www.samajalive.in
Friday, December 12, 2025
27.1 C
Bhubaneswar

କଟକଣା ନେଲା ଜୀବିକା, ଝଡ଼ ଭାଙ୍ଗିଦେଲା ବାସ

ବୈପାରିଗୁଡ଼ା: କରୋନା କାଳରେ ପେଟପାଟଣା ଚିନ୍ତାରେ ଘାଣ୍ଟି ହେଉଥିବା ଏକ ଅଭାବୀ ସଂସାରର ବାସ ଉଜାଡ଼ି ଦେଇଛି ରାତି ଅଧର ଝଡ଼ତୋଫାନ। କରୋନା କାଳରେ କାଳବୈଶାଖୀ କାଳ ସାଜିଛି ଏହି ଗରିବ ପରିବାର ପାଇଁ। ରାତିର ଘନ ଅନ୍ଧକାରରେ ପରିବାର ଲୋକେ ଶୋଇପଡ଼ିଥିବାବେଳେ ଝଡ଼ତେଫାନ ଓ ପ୍ରବଳ ବର୍ଷାରେ ତାଙ୍କର ମାଟିଝାଟି ଘର ଖଣ୍ଡିକ ଭାଙ୍ଗିଯିବା ପରେ ଦୁଇ ବଢ଼ିଲା ଝିଅ ସହ ଚିନ୍ତାରେ ଅଛନ୍ତି ଦମ୍ପତି।

ସୂଚନାଯୋଗ୍ୟ ବୈପାରିଗୁଡ଼ା ବ୍ଲକ ବୋଦାପୁଟ ପଞ୍ଚାୟତ ଅନ୍ତର୍ଗତ ଚିକିମା ଗ୍ରାମର ଡମ୍ବରୁଧର ଗୌଡ଼ ଓ ଲକ୍ଷ୍ମୀ ଗୌଡ଼ ନିଜର ଦୁଇ ଝିଅ ସହ ଏକ ଝାଟିମାଟି ଘରେ ବସବାସ କରିଆସୁଥିଲେ। ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ଘର ଚଳିବାର ମଙ୍ଗ ଧରିଥିଲେ ଦଶମ ପଢ଼ୁଆ ଝିଅ ବାସନ୍ତୀ ଗୌଡ଼। ୨୦ବର୍ଷୀୟା ବାସନ୍ତୀ ଡିଡିୟୁଜିକେୱାଇ(ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୁଶଳ ଯୋଜନା)​‌ରେ ହୋଟେଲ ମ୍ୟାନେଜମେଣ୍ଟ ତାଲିମ ନେବା ପରେ ତାମିଲନାଡ଼ୁରେ ଏକ କର୍ମସଂସ୍ଥାନରେ ମାସିକ ୧୧ହଜାର ୫୦୦ଟଙ୍କାରେ ନିଯୁକ୍ତି ପାଇଥିଲେ। କଷ୍ଟ ଭିତରେ ବେଶ ହସଖୁସିରେ ସେମାନଙ୍କ ଜୀବନ ଅବିବାହିତ ହେଉଥିଲା। କରୋନାର ଦ୍ବିତୀୟ ଲହର ବେଳେ ହୋଟେଲ ଶିଳ୍ପ ବନ୍ଦ ହୋଇଯିବାରୁ ବାସନ୍ତୀ ନିଜ ଭିଟାମାଟିକୁ ଚାଲି ଆସିଥିଲେ। ଘରେ ପୂର୍ବରୁ ବାପା,ମା’ଙ୍କ ସହ ଅନ୍ୟ ଜଣେ ଭଉଣୀ ଥିବାବେଳେ ମିସ୍ତ୍ରୀ କାମ କରି ବହୁ କଷ୍ଟରେ ଚଳୁଥିବା ଡମ୍ବରୁଙ୍କ ଦୁଃଖ ଆହୁରି ବଢ଼ିଥିଲା। କରୋନା କାଳରେ ସେ ନିଜେ ମଧ୍ୟ ହାତ ବାନ୍ଧି ବସିଛନ୍ତି। ସରକାରୀ ସହାୟତା କହିଲେ ବିପିଏଲ କାର୍ଡରେ ମିଳୁଥିବା ଚାଉଳ। ଏଭଳି ସ୍ଥିତିରେ ଚାରି ପ୍ରାଣୀ ବହୁ କଷ୍ଟରେ ଏକ ଝାଟିମାଟି ଘରେ ଜୀବନ ବିତାଉଥିବାବେଳେ ଦଇବ ଦାଉ ସାଧିଲା।

- Advertisement -

ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇ ପଡ଼ିଥିବାବେଳେ ହଠାତ କାଳବୈଶାଖୀରେ ତାଙ୍କ ବାସକୁ ଉଜାଡ଼ିଦେଲା। ସୌଭାଗ୍ୟବଶତଃ ଚାରି ଜୀବନ ବଞ୍ଚିଯାଇଥିଲେ ମଧ୍ୟ ଭଙ୍ଗାଦଦରା ଘରେ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛନ୍ତି ସମସ୍ତେ। ତୁରନ୍ତ ବ୍ଲକ ପ୍ରଶାସନ ତାଙ୍କୁ ସହାୟତାର ହାତ ବଢ଼ାଇ ପକ୍କା ଘର ଖଣ୍ଡିଏ ଯୋଗାଇଦେବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥିଙ୍କ ସହ ଯୋଗାଯୋଗ କରିବାରୁ ତହସିଲଦାରଙ୍କୁ ପଠାଇ ଘଟଣାର ଅନୁଧ୍ୟାନ କରାଯିବା ପରେ ସରକାରୀସ୍ତରରେ ଯାହା କିଛି ସହଯୋଗ କରାଯିବା କଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories