www.samajalive.in
Saturday, December 13, 2025
26.1 C
Bhubaneswar

ବିଦ୍ୟୁତ କେବୁଳ ସଂଯୋଗରେ ଅଗ୍ନିପାତ

ବରପାଲି: ବରପାଲି ବ୍ଲକ ଲେଣ୍ଡା ଗାଁ ମୂଖ୍ୟ ରାସ୍ତାରେ ବିଦ୍ୟୁତ କେବୁଲ ତାର ସଂଯୋଗ ହୋଇ ଅଗ୍ନିପାତ ହେବାରୁ ଏକ ପାଳଗଦା ଜଳିଯିବା ସହ ଅଳ୍ପକେ ପାଖରେ ବନ୍ଧା ହୋଇଥିବା ଗୋରୁଗାଇ ବଞ୍ଚିଯାଇଥବା ଜଣାପଡ଼ିଛି। ସୂଚନାନୂ୍‍ଯାୟୀ ଗାଁର ପ୍ରଥମ ମୁଣ୍ଡରେ ସ୍ଥାପିତ ଟ୍ରାନ୍ସଫର୍ମରୁ ବାହାରିଥିବା ଏଲଟି ଖୋଲା ଆଲୁମିନିୟମ ତାର ପବନରେ ଦୋହଲିବା ସହ ଆପଣାଛାଏଁ ସଂଯୋଗି କରଣ ହୋଇ ନିଆଁହୁଳା ମାନ ଝରିଥିଲା। ମୂଖ୍ୟରାସ୍ତା କଡ଼ରେ ରହିଥିବା ଚତୃ କାଲସେଙ୍କ ପାଳଗଦାଟି ହୁହୁ ହୋଇ ଅଚାନକ ଜଳିଯାଇଥିଲା। ପାଖରେ ବନ୍ଧାହୋଇଥିବା ଗୋରୁଗାଇଙ୍କୁ ପାଖରେ ଚାଷକାର୍ଯ୍ୟରେ ବ୍ୟସ୍ତ ରହିଥିବା ଚାଷୀମାନେ ଘଟଣାସ୍ଥଳରେ ପହଞ୍ଚି ଗୋରୁଗାଇଙ୍କ ପଘା ଖୋଲି ଅନ୍ୟତ୍ର ବାହାର କରିଦେଇଥିଲେ। ପରେ ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପାଳଗଦା ଓ ଆଖାପାଖ ଅଚଂଳକୁ ପାଣି ମାଡ଼ରେ ଲିଭାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories