ଆଜି ବୁଦ୍ଧ ପୂର୍ଣ୍ଣମୀ, ସଂପୂର୍ଣ୍ଣ ଚନ୍ଦ୍ରଗ୍ରହଣ

କଟକ: ଆଜି ବୈଶାଖ ମାସ ପୂର୍ଣ୍ଣମୀ। ଏହା ମଧ୍ୟ ବୁଦ୍ଧ ପୂର୍ଣ୍ଣମୀ ଭାବରେ ପରିଚିତ। ଏହି ଦିନ ଭଗବାନ ବୁଦ୍ଧଙ୍କର ଧରାବତରଣ ହୋଇଥିଲା। ଏହିଦିନ ପୃଥିବୀ ଓ ଜଳ ତତ୍ୱକୁ ସଂପୂର୍ଣ୍ଣ ଭାବରେ ପ୍ରଭାବିତ କରିଥାଏ ଚନ୍ଦ୍ର। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରକୁ ପୂର୍ଣ୍ଣମୀ ତିଥିର ମୁଖ୍ୟ ଭାବରେ ବିବେଚନା କରାଯାଏ। ସେଥିପାଇଁ ବୁଦ୍ଧ ପୂର୍ଣ୍ଣମୀରେ ସମସ୍ତ ପ୍ରକାର ମାନସିକ ଶାନ୍ତି ମିଳୁଥିବା ବିଶ୍ୱାସ କରାଯାଏ। ଏହି ଦିନ ସ୍ନାନ, ଦାନ ଏବଂ ପୂଜାପାଠ ପାଇଁ ପରାମର୍ଶ ଦିଆଯାଇଛି।
ଆଜି ମଧ୍ୟ ମହିମା ଧର୍ମର ନିଷ୍ଠାପର ଭକ୍ତ, କବି, ସନ୍ଥ ଭୀମ ଭୋଇଙ୍କର ଜୟନ୍ତୀ। ୧୮୫୦ ଆଜିର ଦିନରେ ସନ୍ଥକବି ଭୀମଭୋଇ ସୁବର୍ଣ୍ଣପୁର ଜିଲାର କିଞ୍ଜିରିଆପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଜଗତର କଲ୍ୟାଣ ପାଇଁ ନିଜ ଜୀବନକୁ ସେହି ମହାନ୍‍ ଆତ୍ମା ଉତ୍ସର୍ଗ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ- ଯାହା ତାଙ୍କ ଲେଖାରେ ପ୍ରତିଫଳିତ ହୋଇଛି।
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ..”(ସ୍ତୁତି ଚିନ୍ତାମଣି)
ଆଜି ପୂର୍ଣ୍ଣମୀ ତିଥିରେ ପଡୁଛି ଚନ୍ଦ୍ର ଗ୍ରହଣ। ଏହା ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ। ଚଳିତ ବର୍ଷର ଏହା ପ୍ରଥମ ତଥା ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ହୋଇଛି।

Comments are closed.