www.samajalive.in
Monday, December 15, 2025
26.1 C
Bhubaneswar

ବ୍ଲୁ-ହ୍ୱେଲ ପରେ ଭାରତକୁ ଆସିଲା “ମୋମୋ ଚ୍ୟାଲେଞ୍ଜ’ ଜଣେ ମୃତ

ନୂଆଦିଲ୍ଲୀ: ଆଜିର ଯୁବ ପିଢୀଙ୍କ ପାଇଁ ମୋବାଇଲ ଗେମ୍‍ ବ୍ଲୁ-ହ୍ୱେଲ ପରେ ହ୍ୱାଟ୍ସଆପ୍‍ ଦ୍ୱାରା ମୋମୋ ଚ୍ୟାଲେଞ୍ଜ ଏଣିକି ଭାରତ ପହଞ୍ଚି ଯାଇଛି। ଏହି ଚ୍ୟାଲେଞ୍ଜ ପାଇଁ ରାଜସ୍ଥାନର ଆଜମେରର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛି। ମୋମୋ ଚ୍ୟାଲେଞ୍ଜ ନାମକ ଏହି ଖେଳଟି ମୁଖ୍ୟତଃ ହ୍ୱାଟ୍ସଆପ୍‍ ଦ୍ୱାରା ପ୍ରସାରିତ ହେଉଛି। ୧୦ମ ଶ୍ରେଣୀର ଏହି ଛାତ୍ରୀ ଜଣକ ଜନ୍ମଦିନର ମାତ୍ର ୩ଦିନ ପରେ ନିଜ ହାତର ଧମନିକୁ କାଟି ଗଳାରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛି। ଛାତ୍ରୀର ମୋବାଇଲ ଫୋନ ବ୍ରାଉଜର ଓ  ଶରୀରରୁ ଉଦ୍ଧାର ହୋଇଥିବା କିଛି ଚିହ୍ନକୁ ଚିହ୍ନଟ କରି ପୁଲିସ ଏହି ନିଷ୍ପତ୍ତିରେ ପହଞ୍ଚିଛି।
ବ୍ଲୁ-ହ୍ୱେଲ ଗେମ୍‍ ପରି ମୋମୋ ଚ୍ୟାଲେଞ୍ଜରେ ମଧ୍ୟ ଚୂଡ଼ାନ୍ତ ଚ୍ୟାଲେଞ୍ଜ ମୃତ୍ୟୁକୁ ଆପଣେଇବା ପରେ ହିଁ ସମ୍ପୂର୍ଣ୍ଣ ହୋଇଥାଏ। ଛାତ୍ରୀ ଜଣକ ମୃତ୍ୟୁ ପୂର୍ବରୁ ଲେଖିଥିବା ସୁଇସାଇଟ ନୋଟରେ ତାକୁ ଜନ୍ମଦିନ ଦିନ ମରିବାକୁ ଚ୍ୟାଲେଞ୍ଜ ଦିଆଯାଇ ଥିଲା ବୋଲି ଉଲ୍ଲେଖ କରିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories