www.samajalive.in
Sunday, December 14, 2025
15.1 C
Bhubaneswar

ବୁର୍ଲା ଭିମସାର ଆଶୁଚିକିତ୍ସା ବିଭାଗରେ ନେଗେଟିଭ କୋଭିଡ଼ ରୋଗୀ ପିଜିଟିଭ ହେବାକୁ ନେଇ ଉତ୍ତେଜନା 

ବୁର୍ଲା : ବର୍ତ୍ତମାନ ବୁର୍ଲା ଭିମସାରରେ କୋଭିଡ଼ ରୋଗୀ ଚିକିତ୍ସାକୁ , ମୃତ୍ୟୁକୁ ନେଇ ବିବାଦୀୟ ସ୍ଥିତି ଉତ୍ପନ୍ନ ହେଉଥିବା ଦେଖାଦେଇଛି।  ଜଣେ ମହିଳା ନିଜ ସ୍ୱାମୀଙ୍କ ଶବକୁ ଘରକୁ ନେବା ପାଇଁ ଜିଦ କରୁଥିବା ବେଳେ ମହିଳାଙ୍କ ପୁଅ ଭିମସାରର ଚିକିତ୍ସା ବ୍ୟବସ୍ଥାକୁ ନେଇ ଅଭିଯୋଗ କରୁଥିବା ଦେଖିବାକୁ ମିଳିଥିଲା।ସୂଚନା ଯୋଗ୍ୟ , ଉକ୍ତ ୪୫ ବର୍ଷିୟ ମୃତ ବ୍ୟକ୍ତି ଜଣକ ବରଗଡ଼ ଜିଲ୍ଲା ବରପାଲି ବନ୍ଧାପାଲି ଗ୍ରାମର ଗୌରୀଶଙ୍କର ପାଣ୍ଡେ ଏବଂ ଉକ୍ତ ବ୍ୟକ୍ତିଜଣଙ୍କ ଭିମସାର ଆଶୁଚିକିତ୍ସା ବିଭାଗରେ ଆଣ୍ଟିଜେନ କିଟରେ ରିପୋର୍ଟ କୋଭିଡ଼ ପିଜିଟିଭ ଆସିଛି। ମାତ୍ର ଉକ୍ତ ୪୫ ବର୍ଷିୟ ବ୍ୟକ୍ତି ଜଣକ ବରପାଲି ହସପିଟାଲରେ ଚିକିତ୍ସାଧିନ ରହିଥିବା ବେଳେ ତାଙ୍କର କରୋନା ପରୀକ୍ଷା ଆଣ୍ଟିଜେନ କିଟରେ ପରୀକ୍ଷା କରାଯାଇ ଥିଲା ସେଠାରେ ରିପୋର୍ଟ ନେଗେଟିଭ ଆସିଥିଲା।
ସେଠାରୁ ବ୍ୟକ୍ତି ଜଣଙ୍କ ନିଶ୍ୱାସ ପ୍ରଶ୍ୱାସ ଜନିତ ସମାସ୍ୟା ଦେଖାଦେବା ଫଳରେ ତାଙ୍କୁ ବରଗଡ଼ ମେଡ଼ିକାଲ ଏବଂ ପରେ ବୁର୍ଲା ଭିମସାରକୁ ରେଫର କରାଯାଇଥିଲା। ମାତ୍ର ବୁର୍ଲା ଭିମସାର ଆଶୁଚିକିତ୍ସା ବିଭାଗ ଆସିବା ପରେ ପୁଣି ଉକ୍ତ ରୋଗୀର ଆଣ୍ଟିଜେନ କିଟ ପରୀକ୍ଷା କରାଯିବା ପରେ ତାଙ୍କର କରୋନା ପିଜିଟିଭ ରିପୋର୍ଟ ଆସିଥିଲା। ଏହାପରେ ଭିମସାର ପକ୍ଷରୁ କୋଭିଡ଼-୧୯ ଗାଇଡ଼ଲାଇନ ମୁତାବକ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ନାହିଁ ବୋଲି କୁହାଯାଇଥିଲା।
ଏହାକୁ ନେଇ ମୃତକଙ୍କ ପୁଅ ବରପାଲିରେ ନେଗେଟିଭ କିଭଳି କିଛିଘଣ୍ଟା ମଧ୍ୟରେ ପିଜିଟିଭ ହେବାକୁ ନେଇ ଗୁରୁତର ଅଭିଯୋଗ ଆଣିବା ସହିତ ବାପାଙ୍କ ଶବକୁ ଗ୍ରାମକୁ ନେବା ପାଇଁ ଜିଦ ଧରିବା ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ମୃତକ ବ୍ୟକ୍ତି ଗୌରୀଶଙ୍କରଙ୍କ ସ୍ତ୍ରୀ ଶବକୁ ଜାବୁଡ଼ି ଧରି ଛାଡ଼ି ନ ଥିଲେ। ତାଙ୍କ ସ୍ୱାମୀଙ୍କ ଶବକୁ ଘରକୁ ନେବା ପାଇଁ ଅଡ଼ି ବସିଥିଲେ ଭିମସାର ଆଶୁଚିକିତ୍ସା ବିଭାଗର ସ୍ୱାସ୍ଥ୍ୟକର୍ମୀ ଅନେକ ବୁଝାସୁଝା କରିବା ସମୟରେ ମୃତକଙ୍କ ପରିବାର କିଭଳି ପୁର୍ବରୁ ନେଗେଟିଭ ରହିଥିବା ବ୍ୟକ୍ତି ପିଜିଟିଭ ହେଲା ବୋଲି ପ୍ରଶ୍ନ କରି ଶବକୁ ଜାବୁଡ଼ି ଧରି ରହିଥିଲେ। ପରେ ବୁର୍ଲା ଥାନାକୁ ଅବଗତ କରାଯିବା ପରେ ପୁଲିସ ବୁଝାସୁଝା କରିବା ସତ୍ୱେ ଶବକୁ ନ ଛାଡ଼ିବାରୁ ଶବକୁ ଜବତ କରାଯାଇ କୋଭିଡ଼ କଟକଣା ମଧ୍ୟରେ ଦାହ କରାଯାଇଛି ବୋଲି ସୂଚନା ମିଳିଛି।
ଏହାସହ ଏଭଳି ଘଟଣା ସହ ନେଗେଟିଭ ଓ ପଜିଟିଭକୁ ନେଇ ବିଭିନ୍ନ ସମସ୍ୟା ରୋଗୀ ସମ୍ପର୍କୀୟମାନେ ସମ୍ମୁଖୀନ ହେଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories