www.samajalive.in
Saturday, December 13, 2025
21.1 C
Bhubaneswar

ବଜ୍ରପାତରେ ଦୁଇ ମହିଳାଙ୍କ ସମେତ ଜଣେ ନାବାଳିକା ମୃତ

ପାଟଣା: ଶୁକ୍ରବାର ଦିନ ଦୁଇଟା ସମୟରେ ଘଟଗାଁ ବ୍ଲକ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମହୁଲଗାଡ଼ିଆ ସୀମା କୁଦୁରୁଗୁଡ଼ା ନିକଟରେ ମାସେ ହେଲା ତମ୍ବୁ ମାରି ରହୁଥିବା କିଛି ଝାଡ଼ଖଣ୍ଡୀ ପରିବାରଙ୍କ ତମ୍ବୁ ନିକଟରେ ବଜ୍ରପାତ ହେବାରୁ ଦୁଇ ମହିଳାଙ୍କ ସମେତ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ରାମକେଲି (୪୦) ଓ ଦିଲୁଆ (୫୫) ନାମ୍ନୀ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଥିବା ଅଶ୍ଵିନୀ ମୁଣ୍ଡା(୭)କୁ ଗୁରୁତର ଅବସ୍ଥାରେ ଘଟଗାଁ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତାରେ ନାବାଳିକା ଜଣକ ମଧ୍ୟ ପ୍ରାଣ ହରାଇଛି। ଖବର ପାଇ ଘଟଗାଁ ଥାନା ଆରକ୍ଷୀ ଉପନିରୀକ୍ଷକ ମାନସ ରଞ୍ଜନ ବେହେରା, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ, ତାଲିମରେ ଥିବା ସହକାରୀ ଆରକ୍ଷୀ ଉପ ନିରୀକ୍ଷକ ଭରତ କୁମାର ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ଢେଙ୍କିକୋଟ ନିକଟ ମହୁଲଗାଡ଼ିଆ କୁଦୁରୁଗୁଡ଼ା ନିକଟରେ ତମ୍ବୁ ମାରି ୫୦ଟି ପରିବାର ମାସେ ହେଲା ଝାଡ଼ଖଣ୍ଡର ଚରଣ ମୁଣ୍ଡାଙ୍କ ପରିବାର ସହ ଅନ୍ୟ କିଛି ପରିବାର ରହି ବେପାର ବଣିଜ କରି ଆସୁଥିଲେ। ଆଜି ବଜ୍ରପାତରେ ଚରଣ ମୁଣ୍ଡାଙ୍କ ପତ୍ନୀ ଓ ୭ ବର୍ଷର ଝିଅର ମୃତ୍ୟୁ ଘଟିଛି। ଜଣେ ମୋବାଇଲରେ କଥା ହେଉଥିବା ବେଳେ ଓ ଅନ୍ୟ ଦୁଇ ଜଣ ଏକ ଗଛ ତଳେ ବସିଥିବା ବେଳେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଏହି ଯାଯାବର ପରିବାର ଉଜୁଡ଼ି ଯାଇଥିବାରୁ ଢେଙ୍କିକୋଟରେ ଦୁଃଖର ଲହରୀ ଖେଳିଯାଇଛି। ମୃତ ମହିଳା ଦ୍ବୟ ସମ୍ପର୍କରେ ନଣନ୍ଦ ଭାଉଜ ବୋଲି ଜଣାପଡିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories