www.samajalive.in
Monday, December 8, 2025
14.1 C
Bhubaneswar

ସନ୍ଧ୍ୟା ୭ଟା-ମୁଖ୍ୟ ଖବର

-ବାତ୍ୟାରେ ଦୁଇ ଜଣଙ୍କ ମୃତ୍ୟୁ : ସ୍ୱତନ୍ତ୍ର ରିଲିଫ କମିଶନର, ବାଲେଶ୍ୱରରେ ଜଣେ ଓ କେନ୍ଦୁଝରରେ ଜଣଙ୍କର ମୃତ୍ୟୁ

-ବାଲେଶ୍ୱର ଗସ୍ତରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୁନରୁଦ୍ଧାର କାମର କରିବେ ତଦାରଖ

-ବାତ୍ୟା ୟସ୍‌ର ଶେଷାଂଶ ସ୍ଥଳଭାଗ ଛୁଇଁବା ସହିତ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମାପ୍ତ ହୋଇଛି।

-ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି, ଭଦ୍ରକ, ବାଲେଶ୍ବରରେ ଏବେ ପବନର ବେଗ ହ୍ରାସ ପାଇବା ସହ ବର୍ଷା କମିଛି, ଏନ୍‌ଡିଆର‌୍‌ଏଫ୍ ଓ ଓଡ୍ରାଫ୍ ଦଳ ଉପୁଡି ପଡିଥିବା ଗଛ ରାସ୍ତା ଉପରୁ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି

-ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟିନାହିଁ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି -ଶିମିଳିପାଳରେ ଅଧିକ ବର୍ଷା ହୋଇଥିବା ଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା ହେବାର ଆଶଙ୍କା ନେଇ ଜଳ ସମ୍ପଦ ବିଭାଗ ବିଭାଗ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି

-ଯାଜପୁର ଜିଲ୍ଲାର ବ୍ୟାସନଗର ଏବଂ ଯାଜପୁର ପୌରାଞ୍ଚଳ, କୋରେଇ ବ୍ଲକ ଏବଂ ଅନ୍ୟାନ୍ୟ ସ୍ଥାନରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି

-ଏନ୍‌ଡିଆର‌୍‌ଏଫ୍ ଏବଂ ଓଡ୍ରାଫ୍ ଦଳ ରାସ୍ତା, ଜନ ବସତି ତଥା ସର୍ବସାଧାରଣ ସ୍ଥାନରେ ବାତ୍ୟା ଯୋଗୁଁ ଉପୁଡି ଯାଇଥିବା ଗଛ ଓ ଗଛଡାଳ କାଟିବା ସହ ଅବରୋଧ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି।

-ପାରାଦ୍ବୀପ ଅଞ୍ଚଳରେ ବାତ୍ୟା ୟସ୍‌ର ପ୍ରଭାବରେ ପଡିଯାଇଥିବା ଗଛଗୁଡିକୁ କଟାଯାଇ ରାସ୍ତା ଅବରୋଧ ହଟାଯାଉଛି। -ଏନ୍‌ଡିଆର‌୍‌ଏଫ୍‌ର ଏବଂ ଓଡ୍ରାଫ୍‌ର ଏକାଧିକ ଟିମ୍ ତ୍ବରିତ ପଦକ୍ଷେପ ଗ୍ରହଣ କରି ଅବରୋଧ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି।

– ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ନେଇ ମୟୂରଭଞ୍ଜ ଜିଲାପାଳଙ୍କ ସୂଚନା

– ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା, ବୁଢାବଳଙ୍ଗ ନଦୀ କୂଳରେ ଥିବା ଜନବସତିର ତଳୁଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ନିର୍ଦେଶ ଦେଇଛନ୍ତି ଜିଲାପାଳ

-ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି ପଡ଼ିଥିବା ସୂଚନା 

–ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ବିଶେଷ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା

– ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପରେ ସୁନ୍ଦରଗଡ଼ ଜିଲାର କେତେକ ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି
– ବିଶେଷ କରି ସୁନ୍ଦରଗଡ଼ ଜିଲାର ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡା, କୋଇଡା ଆଦି ଅଞ୍ଚଳରେ ବର୍ଷା ପବନ

– ଆସନ୍ତାକାଲି ସକାଳେ ଡିପ୍ ଡିପ୍ରେସନ ହୋଇ ଝାଡ଼ଖଣ୍ଡ ମୁହାଁଇବ ୟସ : ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁୟଞ୍ଜୟ ମହାପାତ୍ର କହିଛନ୍ତି।

– ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମୟୂରଭଞ୍ଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା ହୋଇଥିବା ସୂଚନା ମିଳିଛି।

–ୟାସର ପ୍ରଭାବ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା । ଯେଉଁଠି ପାଣି ଜମିଛି , ସେଠି ଅଫିସର ଅଛନ୍ତି। ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନାହିଁ

– ଚିଲିକାକୂଳ ତିନିଟି ଗାଁରେ ପଶିଲା ସମୁଦ୍ର ପାଣି; ବାତ୍ୟା ପ୍ରଭାବରେ ଭାଙ୍ଗିଲା ସୁରକ୍ଷା ପ୍ରାଚୀରର କିଛି ଅଂଶ

– ଆଜି ବୁଦ୍ଧ ପୂର୍ଣ୍ଣମୀ, ସଂପୂର୍ଣ୍ଣ ଚନ୍ଦ୍ରଗ୍ରହଣ
– ଦେଶରେଆଉ ୨,୦୮,୯୨୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୧,୫୭,୭୯୫ରେ ପହଞ୍ଚିଛି। ଚିକିତ୍ସାଧୀନ ଅବସ୍ଥାରେ ୪,୧୫୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ୩,୧୧,୩୮୮ରେ ପହଞ୍ଚିଛି
– ରାଜ୍ୟରେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ; ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୫୮୪ରେ ପହଞ୍ଚିଛି
– ଓଡ଼ିଶାରେ ଦିନକରେ ନୂଆ ୧୧୬୨୩ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧

– ଜାତିସଂଘ ମହାସଚିବଙ୍କୁ ଭେଟିଲେ ଜୟଶଙ୍କର; ଟିକା ପ୍ରସଙ୍ଗରେ ହେଲା ଆଲୋଚନା
– ମଇ ୨୫ ସୁଦ୍ଧା ଦେଶରେ ୨୦ କୋଟିରୁ ଅଧିକ ପାନ ଟିକାକରଣ
– ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟ କରୋନା ସଂକ୍ରମିତ; ହସପିଟାଲରେ ଭର୍ତ୍ତି
– ବୁର୍ଲା ଭିମସାର ଆଶୁଚିକିତ୍ସା ବିଭାଗରେ ନେଗେଟିଭ କୋଭିଡ଼ ରୋଗୀ ପିଜିଟିଭ ହେବାକୁ ନେଇ ଉତ୍ତେଜନା
– ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ବଜାରରେ ଆଇ ଆଇସିଙ୍କ ଉପସ୍ଥିତିରେ ବୃଦ୍ଧଙ୍କ ଶବ ସତ୍କାର

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories