www.samajalive.in
Saturday, December 13, 2025
26.1 C
Bhubaneswar

କୋଭିଡ-୧୯ ଉତ୍ପତ୍ତିର ଗୋଇନ୍ଦା ରିପୋର୍ଟ ମାଗିଲେ ବାଇଡେନ

ୱାଶିଂଟନ: ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କୋଭିଡ-୧୯ ମହାମାରୀ ଭୂତାଣୁର ଉତ୍ପତ୍ତି କେଉଁଠାରୁ ହୋଇଛି। ଏହା ଚୀନର ପଶୁଙ୍କ ଶରୀରରୁ ଆସିଛି, ଅଥବା ସେହି ଦେଶର ଉହାନଠାରେ ଥିବା ଗବେଷଣାଗାରରୁ ଏହା ଆସିଛି, ସେ ସମ୍ପର୍କରେ ଏକ ନିର୍ଣ୍ଣାୟକ ସିଦ୍ଧାନ୍ତରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଦେଶର ଗବେଷଣାକାରୀ ସଂସ୍ଥାଗୁଡିକ ଏ କ୍ଷେତ୍ରରେ ସେମାନଙ୍କ ପ୍ରଚେଷ୍ଟା ଦ୍ୱିଗୁଣିତ କରି ଆବଶ୍ୟକ ତଥ୍ୟ ସଂଗ୍ରହ, ସେଗୁଡିକର ସଠିକ ବିଶ୍ଳେଷଣ ଏବଂ ସିଦ୍ଧାନ୍ତରେ ପହଞ୍ଚିବାକୁ କହିଛନ୍ତି ବାଇଡେନ୍‍। ଆଗାମୀ ତିନିମାସ ମଧ୍ୟରେ ଏହାର ଚୂଡାନ୍ତ ରିପୋର୍ଟ ତାଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି।
ହ୍ୱାଇଟ ହାଉସ୍‍ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଆମେରିକା ସମଗ୍ର ବିଶ୍ୱରେ ଏ କ୍ଷେତ୍ରରେ ସବଭାବାପନ୍ନ ସଂସ୍ଥାଗୁଡିକ ସହିତ ମିଶି ଏ କ୍ଷେତ୍ରରେ ଏକ ସ୍ୱଚ୍ଛ, ପ୍ରମାଣ ଆଧାରିତ ଆନ୍ତର୍ଜାତିକ ଅନୁସନ୍ଧାନ ଏବଂ ସମସ୍ତ ଉପଯୁକ୍ତ ତଥ୍ୟ ପ୍ରମାଣ ଯୋଗାଇଦେବାକୁ ଚୀନ ଉପରେ ଚାପ ପକାଇବ। ଚୀନ କୋଭିଡ-୧୯ ଭୂତାଣୁ ଉତ୍ପତ୍ତି ପାଇଁ ଦାୟୀ ନୁହେଁ ବୋଲି କହୁଥିବାବେଳେ ଏହା କିନ୍ତୁ ସେହି ରାଷ୍ଟ୍ର ସମେତ ଆମେରିକା ପାଇଁ ଜାଣିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories