ସମ୍ଭାବ୍ୟ ବାତ୍ୟା ୟାସ – ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ସମ୍ଭାବ୍ୟ ବାତ୍ୟା ୟାସ ପ୍ରଭାବରେ ବର୍ଷାର ପ୍ରଭାବ ଓ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ସେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ, ସେ ସମ୍ଭାବ୍ୟ ବର୍ଷା ଓ ବାତ୍ୟାର ପ୍ରଭାବ ଓ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାପାଳମାନଙ୍କ ସହ ବିସ୍ତ୍ରୃତ ଆଲୋଚନା କରିଛନ୍ତି।
ଆଜି ସମ୍ଭାବ୍ଯ ବର୍ଷା ଓ ବାତ୍ଯାର ପ୍ରଭାବ ଓ ପ୍ରତିକାର ବ୍ଯବସ୍ଥା ସମ୍ପର୍କରେ @DBalasore ଓ @DM_Mayurbhanj ମାନଙ୍କ ସହିତ ବିସ୍ତ୍ରୃତ ଆଲୋଚନା କଲି। ବାତ୍ଯା ପୂର୍ବରୁ, ବାତ୍ଯା ସମୟରେ ଓ ବାତ୍ଯା ପରେ କି କି ପଦକ୍ଷେପ ନିଆଯିବା ଆବଶ୍ୟକ ଏ ସମସ୍ତ ବିଷୟରେ ଆଲୋଚନା କଲୁ । (1/4)
— Pratap Sarangi (@pcsarangi) May 21, 2021
ବିପନ୍ନ ଅଂଚଳରୁ ଲୋକମାନଙ୍କୁ ନିରାପଦ ଅଂଚଳକୁ ଆଣିବା, ସେଠାରେ କୋଭିଡ ନିୟମ ପାଳନ କରି ସମସ୍ତ ବ୍ୟବସ୍ତା କରିବା, ବିପନ୍ନ ଅଂଚଳର ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ବ୍ୟବସ୍ତା, ପାନୀୟ ଜଳ ଓ ଚିକିତ୍ସା ବ୍ୟବସ୍ଥା, ପର୍ଯ୍ୟାପ୍ତ ଡଙ୍ଗା ବ୍ୟବସ୍ତା ଏବଂ ଓଡ୍ରାଫ ଓ ଏନଡିଆରଏଫ ଟିମର ଉପଯୋଗ, ଜେନେରେଟର ବ୍ୟବସ୍ଥା, ବର୍ଷା ଓ ବାତ୍ୟା ପରେ ତୁରନ୍ତ ବିଜୁଳି ଇତ୍ୟାଦିର ପୁନଃସ୍ଥାପନ ବ୍ୟବସ୍ଥା, ପ୍ରତି ଚାଳଛପର ଘର ପାଇଁ ପଲିଥିନ, ଭାଙ୍ଗିଥିବା ଘର ପାଇଁ କ୍ଷତିପୂରଣ ଆଦି ବ୍ୟବସ୍ଥା କରିବା ପାଇଁ ସେ ଆଲୋଚନା କରିଛନ୍ତି।
Comments are closed.