www.samajalive.in
Sunday, December 14, 2025
15.1 C
Bhubaneswar

‘ୟସ୍‌’ ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ; ଗୁଜବରୁ ନିବୃତ୍ତ ରହିବା ସହ ଭୟ ନକରିବାକୁୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ୟସ୍‌’ ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ଥିବାବେଳେ ଲୋକମାନେ ବୈଜ୍ଞାନିକ ପରାମର୍ଶ ଏବଂ ସୁରକ୍ଷା ନିୟମ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଗୁଜବରୁ ନିବୃତ୍ତ ରହିବା ସହ ଭୟ ନକରିବାକୁୁ ପରାମର୍ଶ ଦେଇଛନ୍ତି । ସେ ମଧ୍ୟ ନିୟମର ଅନୁପାଳନ ସହିତ ନିଜକୁ ଏବଂ ସଂପର୍କୀୟଙ୍କୁ ବିପଦରୁ ରକ୍ଷା କରିବା ପାଇଁ ପ୍ରଶାସନ ସହ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ବାତ୍ୟା ‘ୟସ୍‌’ ପରିସ୍ଥିତିର ତଦାରଖ ପାଇଁ ମାନ୍ୟବର ମନ୍ତ୍ରୀ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ, ଶିଳ୍ପ ଏବଂ ଗୃହ(ରାଷ୍ଟ୍ରମନ୍ତ୍ରୀ) କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ୱର ପଠାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବାତ୍ୟା ‘ୟସ୍‌’ ପୁନରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଶ୍ରମ ମଜୁରୀକୁ ଅନୁମୋଦନ କରିଛନ୍ତି: ଅଣକୁଶଳୀ ଶ୍ରମିକଙ୍କ ପାଇଁ ୪୬୨ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ୫୨୨ ଟଙ୍କା, କୁଶଳୀ ଶ୍ରମିକଙ୍କ ପାଇଁ ୫୯୭ ଟଙ୍କା ମଜୁରୀ ଧାର୍ଯ୍ୟ କରାଯାଇଛି; ଯାହା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ସୂଚୀତ ମଜୁରୀଠାରୁ ୫୦ ପ୍ରତିଶତ ଅଧିକ। ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଦୈନିକ ୧୭୫ ଟଙ୍କା ଧାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତଳସାରୀ, ଭୋଗରାଇ ଏବଂ ବାଲେଶ୍ୱରର ତଳିଆ ଅଞ୍ଚଳରୁ ସମ୍ବେଦନଶୀଳ ଲୋକମାନଙ୍କ ସ୍ଥାନାନ୍ତରଣ କାର୍ଯ୍ୟ ପୂରା ଦମ୍‌ରେ ଚାଲିଛି । ପ୍ରତ୍ୟେକ ଜୀବନ ରକ୍ଷା ଉଦେଶ୍ୟରେ ରାଜ୍ୟ ସରକାର ସମ୍ବେଦନଶୀଳ ଲୋକମାନଙ୍କୁୁ ଉପକୂଳ ଅଞ୍ଚଳଗୁଡ଼ିକରୁ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ‘ୟସ୍‌’ରେ କ୍ଷତିଗ୍ରସ୍ତ ହେବାକୁ ଥିବା ଜିଲାଗୁଡ଼ିକର ପ୍ରସୂତି ଏବଂ ଆସନ୍ନପ୍ରସବା ମା’ମାନଙ୍କୁ ଚିହ୍ନଟ କରିଛି । ପ୍ରସୂତୀ ମହିଳାମାନଙ୍କୁ ‘ମା ଗୃହ’ କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତରଣ କରାଯାଇଥିବାବେଳେ ବିପଦ ଆଶଙ୍କା ଥିବା ପ୍ରସୂତୀ ମହିଳାମାନଙ୍କୁ ନିକଟସ୍ଥ ଡାକ୍ତରଖାନାମାନଙ୍କୁ ସ୍ଥାନାନ୍ତରଣ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories