www.samajalive.in
Monday, December 8, 2025
24.1 C
Bhubaneswar

ଚୀନରୁ ଆସୁଛି ଆଉ ଏକ ବିପଦ: ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ, ବିଶ୍ଵରେ ପ୍ରଥମ ମାମଲା

ବେଜିଂ: କରୋନା ଭୂତାଣୁ ଚୀନରୁ ବ୍ୟାପିଥିବା କୁହାଯାଉଥିବାବେଳେ ଆଉ ଏକ ବିପଦ ଏହି ଦେଶରୁ ଆସୁଛି। ଏଠାରେ ମାନବ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ଦେଖିବାକୁ ମିଳିଛି, ଯାହା ବିଶ୍ଵର ପ୍ରଥମ ମାମଲା ବୋଲି ଚୀନ ଦାବି କରିଛି। ଚୀନ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ ମଙ୍ଗଳବାର ସୂଚନା ଦେଇଛି ଯେ, ଦେଶର ଜିଆଙ୍ଗସୁ ପ୍ରଦେଶରେ ଏଚ୧୦ଏନ୩ ବାର୍ଡ ଫ୍ଲୁର ପ୍ରଥମ ମାନବ ସଂକ୍ରମଣ ସାମ୍ନାକୁ ଆସିଛି। ଏଥିରେ ଜଣେ ପୁରୁଷ ଆକ୍ରାନ୍ତ ହୋଇଛନ୍ତି।  

ଜିଆଙ୍ଗସୁ ପ୍ରଦେଶର ଝନଜିୟାଙ୍ଗ ସହରରେ ଜଣେ ୪୧ ବର୍ଷୀୟ ପୁରୁଷଙ୍କଠାରେ ଏହି ବାର୍ଡ ଫ୍ଲୁ ସଂକ୍ରମଣ ଦେଖିବାକୁ ମିଳିଛି। କୁକୁଡ଼ା ପାଳନରୁ ଏହି ବାର୍ଡ ଫ୍ଲୁ ଉକ୍ତ ବ୍ୟକ୍ତିଙ୍କୁ ବ୍ୟାପିଥିବା କୁହାଯାଉଛି। ତେବେ ବ୍ୟାପକ ସ୍ତରରେ ଏହା ବ୍ୟାପିବା ବିପଦ କମ୍‌ ରହିଛି। ଚୀନ ଜାତୀୟ ସ୍ବାସ୍ଥ୍ୟ ଆୟୋଗର ସରକାରୀ ୱେବସାଇଟ୍‌ରେ ଉଲ୍ଲେଖ କରାଯାଇଛି ଯେ, ସାରା ବିଶ୍ଵରେ ବର୍ତ୍ତମାନ ସୁଦ୍ଧା ଏଚ୧୦ଏନ୩ ବାର୍ଡ ଫ୍ଲୁର ମାନବ ସଂକ୍ରମଣର କୌଣସି ମାମଲା ମିଳି ନ ଥିଲା।

- Advertisement -

ଆୟୋଗର ସୂଚନା ଅନୁସାରେ, ଗତ ଏପ୍ରିଲ ୨୮ ତାରିଖରେ ସଂକ୍ରମିତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କଠାରେ ଜ୍ଵର ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏହାର ଏକମାସ ପରେ ଅର୍ଥାତ ମେ ୨୮ରେ ତାଙ୍କଠାରେ ଏଚ୧୦ଏନ୩ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିଲା। ପୀଡ଼ିତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ତାଙ୍କୁ ଖୁବଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରିଦିଆଯିବ। ତେବେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କଠାରେ ଏହି ଭୂତାଣୁ ସଂକ୍ରମିତ ହୋଇ ନ ଥିବା ଜଣାପଡ଼ିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories