www.samajalive.in
Monday, December 8, 2025
24.1 C
Bhubaneswar

କୋଭିଡ଼ ପରୀକ୍ଷା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ଦୁର୍ବ୍ୟବହାର ନେଇ ଉତ୍ତେଜନା

ମୋହନା: ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଧେଶ କ୍ରମେ ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ସମସ୍ତ ଗ୍ରାମର ଘର ଘରକୁ ଯାଇ ଲୋକଙ୍କ କରୋନା ପରୀକ୍ଷା କରାଇବା ପାଇଁ ଏପରିକି ଦିନକୁ ୧୦୦ରୁ ଉର୍ଦ୍ଧ୍ଵ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଗ୍ରାମର ଲୋକମାନେ ଟେଷ୍ଟ କରିବା ପାଇଁ ମନା କରୁଥିବା ବେଳେ କିଛି ଗ୍ରାମରେ ଲୋକେ ଆଶାଦିଦି, ଅଙ୍ଗନବାଡି, ସ୍ୱାସ୍ଥ୍ୟକର୍ମୀମାନଙ୍କ କଥା ଶୁଣି ନିଜର ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ କରୋନା ପରୀକ୍ଷା କରିବାକୁ ରାଜି ହୋଇଥାନ୍ତି | ହେଲେ ମୋହନା ବ୍ଳକ ଲିଲି ଗଡ ପଞ୍ଚାୟତ ଅଧିନ ହିକିରିକୁପା ଗ୍ରାମକୁ କରୋନା ପରୀକ୍ଷା କରିବା ପାଇଁ ଆସିଥିବା ବହୁ ଲୋକଙ୍କୁ ଦେଖି ସ୍ୱାସ୍ଥ୍ୟକର୍ମୀ ଅସଦ ବ୍ୟବହାର କରି କେବଳ ୩୦ ଜଣଙ୍କ କରୋନା ପରୀକ୍ଷା କରାଯିବ ବୋଲି କହିବାରୁ କେନ୍ଦ୍ରରେ ଉତ୍ତେଜନା ଦେଖା ଦେଇଥିଲା।

ଖବର ଶୁଣି ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡ.ନମିତା ପଣ୍ଡା ଘଟଣାସ୍ଥଳରେ ପହଞ୍ଚିବା ସହ ଆଶାଦିଦି, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ମିଳିତ ଭାବେ ଗ୍ରାମବାସୀଙ୍କୁ ବୁଝାସୁଝା କରି ୫୫ ଜଣଙ୍କ ପରୀକ୍ଷା କରାଯିବ ବୋଲି ଡ଼. ପଣ୍ଡା କହିବାରୁ ଲୋକେ କେନ୍ଦ୍ରକୁ ଆସିଥିଲେ। ସେଥିରୁ ଦୁଇ ଜଣଙ୍କର କରୋନା ପଜିଟିଭ ବାହାରିଥିଲା। ଅନ୍ୟମାନଙ୍କର ସୋମବାର ଦିନ ପରୀକ୍ଷା କରାଯିବ କହିବାରୁ ଲୋକେ ଗହଳି ଭାଙ୍ଗିଥିଲେ। ପ୍ରକାଶ ଥାଉକି ଜିଲ୍ଲାପାଳ ଲୋକଙ୍କୁ ବୁଝାଇ ସେମାନଙ୍କ କୋଭିଡ଼ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ପରୀକ୍ଷା କରିବାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଏଭଳି ଆଚରଣ ଓ ବ୍ୟବହାର ଜନସାଧାରଣଙ୍କୁ ଦୁଃଖ ଦେଇଥିବା ଗ୍ରାମବାସୀ କହିଛନ୍ତି। ଏଣୁ ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଜିଲ୍ଲାପାଳ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସିନ୍ଦା ଦାବି କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories