www.samajalive.in
Monday, December 8, 2025
24.1 C
Bhubaneswar

ଏଟିଏମରୁ ଗ୍ରାହକଙ୍କ ଟଙ୍କା ଚୋରି, ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖାରେ ରହିଥିବା ଏଟିଏମରୁ ଟଙ୍କା ନ ବାହାରିବା ଏବଂ ପରବର୍ତ୍ତି ସମୟରେ ସେହି ଟଙ୍କାକୁ ଅନ୍ୟ ଜଣେ ଗ୍ରାହକ ନେଇଯିବା ମାମଲାରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକଙ୍କ ସୂଚନାନୁଯାୟୀ, ଗତ ୨ ତାରିଖରେ ରେଳବାଇରେ କାର୍ଯ୍ୟରତ ବରିଷ୍ଠ ସେକ୍ସନ ଇଞ୍ଜିନିୟର ସୋମନାଥ ମିଶ୍ର ତାଙ୍କର ପୁତ୍ରର ଆକାଉନ୍ଟରେ ଟଙ୍କା ଭର୍ତ୍ତି କରିବା ପାଇଁ ଏସବିଆଇର କ୍ଷେତରାଜପୁର ଶାଖାର ଏଟିଏମକୁ ଦିନ ପ୍ରାୟ ୨ଟାରେ ଯାଇଥିଲେ। ମିଶ୍ରଙ୍କ ପୁତ୍ର ଭୁବନେଶ୍ୱରରେ ରହୁଥିବାରୁ ତାଙ୍କ ଟଙ୍କା ପଠାଇବା ପାଇଁ ୫୪ ହଜାର ଟଙ୍କା ଏଟିଏମରେ ଭର୍ତ୍ତି କରିଥିଲେ। ତେବେ କୌଣସି କାରଣରୁ ଟଙ୍କା ମେସିନ ଭିତରକୁ ଯିବା ପରେ ଟ୍ରାନଜେକ୍ସନ ବାତିଲ ହୋଇ ଯାଇଥିବା ବେଳେ ଟଙ୍କା ତକ ଭିତରେ ରହିଯାଇଥିଲା ଏବଂ ଏହାର ରସିଦ ମଧ୍ୟ ବାହାରି ନ ଥିଲା। ଏହା ପରେ ପୁତ୍ର ସହିତ କଥା ହେବାରୁ ଟଙ୍କା ପହଂଚି ନ ଥିବା ବେଳେ ୫୦ ହଜାରରୁ ଉର୍ଦ୍ଧ ଟଙ୍କା ରହିଥିବାରୁ ମେସିନ ମଧ୍ୟରେ ତାହା ଅଟକି ଯାଇଥିବ ବୋଲି ତାଙ୍କର ପୁତ୍ର ମିଶ୍ରଙ୍କୁ କହିଥିଲେ।

ସେହି ସମୟରେ ଏଟିଏମରେ ଛିଡା ହୋଇଥିବା ଅନ୍ୟ ଜଣେ ଯୁବକ ତାଙ୍କର ଏଟିଏମରେ କାର୍ଯ୍ୟ ଥିବାର କହି ତାଙ୍କୁ ଏଟିଏମ ପରିସରରୁ ଚାଲିଯିବାକୁ କହିଥିଲେ। ଏଣୁ ଇଞ୍ଜିନିୟର ମିଶ୍ର ଟଙ୍କା ଏଟିଏମରେ ଅଟକି ଯାଇଥିବ ବୋଲି ଭାବି କୌଣସି ରସିଦ ନ ପାଇ ସେଠାରୁ ଚାଲି ଯାଇଥିଲେ। ଏହା ପରେ ସେ ୩ ତାରିଖରେ ବ୍ୟାଙ୍କର ଶାଖାରେ ଆକାଉନ୍ଟ କିମ୍ବା ପୁତ୍ରର ଆକାଉନ୍ଟରେ ଭର୍ତ୍ତି ହୋଇ ନ ଥିବାର ଅଭିଯୋଗ କରିବା ସହିତ ଘଟଣାବଳି କହିଥିଲେ। ବ୍ୟାଙ୍କ ଶାଖା ପରିଚାଳକ ଏଟିଏମର ଇଞ୍ଜିନିୟର ଆସିଲେ ଟଙ୍କା ତକ ବାହାର କରି ହସ୍ତାନ୍ତର କରିବେ ବୋଲି ପ୍ରତିଶୃତି ଦେଇଥିଲେ। ତେବେ ଗତ ୧୨ ତାରିଖରେ ଶାଖା ପରିଚାଳକ ଇଞ୍ଜିନିୟର ମିଶ୍ରଙ୍କୁ ଏଟିଏମରେ ଟଙ୍କା ଭର୍ତ୍ତି କରାଯିବା ଦିନ ହିଁ ଟଙ୍କା ଏଟିଏମରୁ ନିଆଯାଇ ସାରିଛି ବୋଲି ଜଣାଇଥିଲେ। ଏଣୁ ପିଡିତ ଗ୍ରାହକ ଶାଖା ପରିଚାଳକଙ୍କ ପରାମର୍ଶରେ କ୍ଷେତରାଜପୁର ଥାନାରେ ଅଭିଯୋଗ କରିଥିଲେ। ଏଣୁ ପୁଲିସ ତରଫରୁ ମାମଲା ସଂଖ୍ୟା ୧୩୦/୨୦୨୧ ରୁଜୁ କରାଯାଇ ବ୍ୟାଙ୍କର ସିସିଟିଭି ଫୁଟେଜ ଓ ଟ୍ରାନଜେକ୍ସନର ବିବରଣୀ ପ୍ରାପ୍ତ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ସାଇବର ପୁଲିସର ସହାୟତାରେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦାନୀପାଲି କୁଲତାପଡା ନିବାସୀ ସ୍ୱରୂପ ପାଢ଼ୀ (୨୬) ନାମକ ଜଣେ ଯୁବକଙ୍କୁ ପୁଲିସ ରବିବାର ଧରିଥିଲା। ଅଭିଯୁକ୍ତଙ୍କ ନିକଟରୁ ୫୪ ହଜାର ଟଙ୍କା ଓ ଏକ ମୋଟର ବାଇକ ଜବତ କରିଥିଲା। ଜବତ ଟଙ୍କା ପିଡିତ ବ୍ୟକ୍ତିଙ୍କୁ ଫେରାଇ ଦିଆଯାଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ବୋଲି କ୍ଷେତରାଜପୁର ପୁଲିସ କହିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories