ଷ୍ଟେସନ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢିଲେ ଯୁବକ: ଟ୍ରେନ ଚଳାଚଳ ବାଧାପ୍ରାପ୍ତ

0

ବ୍ରହ୍ମପୁର: ବିଦ୍ୟୁତ ଖୁଣ୍ଟ ଉପରେ ଜଣେ ଯୁବକ ଚଢିଯିବାରୁ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ରେଳ ଷ୍ଟେସନରେ। ପୁଲିସ ଉକ୍ତ ଯୁବକକୁ ତଳକୁ ଆଣିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା।
ସୂଚନାଯୋଗ୍ୟ ଯେ, ବୁଧବାର ସକାଳେ ବ୍ରହ୍ମପୁର ରେଳ ଷ୍ଟେସନରେ ଥିବା ବିଦ୍ୟୁତ ଖୁଣ୍ଟ ଉପରକୁ ଆସାମର ପଲ୍ଳବ ବରଦୋଲୋଇ ନାମକ ଜଣେ ଯୁବକ ଚଢିଯାଇଥିଲେ। ବିଦ୍ୟୁତ ଖୁଣ୍ଟ ଉପର ଭାଗକୁ ସେ ଚଢି ସେଠାରେ ବସି ରହିଥିଲେ। କିଛି ଅଘଟଣ ଘଟିବା ଆଶଙ୍କାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏହାଦ୍ବାରା ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ପୁଲିସ ଉକ୍ତ ଯୁବକକୁ ଉଦ୍ଧାର କରିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା ବୋଲି ଜଣା ପଡିଛି।

Leave A Reply