www.samajalive.in
Monday, December 8, 2025
24.1 C
Bhubaneswar

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବ୍ୟାପକ ସ୍ଥାୟୀ ପଦକ୍ଷେପ ଅପରିହାର୍ଯ୍ୟ : ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ୱର :  ପ୍ରାକୃତିକ ବିପର୍ଯ୍ୟୟ ଆମ ରାଜ୍ୟ ଓଡିଶା ପାଇଁ ନୁଆ କଥା ନୁହେଁ କିନ୍ତୁ ଏହାର ମୁକାବିଲା ପାଇଁ ବ୍ୟାପକ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ଶ୍ରୀକୋଣା ପଞ୍ଚାୟତର ଚାର ଗୋଛିଆର କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଦୀର୍ଘ ସୁତ୍ରୀ ଯୋଜନା ଆବଶ୍ୟକ। ବାଲେଶ୍ୱର ଜିଲ୍ଲାର ଚାରିଗୋଛିଆ ଅଞ୍ଚଳରେ ସମାନ୍ୟ ଜୁଆର ହେଲେ ଏଠାରେ ଲୁଣି ପାଣି ମାଡ଼ିଯାଏ । ବାତ୍ୟା ଦ୍ୱାରା ବୁଢ଼ାବଳଙ୍ଗ କୂଳରେ ଘାଇ ଭାଙ୍ଗିଯିବାରୁ ଲୁଣି ପାଣି ମାଡ଼ିଯାଇ ଅନେକ ଚାଷ ନଷ୍ଟ ହୋଇଯାଇଛି। ଏହାର ଅଧିକ ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡ଼ିଛି। ଚିଙ୍ଗୁଡ଼ି, ମାଛ ଓ ପନିପରିବା ଚାଷ ଏହି ଅଞ୍ଚଳର ଲୋକଙ୍କ ପ୍ରମୁଖ ଜୀବନଜୀବିକା । ବାତ୍ୟା କାରଣରୁ ଅଧିକ ଚିଙ୍ଗୁଡ଼ି ଘେରି ନଷ୍ଟ ହୋଇଯାଇଥିବା ବେଳେ ଚାଷ ମଧ୍ୟ ପ୍ରଭାବିତ ହୋଇଛି । ଏହାର ସିଧା ପ୍ରଭାବ ସ୍ଥାନୀୟ ଅର୍ଥନୀତି ଉପରେ ପଡ଼ିଛି। ସେହିପରି ସମୁଦ୍ର କୂଳ ଅଞ୍ଚଳ ମାନଙ୍କରେ ହେନ୍ତାଳ ବଣ ସୃଷ୍ଟି କରିବା, ବ୍ୟାପକ ଝାଉଁ ଗଛ ଲଗାଇବା, ନଦୀବନ୍ଧ ସୁଦୃଢ କରିବା, ନଦୀ ଓ ସମୁଦ୍ର କୂଳରେ ଥିବା ଗ୍ରାମ ଗୁଡିକର ଲୋକଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ପକ୍କାଘର ବଣ୍ଟନ କରିବା, ସଂପୃକ୍ତ ଅଂଚଳରେ ବିଦ୍ୟୁତ ସେବା ଅବ୍ୟାହତ ପାଇଁ ମାଟି ତଳେ କେବୁଲ ବିଛାଇବା, ପିଇବା ପାଣିର ଅଭାବ ଅସୁବିଧା ବୁଝିବା ଆଦି କାର୍ଯ୍ୟ କ୍ରମ କଲେ ବାତ୍ୟାର ମୁକାବିଲା କରିବା ସହଜ ସାଧ୍ୟ ହୋଇପାରିବ ବୋଲି ସେ କହିଥିଲେ।

- Advertisement -

ବିଶେଷ ଭାବରେ ପରିବେଶକୁ ଧ୍ୟାନରେ ରଖି ବିଜ୍ଞାନ ଏବଂ ଟେକ୍ନୋଲୋଜିକୁ ଉପଯୋଗ କରି ଲମ୍ବା ସମୟ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳର ଜନବସତି ଏବଂ ଜୀବନ ଜୀବିକାର ସୁରକ୍ଷା କିପରି ହୋଇପାରିବ ସେ ନେଇ ରାଜ୍ୟ ସରକାର ଆବଶ୍ୟକ ଖସଡ଼ା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ଏଥିରେ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ। ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏ ଯାଏଁ ବିଜୁଳି ଆସିନାହିଁ । ବାତ୍ୟା ଓ ବନ୍ୟାରେ ନିରନ୍ତର ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବା ଦରକାର। ଏହାବ୍ୟତିତ ବାତ୍ୟା ଏବଂ ବନ୍ୟାକୁ ପ୍ରତିରୋଧ କରିବା ପାଇଁ ଆଶ୍ରୟ ସ୍ଥଳ ଠାରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ମଜବୁତ୍ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଆମ ରାଜ୍ୟକୁ ଆବଶ୍ୟକତା ଠାରୁ ଅଧିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରହିଛି ବୋଲି ସେ କହିଥିଲେ। ଏହାର ସଦୁପଯୋଗ ରାଜ୍ୟ ସରକାର କରି ପାରିନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ଷୁଦ୍ର ଶିଳ୍ପ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ବିଜେପି ରାଷ୍ଟ୍ରୀୟ ଯୁବଉପାଧ୍ୟକ୍ଷ ଠାକୁର ରଂଜିତ ଦାସ, ରାଜ୍ୟ ବିଯେପି ଯୁବ ଉପସଭାପତି ମାନସ କୁମାର ଦତ୍ତ ଙ୍କ ସମେତ ବହୁଦଳୀୟ ନେତା ଉପସ୍ଥିତ ଥିଲେ। ପରେ ଦୁଇ ମନ୍ତ୍ରୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories