www.samajalive.in
Sunday, December 7, 2025
14.1 C
Bhubaneswar

୫-ଜି ବିରୋଧରେ କୋର୍ଟକୁ ଗଲେ ଅଭିନେତ୍ରୀ ଜୁହି ଚାୱଲା

ଅଭିନେତ୍ରୀ ଜୁହି ଚାୱଲା ପ୍ରତି ପ୍ରସଙ୍ଗ ଉପରେ ନିଜର ମତ ଦେଇଥାନ୍ତି। ଏହା ସହିତ ଲୋକଙ୍କୁ ସୁରକ୍ଷା, ସ୍ବଚ୍ଛତା ଏବଂ ଅନ୍ୟ ଜରୁରୀ ପ୍ରସଙ୍ଗରେ ସଚେତନ କରାଇଥାନ୍ତି। ଭାରତରେ ଖୁବଶୀଘ୍ର ୫-ଜି ଟେକ୍‌ନିକ ଲାଗୁ ହେବାକୁ ଯାଉଛି। ଯହାର କୁପ୍ରଭାବ ପରିବେଶ ସହିତ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିବ। ଏହାକୁ ନେଇ ଦୀର୍ଘ ସମୟ ହେବ ଜୁହି ଚାୱଲା ୫-ଜି ମୋବାଇଲ ଟାୱାରଗୁଡ଼ିକରୁ ବାହାରିବାକୁ ଥିବା ହାନିକାରକ ରାଡିଏଶନ ବିରୋଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତି। ଏବେ ଏହା ବିରୋଧରେ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କୋର୍ଟରେ ଜୁହିଙ୍କ ତରଫରୁ ଏକ ମାମଲା ରୁଜୁ ହୋଇଛି, ଯାହାର ଶୁଣାଣି ଆସନ୍ତା ୨ ତାରିଖରେ ଅନୁଷ୍ଠିତ ହେବ।

ଜୁହିଙ୍କ ତରଫରୁ ଦାଖଲ କରାଯାଇଥିବା ଏହି ପିଟିଶନରେ ଦାବି କରାଯାଇଛି ଯେ, ୫-ଜି ଟେକ୍ନୋଲୋଜିକୁ ଲାଗୁ କରାଯିବା ପୂର୍ବରୁ ଏହା ସମ୍ବନ୍ଧୀୟ ଜଡ଼ିତ ସମସ୍ତ ପ୍ରକାର ଗବେଷଣା ଉପରେ ଟିକିନିଖି ଭାବେ ଦୃଷ୍ଟି ଦିଆଯାଉ ଏବଂ ତା’ ପରେ ଏହାକୁ ଭାରତରେ ଲାଗୁ କରିବା ବିଷୟରେ ବିଚାର କରାଯାଉ।

- Advertisement -

ଜୁହି କହିଛନ୍ତି, ଆମେ ଅଗ୍ରଣି ଟେକ୍ନୋଲୋଜିକୁ ବିରୋଧ କରୁନାହୁଁ। ଆମେ ଶେଷତମ ଉତ୍ପାଦର ବ୍ୟବହାର କରିବାକୁ ବହୁତ ପସନ୍ଦ କରୁ, ଯାହା ଆମକୁ ଉତ୍ତର ଟେକ୍ନୋଲୋଜି ଦେଇଥାଏ। ୱାୟରଲେସ୍‌ କ୍ଷେତ୍ରରେ ବି। ତେବେ ଆମେ ଚିନ୍ତାରେ ରହୁଛୁ ଯେ ୱୟରମୁକ୍ତ ଉତ୍ପାଦ ଏବଂ ନେଟୱର୍କ ସେଲ୍‌ ଟାୱାର ସହିତ ସମ୍ବନ୍ଧୀୟ ଆମ ନିଜର ଗବେଷଣା ଏବଂ ଅଧ୍ୟୟନରୁ ଭଲ ଭାବେ ଜଣାପଡ଼ୁଛି ଯେ, ଏହିପରି ବିକିରଣ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ସେମାନଙ୍କ ସୁରକ୍ଷା ପାଇଁ ଅତ୍ୟନ୍ତ ହାନିକାରକ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories