www.samajalive.in
Friday, December 5, 2025
17.1 C
Bhubaneswar

ଆତଙ୍କବାଦ ମୁକାବିଲା ପାଇଁ ବ୍ରିକ୍ସରେ ସହମତି

ନୂଆଦିଲ୍ଲୀ: ଆତଙ୍କବାଦ ଦମନ ପାଇଁ ବ୍ରାଜିଲ-ରୁଷିଆ-ଭାରତ-ଚୀନ-ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ସମ୍ମିଳନୀରେ ଦୃଢମତ ପ୍ରକାଶ ପାଇଛି। ଚଳିତ ବର୍ଷ ଆତଙ୍କବାଦ ଦମନ ନିମନ୍ତେ ବ୍ରିକ୍ସ ଗୋଷ୍ଠୀର ସଦସ୍ୟ ରାଷ୍ଟ୍ରସମୂହ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟାନ୍ୱୟନ ଯୋଜନା ଚୂଡାନ୍ତ କରିବାକୁ ପ୍ରତିବଦ୍ଧ ହୋଇଛନ୍ତି। ମଙ୍ଗଳବାର ଦିନ ଅନୁଷ୍ଠିତ ବୈଠକରେ ଆତଙ୍କବାଦକୁ ତାହାର ସମସ୍ତ ପ୍ରକାର ଏବଂ ସମସ୍ତ ଦିଗରୁ କଡା ମୁକାବିଲା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଏହି ବିପଦର ସଫଳ ମୁକାବିଲା ଦିଗରେ ଭାରତ ସମର୍ଥିତ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥା ଗଢିତୋଲିବା ନିମନ୍ତେ ସମ୍ମିଳିତ ପ୍ରୟାସ ତ୍ୱରାନ୍ୱିତ କରିବାକୁ ମଧ୍ୟ ରାଷ୍ଟ୍ରଗୁଡିକ ଶପଥ କରିଛନ୍ତି। ଭାରତ ପକ୍ଷରୁ ଭର୍ଚୁଆଲ ପଦ୍ଧତିରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ବ୍ରାଜିଲ, ରୁଷିଆ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀଗଣ ଯୋଗଦେଇ ଚଳିତ ବର୍ଷ ଏହି ରାଷ୍ଟ୍ରଗୁଡିକର ଆତଙ୍କବାଦ ମୁକାବିଲା କାର୍ଯ୍ୟକାରୀ ଗୋଷ୍ଠୀର ଏକ ଫଳାଫଳ ଆଧାରିତ ଯୋଜନା ଚୂଡାନ୍ତ କରିବାକୁ ସ୍ଥିର କରାଯାଇଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଗଣ ଜାତିସଂଘ ଏବଂ ତାହାର ପ୍ରମୁଖ ଅଙ୍ଗ ଯଥା- ଜାତିସଂଘ ନିରାପତ୍ତା ପରିଷଦ ଏବଂ ସାଧାରଣ ପରିଷଦ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ବିଶ୍ୱ ବ୍ୟାଙ୍କ, ବିଶ୍ୱ ବାଣିଜ୍ୟ ସଂଗଠନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଦିରେ ସଂସ୍କାର ଆଣିବା ଏବଂ ସେଗୁଡିକୁ ସୁଦୃଢ କରିବା ସପକ୍ଷରେ ଦୃଢ ମତ ପୋଷଣ କରିଥିଲେ। ଏହି ବୈଠକରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭ, ଦକ୍ଷିଣ ଆଫ୍ରିକାର ଆନ୍ତର୍ଜାତିକ ସମ୍ପର୍କ ବ୍ୟାପାର ମନ୍ତ୍ରୀ ଗ୍ରେସ ନାଲେଡି ମାଣ୍ଡିସା ପାଣ୍ଡୋର, ବ୍ରାଜିଲ ବୈଦେଶିକ ମନ୍ତ୍ରୀ କାର୍ଲୋସ ଆଲବର୍ଟୋ ଫ୍ରାଙ୍କୋ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ଥିଲେ। ଶ୍ରୀ ଜୟଶଙ୍କର ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories