www.samajalive.in
Saturday, December 6, 2025
23.1 C
Bhubaneswar

ନିଖୁଣ ଚିତ୍ର କରି ରାଜ୍ୟ ଓ ବିଦେଶରେ ପ୍ରଶଂସିତ ରାହୁଲ

ନବରଙ୍ଗପୁର: ଆମମାନଙ୍କ ଭିତରେ କିଛି ନା କିଛି କଳା ବା ପ୍ରତିଭା ଲୁଚି ରହିଥାଏ। ଲୁଚି ରହିଥିବା ପ୍ରତିଭାକୁ କେହି କେହି ନିଜେ ଜାଣିପାରିଥାନ୍ତି ତ କେହି କେହି ଅନ୍ୟମାନଙ୍କ ଦ୍ୱାରା ଜାଣିବାକୁ ପାଇଥାନ୍ତି । ଏମିତି ଏକ ପ୍ରତିଭାବାନ ଛାତ୍ର ଯିଏକି ନିଜର ଯାଦୁଭରା ହାତରେ ଆଙ୍କି ଦେଇଥାନ୍ତି ନିଖୁଣ ଚିତ୍ର । ସେ ବର୍ତମାନ ନିଜର କଳା ଯୋଗୁଁ ସୋସିଆଲ ମିଡିଆରେ ରାଜ୍ୟ, ଦେଶ ଓ ଦେଶ ବାହାରେ ମଧ୍ୟ ପ୍ରଶଂସିତ ହୋଇପାରିଛନ୍ତି । ସେ ଛାତ୍ର ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମର ରାହୁଲ ପାତ୍ର। ତାଙ୍କ ବାପାଙ୍କ ନାମ ଶିବ ପ୍ରସାଦ ପାତ୍ର, ମାଆଙ୍କ ନାମ ଶୁଭାସିନୀ ପଟନାୟକ।

ଉଭୟେ ବାପା ଓ ମାଆ ଦୁଇଜଣ ଶିକ୍ଷକତା କରନ୍ତି । ରାହୁଲଙ୍କ ବୟସ ୨୧ ବର୍ଷ। ସେ ଏବେ ଭୁବନେଶ୍ୱରସ୍ଥିତ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କଲେଜରେ ବିଟେକ କମ୍ପୁଟର ସାଇନ୍ସ ତୃତୀୟ ବର୍ଷର ଛାତ୍ର । ପିଲାଟି ଦିନରୁ ରାହୁଲ ଚିତ୍ର କଳା ପ୍ରତି ବହୁତ ଆଗ୍ରହ ଥିଲା । ସେ ତୃତୀୟ ଶ୍ରେଣୀରେ ପଢିବା ବେଳଠୁ ଚିତ୍ର ଅଙ୍କିବା ସହ ପାଠ ବି ଭଲ ପଢୁଥିଲେ । ସେ ନିଜେ ନିଜେ ପିଲାଟି ବେଳରୁ ହିଁ ଚିତ୍ର ଅଙ୍କିବା ଶିଖୁଥିଲେ, ଏଥିପାଇଁ ସେ କୌଣସି ଗୁରୁଙ୍କଠୁ ବି ତାଲିମ ନେଇ ନାହାନ୍ତି, ଏଥିପାଇଁ ତାଙ୍କ ମା ରାହୁଲକୁ ସର୍ବଦା ସହଯୋଗ କରିଆସୁଥିଲେ । ସେ ତାଙ୍କର ଚିତ୍ର ପାଇଁ ବିଦ୍ୟାଳୟରେ ସବୁବେଳେ ପ୍ରଥମ ହେବାସହ ପଞ୍ଚମ ଶ୍ରେଣୀରେ ପଢିବା ସମୟରେ ଏକ ଖବର କାଗଜର ଚିତ୍ର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଜିଲ୍ଲା ଓ ରାଜ୍ୟରେ ପ୍ରଥମ ହୋଇ ପୁରସ୍କୃତ ହୋଇଥିଲେ । ତାପରେ ଚିତ୍ର କରିବାକୁ ଅଧିକ ଉତ୍ସାହ ଏବଂ ଆଗ୍ରହ ହେବାପରେ ସେ କାଗଜରେ ଅଙ୍କିବା ସହ ପ୍ଲାଇବୋର୍ଡ, କାନ୍ଥ ଏବଂ ଲୁହା କଣ୍ଟା ମାଧ୍ୟମରେ ବିଭିନ୍ନ ପ୍ରକାର ଚିତ୍ର ଅଙ୍କିବା ସହ ବିଭିନ୍ନ ଚିତ୍ର ପ୍ରତିଯୋଗିତାରେ ଭାଗ ନେଇ ସେ ପୁରସ୍କୃତ ହୋଇଥିଲେ । ଦଶମ ଶ୍ରେଣୀରେ ପଢିବା ସମୟରେ ସେ ସୋସିଆଲ ମିଡ଼ିଆ ରେ ନିଜର ଇନଷ୍ଟାଗ୍ରାମ-shany କଲରସ ନାମରେ ଏକ ଆଇଡି ଖୋଲି ନିଜର ହାତ ଅଙ୍କା ଚିତ୍ର ଗୁଡିକ ଉପଲୋଡ କରିଥିଲେ । ରାହୁଲଙ୍କ ଚିତ୍ର ପ୍ରତି ଆକୃଷ୍ଟ ହୋଇ ତାଙ୍କର ଫଲୋର୍ସ ମଧ୍ୟ୍ୟ ବଢ଼ିବାରେ ଲାଗିଲେ । ଏପଟେ ରାହୁଲ ତାଙ୍କର କଳାକୁ ଆଉ ଦୁଇପାଦ ଆଗକୁ ଯାଇ ଲୋକଙ୍କ ଅବିକଳ ନକଲ ଚିତ୍ରକୁ ଠିଆ ଠିଆ ଅଳ୍ପ ସମୟ ମଧ୍ୟରେ ଆଙ୍କି ଦେବାରେ ଲାଗିଲେ । ରାହୁଲଙ୍କ ଆଇଡିରେ ବର୍ତମାନ ସୁଦ୍ଧା ୨୦ଳ ରୁ ଅଧିକ ଫୋଲର୍ସ ପାଲଟି ଗଲେଣି, କିଛିଦିନ ତଳେ ରାହୁଲ ଜର୍ମାନୀ ର ବିଶିଷ୍ଠ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ସମସ୍ତ ପ୍ରକାଶ ଫର୍ମୁଲାକୁ ଚିତ୍ର ମଧ୍ୟରେ ଭର୍ତି କରି ବୈଜ୍ଞାନିକଙ୍କ ପ୍ରତିମୂର୍ତ୍ତିକୁ ଆଙ୍କି ଇନଷ୍ଟା ଆଇଡିରେ ଛାଡିବା ପରେ ସେହି ଚିତ୍ରକୁ ଆଇରଲାଣ୍ଡର ଜଣେ ବ୍ୟକ୍ତି ୧୫୦ ଡଲାର ରେ କିଣି ନେଲେ । ପୁଣି ହୋଲିଉଡର ପ୍ରସିଦ୍ଧ ଗାୟକ ଜକ୍ଷୟାନ ମଲ୍ଲିକଙ୍କ ଫୋଟକୁ ଏକ କାର୍ଡବୋର୍ଡ ଫ୍ରେମରେ ମେଖ ଏବଂ ସରୁ ୱାଇର ସାହାଯ୍ୟରେ ସୁନ୍ଦର ଚିତ୍ର ଆଙ୍କି ମଧ୍ୟ ପ୍ରଶଂସିତ ହୋଇଥିଲେ ।

- Advertisement -

ରାହୁଲଙ୍କ ଚିତ୍ର ଆଙ୍କିବା ସହ ଭିଡିଓଗ୍ରାଫିରେ ମଧ୍ୟ ନିଶା ଅଛି । ସେ ତାଙ୍କର ଚିତ୍ରମାନଙ୍କ ଭିଡିଓଗ୍ରାଫି କରି ମଧ୍ୟ ବହୁ ପ୍ରଶଂସକଙ୍କୁ ସାଉଁଟି ଆଣିବାରେ ସକ୍ଷମ ହୋଇପାରିଛନ୍ତି । ରାହୁଲ ବର୍ତମାନ ଲକଡାଉନ ଯୋଗୁଁ ଘରେ ରହୁଥିବା ବେଳେ ପାଠ ସହ ଚିତ୍ର ଆଙ୍କୁଛନ୍ତି। ଅନଲାଇନ ମାଧ୍ୟମରେ ଫୋଟ କରିବାପାଇଁ ଓଡର ସବୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ବେଳେ ସେସବୁ ଚିତ୍ର ସବୁ ଫ୍ରେମରେ ଆଙ୍କି ଅନଲାଇନରେ ପଠାଉଛନ୍ତି । ସେ ଏକ ନିର୍ଦ୍ଧିଷ୍ଟ ଦର ରଖିଛନ୍ତି କେଉଁ ଚିତ୍ର ପାଇଁ କେତେ ଟଙ୍କା ଦେବାକୁ ପଡିବ ତାର ତାଲିକା ମଧ୍ୟ ଲିଙ୍କରେ ଛାଡିଛନ୍ତି। ରାହୁଲଙ୍କ କଳା ଦେଖି ରାଜ୍ୟ ଓ ରାଜ୍ୟ ବାହାରୁ ଓଡ଼ର ଆସୁଅଛି । ରାହୁଲଙ୍କ ଏପରି ପ୍ରତିଭା ପାଇଁ ଏବେ ତାଙ୍କ ପିତାମାତା, ସାଙ୍ଗସାଥି ଏବଂ ସମସ୍ତେ ଗର୍ବ ଅନୁଭବ କରୁଥିବା ଦେଖିବାକୁ ମିଳିଛି ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories