ଗଡମଧୁପୁର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଆହ୍ୱାନରେ ସାରା ଭାରତ ବର୍ଷରେ ୮୨୪ଟି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ “ସେବାହିଁ ସଙ୍ଗଠନ” କାର୍ଯ୍ୟକ୍ରମ ଜରିଆରେ କୋଭିଡ-୧୯ ସାହାୟତା କେନ୍ଦ୍ର ଖୋଲାଯାଇଛି। ଏହି ପରିପେକ୍ଷିରେ ଭାଜପା ଯାଜପୁର ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କରୋନା ସହାୟତା କେନ୍ଦ୍ର ଖୋଲାଯାଇଛି। ଜିଲା କିଷାନ ମୋର୍ଚ୍ଚା ପକ୍ଷରୁ ଧର୍ମଶାଳାର ଦୁଇ ନେତୃତ୍ୱ ରମେଶ ଚନ୍ଦ୍ର ପରିଡା ଓ ସ୍ମୃତିରେଖା ପହିଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା କିଷାନ ମୋର୍ଚ୍ଚା ସଭାପତି ଚୈତନ ସାମଲଙ୍କ ଦାୟିତ୍ୱରେ ଏହି ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ କରୋନାକୁ ପରାହତ କରିବାକୁ ସର୍ବଦା ମୁହଁରେ ମାସ୍କ ବ୍ୟବହାର କରିବାକୁ ସଚେତନ କରାଯାଇଥିଲା। ପ୍ରତ୍ୟେକ ଲୋକଙ୍କୁ ମାସ୍କ ଓ ହାତ ବିଷୋଧକ ପ୍ରଦାନ କରାଯିବା ସହିତ ତାର ବ୍ୟବହାର ସମ୍ବନ୍ଧରେ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆବାସି ମାଧ୍ୟମରେ କେନ୍ଦ୍ରିୟ ଅଧ୍ୟକ୍ଷ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି ପରିପେକ୍ଷିରେ ସହଯୋଗିତା କରିବା ପାଇଁ ଜିଲା କିଷାନ ମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ଜେନା, ଜିଲା ଉପସଭାପତି ମହେନ୍ଦ୍ର ପଣ୍ଡା,୧୪ନଂ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶରତ ଓଝା, ଧର୍ମଶାଳା ବିଜେପି ପ୍ରବକ୍ତା ଚର୍ନ୍ଦ୍ରକାନ୍ତ ପଣ୍ଡିତ, ମହିଳା ନେତ୍ରୀ ପାର୍ବତୀ ବେହେରା,ତପନ କୁମାର ଜେନା, ଦେବୀ ପ୍ରସନ୍ନ ଦାସ, ପୁର୍ବତନ ହରିଜନ ମୋର୍ଚ୍ଚା ଜିଲା ସଭାପତି ଗୁରୁଚରଣ ସେଠୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସେବା ଯୋଗଇ ଦେଇଛନ୍ତି।



