www.samajalive.in
Saturday, December 6, 2025
17.1 C
Bhubaneswar

୩୦ କିଲୋ ଗଞ୍ଜେଇ ସହ ଗାଡ଼ି ଜବତ, ଜଣେ ଗିରଫ

ମୋହନା: ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ପ୍ରତ୍ୟେକ ଦିନ ପାଟ୍ରୋଲିଂ ଜାରି ରହିଥିବା ବେଳେ ରବିବାର ଖମ୍ବାରି ସାହି ଗାଁ ଅଞ୍ଚଳରେ ଏକ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାହାକୁ ଜବତ କରିଛି ପୁଲିସ। ଆର.ଉଦୟଗିରି ଥାନା ଅଧିକାରୀ ରବିନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱ।ବଧାନରେ ଏସଆଇ ମୁକେଶ ଲାକ୍ରା ଓ ତାଙ୍କ ଟିମ ଖମ୍ବାରି ସାହି ଗାଁ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଏକ ହୀରୋ ହୋଣ୍ଡା ବାଇକକୁ ଅଟକାଇ ଯାଞ୍ଚ କରିବା ବେଳେ ଏକ ପ୍ଲାଷ୍ଟିକ ଅଖାରେ ଗଞ୍ଜେଇ ଥିବା ଦେଖି ଥାନା ଅଧିକାରୀ ଶ୍ରୀ ପଣ୍ଡାଙ୍କୁ ଜଣାଇଥିଲେ । ଘଟଣାସ୍ଥଳରେ ତହସିଲଦାର ସ୍ମୃତିରଞ୍ଜନ ଶତପଥୀଙ୍କ ଉପସ୍ଥିତରେ ଉକ୍ତ ଗଞ୍ଜେଇକୁ ଓଜନ କରିବାରୁ ତାହା ୩୦କିଲୋ ୨ ଶହ ଗ୍ରାମ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ୫୦ ହଜାର ଟଙ୍କା ହେବ। ଏଥିରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରିବା ସହ ବାଇକଟିକୁ ଜବତ କରିଛି ପୁଲିସ । ସେ ହେଲେ ଅନ୍ତରବା ଅଞ୍ଚଳର କୋଇନ ପାଳ(୪୫)। ଏନେଇ ଆର.ଉଦୟଗିରି ଥାନା କେଶ ନଂ୬୩/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories