www.samajalive.in
Friday, December 12, 2025
14.1 C
Bhubaneswar

ଭିମସାରର ଜିଏନଏମ ଛାତ୍ରୀଙ୍କୁ ଦିଆଗଲା ଟିକା ଦେବା ତାଲିମ

ବୁର୍ଲା: ବର୍ତ୍ତମାନ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଚାଲିଛି। ଏହାକୁ ଦୃଷ୍ଟିରେ ରଖାଯାଇ ରାଜ୍ୟ ସରକାର କରୋନା ଭେସ୍କିନ ବା ଟିକାକରଣକୁ ବ୍ୟାପକ କରିବା ପାଇଁ ଯୋଜନା କରିଛନ୍ତି। ସେହପରି ସମ୍ବଲପୁର ଜିଲ୍ଲାରେ ମଧ୍ୟ ଦୈନିକ ସଂକ୍ରମଣ ୫ ଶହ ଉପରେ ରହିଥିବା ବେଳେ ଜିଲ୍ଲାରେ ମଧ୍ୟ ଟିକାକରଣକୁ ବ୍ୟାପକ କରିବାର ଲକ୍ଷ ରଖିଛି ଜିଲ୍ଲା ପ୍ରଶାସନ। ତେବେ ମହାନଗର ନିଗମ ଅଞ୍ଚଳରେ ଟିକାକରଣକୁ ବ୍ୟାପକ କରିବାର ଲକ୍ଷ ରଖିଛି ମହାନଗର ନିଗମ। ଏଥିପାଇଁ ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀ ଅବଶ୍ୟକ ହେଉଥିବାରୁ ରବିବାର ଭିମସାରରେ ଜିଏନଏମ ନର୍ସିଂ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି।

ଅନୁଷ୍ଠିତ ତାଲିମ ଶିବିର ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କିଭଳି ଭାବରେ ଟିକା ଦିଆଯିବ ଏବଂ କୋୱିନର ବ୍ୟବହାର ଉପରେ ଉପସ୍ଥିତ ଜିଏନଏମ ନର୍ସିଂ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯାଇଥିଲା। ତେବେ ପୂର୍ବରୁ ଭିମସାରରେ ୨ଟି ବୁଥରେ ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତାକାଲି ଠାରୁ ବୁର୍ଲାରେ ସମୂଦାୟ ୮ଟି ବୁଥରେ ଏହି ଟିକାକରଣ କାର୍ଯ୍ୟକ୍ରମ ହେବାର ଲକ୍ଷ ରଖାଯାଇଥିବା ଭିମସାର ଟିକାକରଣର ସଂଯୋଜକ ଡ଼ାକ୍ତର ସଂଜୀବ ମିଶ୍ର ସୂଚନା ଦେଇଛନ୍ତି। ତେବେ ଆସନ୍ତାକାଲି ଠାରୁ ଏହି ୮ ଟି ବୁଥରେ ଦିନକୁ ପ୍ରାୟ ୧୨ ଶହ ଟିକାକରଣ ଲକ୍ଷ୍ୟ ରହିଥିବା ଡାକ୍ତର ମିଶ୍ର କହିଛନ୍ତି। ତେବେ ତାଲିକ କାର୍ଯ୍ୟକ୍ରମରେ ମେଡିକାଲ ଅଧିକ୍ଷକଙ୍କ ସମେତ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ଡାକ୍ତର ଅବନିନ୍ଦ୍ର ସାହୁ, ସଂଯୋଜକ ଡା. ସଂଜୀବ ମିଶ୍ର, ଶ୍ରୀ ସୁବାଷ ଥାଟ୍ଟି, ଭିମସାର ଜିଏନଏମ କଲେଜର ଶିକ୍ଷକ ମଂଜିଲ ନାୟକ ପ୍ରମୂଖ ଉପସ୍ଥିତ ରହିଥିଲେ। ତେବେ ବୁର୍ଲା ସହରରେ ରହିଥିବା ବୁଥ୍‍ ଗୁଡିକ ଭିମସାର ନର୍ସିଂ କଲେଜରେ ୩ ଟି ବୁଥ, କେନ୍ଦ୍ରିୟ ବିଦ୍ୟାଳୟ ୨ରେ ୩ଟି ବୁଥ, ବୁର୍ଲା ଏନଏସି କଲେଜରେ ଦୁଇଟି ଏବଂ ଗୁପ୍ତା ନର୍ସିଙ୍ଗ ହୋମରେ ବୁଥ ସମୂଦାୟ ୮ଟି ବୁଥର ବ୍ୟବସ୍ଥା ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories