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି’ (ସିଏମଆଇଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ ବ୍ୟାସ ଦେଇଛନ୍ତି ସୂଚନା -ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା ଆଲାପନ୍ ବନ୍ଦୋପାଧ୍ୟାୟଙ୍କ ବଢ଼ୁଛି ଅଡ଼ୁଆ -ଟି୨୦ ବିଶ୍ବକପ୍ ଭାରତରେ ଆୟୋଜନ ହେବ କି ନାହିଁ, ଜୁନ୍ ୨୮ ସୁଦ୍ଧା ଜଣାଅ – ଆଇସିସି -ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୦୨ -ଓଡ଼ିଶାରେ ଦିନକରେ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୨୮୩୧କୁ ବୃଦ୍ଧି -ରାଉରକେଲା ସ୍ଵତନ୍ତ୍ର କାରାଗାରରେ କଏଦୀମାନଙ୍କୁ ପ୍ରଥମ ଡୋଜ୍ କୋଭିଡ୍ ଟିକାଦାନ -ବାଲେଶ୍ୱରରେ ବାତ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ଦେଲା ଜିଲା ପ୍ରଶାସନ ; ଜିଲାର ୧୨ ବ୍ଲକର ୨୭୨୨ଟି ଗ୍ରାମ ପ୍ରଭାବିତ ହୋଇଛି -ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଝୁଲେନବର ନିକଟରେ ସଡକ ଦୁର୍ଘଟଣା ; ଗଛରେ ପିଟି ହେଲା ଆମ୍ବୁଲାନ୍ସ, ରୋଗୀ ଓ ସଂପର୍କୀୟ ମୃତ -ଦେଓଗାଁରେ କୋଭିଡ ଆଇନକୁ ପାଳନ କରୁ ନଥିବା ୫୭୪ ଜଣ ବ୍ୟକ୍ତିଙ୍କଠାରୁ ୨ଲକ୍ଷ ୩୬ହଜାର ୮ଶହ ଟଙ୍କା ଜରିମାନା ଆଦାୟ -ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଅଞ୍ଚଳରେ ହାଇୱାକୁ ଅନ୍ୟ ଏକ ହାଇୱା ପଛରୁ ପିଟିବାରୁ ଘଟଣାସ୍ଥଳରେ ପଛରୁ ପିଟିଥିବା ହାଇୱାର ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି -ତ୍ରିକୋଣୀୟ ପ୍ରେମ, ସାଙ୍ଗ ନେଲା ସାଙ୍ଗର ଜୀବନ ; ରାୟାଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା News Headlines @ 7 PM 2nd June 2021odia news Share FacebookTwitterWhatsApp
Comments are closed.