www.samajalive.in
Tuesday, December 9, 2025
26.1 C
Bhubaneswar

ନିଜର ବିଶେଷତ୍ୱ ପାଇଁ ପ୍ରସିଦ୍ଧ ଦେବଭୂମିର ଏହି ମନ୍ଦିର

ହିମାଚଳପ୍ରଦେଶରେ ଦେବୀଦେବତାଙ୍କ ବହୁ ମନ୍ଦିର ରହିଛି। ଯାହାଦ୍ୱାରା ଏହାକୁ ଦେବଭୂମି ମଧ୍ୟ କୁହାଯାଏ। ଏଠାରେ ଏପରି ବହୁ ମନ୍ଦିର ରହିଛି, ଯାହା ନିଜର ବିଶେଷତ୍ୱ ପାଇଁ ବେଶ ପ୍ରସିଦ୍ଧ। ହିମାଚଳପ୍ରଦେଶର କୁଲ୍ଲୁ ସହରରେ ବ୍ୟାସ ଓ ପାର୍ବତୀ ନଦୀର ସଙ୍ଗମ ନିକଟ ଉଚ୍ଚ ପର୍ବତରେ ଭଗବାନ ଶଙ୍କରଙ୍କର ଏକ ରହସ୍ୟମୟ ମନ୍ଦିର ରହିଛି। ପ୍ରତି ୧୨ ବର୍ଷ ପରେ ଏହି ମନ୍ଦିରରେ ବଜ୍ରପାତ ହୋଇଥାଏ। ମାତ୍ର ବଜ୍ରପାତ ପରେ ମଧ୍ୟ ମନ୍ଦିରର କୌଣସି କ୍ଷତି ହୋଇନଥାଏ। ଜାଣନ୍ତୁ ଏହି ରହସ୍ୟମୟ ମନ୍ଦିର ବିଷୟରେ ……
ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ମନ୍ଦିର ଯେଉଁ ଘାଟିରେ ରହିଛି। ତାହା ସାପ ରୂପରେ ରହିଛି। ଭଗବାନ ଶଙ୍କର ଏହି ସାପର ବଦ୍ଧ କରିଥିଲେ। ଏହି ମନ୍ଦିରରେ ପ୍ରତି ୧୨ ବର୍ଷକୁ ଥରେ ଭୟଙ୍କର ବଜ୍ରପାତ ହୋଇଥାଏ। ବଜ୍ରପାତ କାରଣରୁ ମନ୍ଦିରର ଶିବଲିଙ୍ଗ ଖଣ୍ଡିତ ହୋଇଯାଏ। ଏହାପରେ ମନ୍ଦିରର ପୂଜାରୀ ଔଷଧ ସ୍ୱରୂପ ଖଣ୍ଡିତ ଶିବଲିଙ୍ଗରେ ଲହୁଣୀ ଲଗାଇଥାଆନ୍ତି।
ମନ୍ଦିର ସହ ଜଡ଼ିତ ପୌରାଣିକ କଥା ଅନୁଯାୟୀ, ଏଠାରେ କୁଲାନ୍ତ ନାମକ ଏକ ଦୈତ୍ୟ ରହୁଥିଲା। ଏହି ଦୈତ୍ୟ ନିଜ ଶକ୍ତିର ଆଧାରରେ ସାପର ରୂପ ଧାରଣ କରି ନେଉଥିଲା। ଏହି ଦୈତ୍ୟ ଏକଦା ଅଜଗର ରୂପ ଧାରଣ କରି ମଥାଣ ଗାଁ ନିକଟ ବ୍ୟାସ ନଦୀରେ ଏପରି ବସିଗଲା ଯେ ନଦୀର ପ୍ରବାହ ରହିଗଲା। ଓ ସେହି ସ୍ଥାନରେ ହିଁ ପାଣି ବଢିବାକୁ ଲଗିଲା। ଏପରି କରିବାର ତା’ର ଉଦ୍ଦେଶ୍ୟ ଥିଲା ସେଠାରେ ରହୁଥିବା ସମସ୍ତ ଜୀବଜନ୍ତୁ ପାଣିରେ ବୁଡ଼ି ଯାଇ ମୃତ୍ୟୁ ବରଣ କରିବେ। ଏହା ଦେଖି ମହାଦେବ କ୍ରୋଧିତ ହୋଇଗଲେ ଓ ଏକ ମାୟା ରଚନା କଲେ। ମହାଦେବ ଦୈତ୍ୟ ନିକଟକୁ ଯାଇ କହିଲେ ଯେ ତା’ ଲାଞ୍ଜରେ ନିଆଁ ଲାଗି ଯାଇଛି। ଏହାଶୁଣି ସେ ପଛକୁ ମୁହଁ କରିବା ମାତ୍ରେ ଶିବଶଙ୍କର ତ୍ରିଶୁଳରେ ପ୍ରହାର କରି ତା’ର ବଦ୍ଧ କରିଥିଲେ। ଦୈତ୍ୟର ବିଶାଳକାୟ ଶରୀର ପାହାଡ଼ରେ ପରିବର୍ତନ ହୋଇଗଲା। ଯାହାକୁ କୁଲ୍ଲୁ ପାହାଡ଼ ବୋଲି କୁହାଯାଏ। କଥା ଅନୁସାରେ ଭଗବାନ ଶଙ୍କର ଦୈତ୍ୟର ବଦ୍ଧ କରିବା ପରେ ଇନ୍ଦ୍ରଙ୍କୁ କହିଥିଲେ ପ୍ରତି ୧୨ ବର୍ଷକୁ ଥରେ ଏଠାରେ ବଜ୍ରପାତ କରିବାକୁ। ଭଗବାନ ଏପରି କରିବା ପାଇଁ କହିବାର କାରଣ ହେଉଛି , କୌଣସି ଜନ-ଧନର କ୍ଷତି ନହେବା ପାଇଁ। ଭଗବାନ ନିଜେ ବଜ୍ରପାତର ପ୍ରଭାବକୁ ସହ୍ୟ କରି ନିଜ ଭକ୍ତଙ୍କର ରକ୍ଷା କରନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories