www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ୱେଛାସେବୀ ସଙ୍ଗଠନ ତରଫରୁ ଗରୀବ ଅସହାୟ ମାନଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ

ଜି.ଉଦୟଗିରି :   କରୋନା ମହାମାରୀ ଯୋଗୁଁ ରାଜ୍ୟରେ ତାଲାବନ୍ଦ ଚାଲିଥିବା ବେଳେ ବହୁ ଲୋକ ରୋଜଗାର ହରାଇଛନ୍ତି । ଫଳରେ ଲୋକଙ୍କ ଆର୍ଥିକ ସମ୍ବଳ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏମିତିକି ଦିନକୁ ଦୁଇବେଳା ଖାଇବାକୁ ମିଳିବା କଷ୍ଟ ହେବାର ଆଶଂକା ଦେଖା ଦେଇଛି। ଏତିକି ବେଳେ ସ୍ୱେଛାସେବୀ ସଙ୍ଗଠନ ଓ୍ୱାର୍ଡ ଓ ଗୁଞ୍ଜ ତରଫରୁ ଆଜି ଜି.ଉଦୟଗିରି ସହରର ବିଭିନ୍ନ ସାହିରେ ବାସ କରୁଥିବା ଆର୍ଥିକ ଅନଗ୍ରସର ଲୋକ ମାନଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ସ୍ୱେଛାସେବୀ ସଙ୍ଗଠନ ଓ୍ୱାର୍ଡ ସମ୍ପାଦକ ଆଶୁତୋଷ ସାହୁ ଓ ଗୁଞ୍ଜର ଓଡିଶା ମୂଖ୍ୟ ସୁରେଶ କୁମାର ଓ କର୍ମୀ ଦେବାଶିଷ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ ସାମ୍ବାଦିକ ସମୀର କୁମାର ପାଢୀ, ଅରୁଣ କୁମାର ଷଡଙ୍ଗୀ ବଟକୃଷ୍ଣ ଦାଶ, ରାମକୃଷ୍ଣ ଚୌଧୁରୀ, ପ୍ରତାପ ଚନ୍ଦ୍ର ପାଢୀ ପ୍ରମୁଖ ଯୋଗ ଦେଇ ସୁଖିଲା ଖାଦ୍ୟ ବଣ୍ଟନ ର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ରବିନ୍ଦ୍ର କୁମାର ସାହୁ, ପ୍ରଶାନ୍ତ ବଗର୍ତ୍ତୀ, ଶାରଳା ନାୟକ,ବିପିନ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories