www.samajalive.in
Monday, December 8, 2025
24.1 C
Bhubaneswar

କୋଭିସିଲ୍ଡ ଟିକା ନେବା ପରେ ସୃଷ୍ଟି ହେଉନି ଆଣ୍ଟିବଡି ; ଥାନାରେ କମ୍ପାନୀ ନାମରେ ଅଭିଯୋଗ କଲେ ବ୍ୟକ୍ତି

ଲକ୍ଷେ୍ନø : କରୋନା ମହାମାରୀ ହରାଇବା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ ପ୍ରକ୍ରିୟା। ମାତ୍ର ଏଭଳି ସମୟରେ ଟିକା ନେବା ପରେ ମଧ୍ୟ ଶରୀରରେ ସୃଷ୍ଟି ହେଉ ନାହିଁ ଆଣ୍ଟିବଡି, କାମ କରୁନି କରୋନା ଟିକା ଏଭଳି ଅଭିଯୋଗ ଆଣିଛନ୍ତି ଲକ୍ଷେ୍ନøର ଜଣେ ବ୍ୟବସାୟୀ ପ୍ରତାପ ଚନ୍ଦ୍ର। ସେ ଥାନାରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି। ସେ ଟିକା ଉତ୍ପାଦନକାରୀ କମ୍ପାନୀ ମାଲିକ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ, ଆଇସିଏମଆର ନିର୍ଦ୍ଦେଶକ, ଏନଏଚଏମ ନିର୍ଦ୍ଦେଶକ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିର୍ଦ୍ଦେଶକଙ୍କ ମାମଲାରେ ନାମ ପକ୍ଷଭୁକ୍ତ କରାଯାଇଛି।
ଅଭିଯୋଗକାରୀ ପ୍ରତାପଙ୍କ କହିବା ଅନୁଯାୟୀ, ସେ ଏପ୍ରିଲ ୮ରେ କୋଭିସିଲ୍ଡ ଟିକାର ପ୍ରଥମ ପାନ ନେଇଥିଲେ। ୨୮ ଦିନ ପରେ ୨ୟ ପାନ ନେବାକୁ ଥିବା ବେଳେ ସରକାରଙ୍କ ଦ୍ୱାରା ଟିକା କରଣ ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ଯାଦ୍ୱାରା ଟିକାକରଣର ଅବଧି ବୃଦ୍ଧି କରାଯାଇଛି। ଯାଦ୍ୱାରା ସେ ୨ୟ ପାନ ନେବାକୁ ଅପେକ୍ଷା କରିଥିଲେ। ଏହାମଧ୍ୟରେ ସେ ଆଇସିଏମଆର ନିର୍ଦ୍ଦେଶକଙ୍କ ଏକ ଟିଭି ସାକ୍ଷାତକାର ଦେଖିଥିଲେ। ଯେଉଁଥିରେ ସେ କହିଥିଲେ କୋଭିସିଲ୍ଡ ଟିକାର ପ୍ରଥମ ପାନପରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ। ମାତ୍ର କୋଭାକ୍ସିନ ଟିକାର ୨ୟ ପାନ ନେବା ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ। ଏହି ସାକ୍ଷାତକାର ଦେଖିବା ପରେ ପ୍ରତାପ ନିଜର ଆଣ୍ଟିବଡି ପରୀକ୍ଷା ପାଇଁ ଘରୋଇ ହସ୍ପିଟାଲକୁ ରକ୍ତ ନମୁନା ପଠାଇଥିଲେ। ରିପୋର୍ଟ ଆସିବା ପରେ ତାଙ୍କର ଆଣ୍ଟିବଡି ସୃଷ୍ଟି ହୋଇ ନାହିଁ ବୋଲି ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ସ୍ଥାନୀୟ ପୁଲିସ ଥାନାରେ କରୋନା ଟିକା ଠକେଇ ନେଇ ଏକ ମାମଲା ରୁଜୁ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories